ଲୁଣି ପାଣିକୁ ମିଠା କରନ୍ତି ପେଙ୍ଗୁଇନ୍
·2 years ago·1 min read

ଅର୍ଗସ ବ୍ୟୁରୋ: ଲୁଣି ପାଣିକୁ ମିଠା କରିଦିଅନ୍ତି ପେଙ୍ଗୁଇନ୍। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା ? କିନ୍ତୁ ଏହା ସତ। ପେଙ୍ଗୁଇନଙ୍କ ପାଖରେ ଏପରି ଏକ ଅଭ୍ଭୂତ ଶକ୍ତି ଅଛି ଯାହା ଲୁଣି ପାଣିକୁ ମିଠା କରିଦିଏ। ସାଧାରଣତଃ ପେଙ୍ଗୁଇନ୍ ମାନେ ଲୁଣି ପାଣିରେ ରହିଥାନ୍ତି । ଏବଂ ଲୁଣି ପାଣି ପିଅନ୍ତି ମଧ୍ୟ। ଆପଣ ଭାବୁଥିବେ ଲଣି ପାଣି ପିଇବା ଦ୍ବାରା ତ ପେଙ୍ଗୁଇନ୍ ଙ୍କ ଶରୀରରେ ଲୁଣର ସ୍ତର ବଢିଯାଉଥିବ।
କିନ୍ତୁ ବାସ୍ତବରେ ସେମାନଙ୍କର କିଛି ବି ହୁଏନାହିଁ। କାରଣ ତାଙ୍କ ଆଖିରେ ଏକ ପ୍ରକାରର ଗ୍ରନ୍ଥି ଥାଏ ଯାହା ପାଣିର ଲୁଣି ଅଂଶକୁ ଛାଣିଥାଏ। ଯାହାକୁ ସୁପ୍ରାଅର୍ବିଟାଲ ଗ୍ଲାଣ୍ଡ ମଧ୍ୟ କୁହାଯାଏ। ଏହି ଗ୍ଲାଣ୍ଡ ଜରିଆରେ ପେଙ୍ଗୁଇନ୍ ଙ୍କ ଶରୀରରେ ରକ୍ତ ନିର୍ବାହିତ ହୋଇଥାଏ। ଏହି ଗ୍ଲାଣ୍ଡ ଦ୍ବାରା ଲୁଣ ଫସିଯାଇଥାଏ। ଏବଂ ନାକ ଦ୍ବାରା ବାହାରକୁ ପଳାଇଆସେ। ପେଙ୍ଗୁଇନ୍ ମୁଣ୍ଡ ହଲାଇକି ନାକରୁ ଲୁଣ ବାହାର କରିଦିଏ। ସେଥିପାଇଁ ପେଙ୍ଗୁଇନ୍ ଙ୍କ ନାକ ସବୁବେଳେ ଓଦା ଥାଏ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: