ଚଳିତ ବର୍ଷର ପ୍ରଥମ ସୁପର ମୁନକୁ ଖାଲି ଆଖିରେ ଦେଖି ପାରିବେ ଲୋକେ
·1 year ago·1 min read

ଅର୍ଗସ ବ୍ୟୁରୋ: ଆଜି ରାତି ଆକାଶରେ ଝଲସିବ ନୀଳ ଜହ୍ନ। ଚଳିତ ବର୍ଷର ପ୍ରଥମ ସୁପର ମୁନକୁ ଖାଲି ଆଖିରେ ଦେଖି ପାରିବେ ଲୋକେ। ରାତି ପ୍ରାୟ 11ଟା ବାଜି 56 ମିନିଟରେ ଏହି ମାହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ। ଅନେକ ଦଶନ୍ଧି ପରେ ଚଳିତ ବର୍ଷ ସୁପର ମୁନ୍ ଏବଂ ବ୍ଲୁ-ମୁନ ଏକା ସାଥିରେ ଦେଖିବାକୁ ମିଳିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିତରେ ଗଭୀର ଉତ୍ସାହ ଦେଖିବାକୁ ମିଳିଛି। ଚନ୍ଦ୍ର ପୃଥିବୀର ୯୦ ପ୍ରତିଶତ ନିକଟତର ରହିଲେ ଏହାକୁ ସୁପରମୁନ୍ କୁହାଯାଏ। ସୁପରମୁନ ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ୩୦ ପ୍ରତିଶତ ଅଧିକ ଉଜ୍ଜ୍ୱଳ ଏବଂ ୧୪ ପ୍ରତିଶତ ବଡ଼ ଦେଖାଯାଏ। ଚଳିତବର୍ଷ ସେପ୍ଟେମ୍ବର ୧୭, ଅକ୍ଟୋବର ୧୭ ଏବଂ ନଭେମ୍ବର ୧୫ରେ ମଧ୍ୟ ଦୃଶ୍ୟମାନ ହେବ ଏହିଭଳି ଉଜ୍ଜ୍ୱଳ ଏବଂ ଆକାରରେ ବଡ଼ ସୁପରମୁନ୍।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: