Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରେମାନନ୍ଦଜୀଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ମଥୁରାବାସୀ, ଜାଣନ୍ତୁ କାରଣ...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ପ୍ରେମାନନ୍ଦଜୀଙ୍କ ବିରୋଧରେ ଥାନାରେ ଅଭିଯୋଗ କଲେ ମଥୁରାବାସୀ, ଜାଣନ୍ତୁ କାରଣ...

ଅର୍ଗସ ବ୍ୟୁରୋ  ପ୍ରେମାନନ୍ଦଜୀ ମହାରାଜଙ୍କ ନାଁ ରେ ଥାନାରେ ଅଭିଯୋଗ କଲେ ମଥୁରାବାସୀ । ଏମିତି କିଛି ଖବର ଏବେ ସାମ୍ନାକୁ ଆସିଛି । ପ୍ରେମାନନ୍ଦଙ୍କ ଜୀଙ୍କ ଭକ୍ତ କେବଳ ଭାରତ ନୁହେଁ ଭାରତ ବାହାରେ ମଧ୍ୟ ଅଛନ୍ତି । ତାଙ୍କର ଆଦର୍ଶବାନ କଥାରେ ଅନେକ ଲୋକ ଅନୁପ୍ରାଣିତ ହୋଇଛନ୍ତି । କିନ୍ତୁ ପ୍ରଥମଥର ଏମିତି ଖବର ଶୁଣିବାକୁ ମିଳିଛି , ଯେ ପ୍ରେମାନନ୍ଦ ଜୀଙ୍କ ନାଁ ରେ ଥାନାରେ ଅଭିଯୋଗ କରାଯାଇଛି । ମଥୁରାର କିଛି ମହିଳା ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରି ରାସ୍ତାକୁ ଓହ୍ଲାଇ ବିରୋଧ କରିଛନ୍ତି ।

ତେବେ ବିରୋଧର କାରଣ ହେଉଛି, ପ୍ରେମାନନ୍ଦ ଜୀ ପ୍ରତିଦିନ ରାତି ପ୍ରାୟ ୨ଟା ସମୟରେ ନିଜ ବାସଭବନରୁ ରାଧା କେଳିକୁଞ୍ଜ ଆଶ୍ରମ ପର୍ଯ୍ୟନ୍ତ ପଦଯାତ୍ରା କରିଥାନ୍ତି । ସେହି ସମୟରେ ତାଙ୍କର ଭକ୍ତମାନେ ତାଙ୍କର ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ରାସ୍ତାରେ ଜମା ହୋଇଥାନ୍ତି । ଖୁବ ଜୋରରେ ଗୀତ ବଜାନ୍ତି, ଆତସବାଜୀ କରନ୍ତି। ତା ସହ କିଛି ମହିଳାମାନେ ଭକ୍ତିରେ ରଙ୍ଗୋଲି କରିଥାନ୍ତି । ତେବେ ଟ୍ରାଫିକ ନିକଟରେ ଲୋକ ଭିଡ ହେଉଥିବା କାରଣରୁ ଜରୁରୀକାଳୀନ ପରିସ୍ଥିରେ ଆମ୍ବୁଲାନ୍ସ ଗାଡି ଗୁଡିକ ଯିବାରେ ଅସୁବିଧା ହୁଏ । ସେଥିପାଇଁ ଏସବୁକୁ ନେଇ ମଥୁରା ଏନଆରଆଇ(NRI) ଗ୍ରୀନ କଲୋନୀର ବାସିନ୍ଦା ଏକ ବୈଠକ କରିଥିଲେ । ଯେଉଁଥିରେ ସେମାନେ କହିଥିଲେ, କି ଏତେ ରାତିରେ ଏମିତି ଶବ୍ଦ ହେଉଥିବାରୁ କଲୋନୀରେ ଲୋକଙ୍କ ଶୋଇବାରେ ବାଧାପ୍ରାପ୍ତ ହେଉଛି । ଛୋଟପିଲା ମାନଙ୍କର ସକାଳୁ ସ୍କୁଲ ଥିବାରୁ ସେମାନେ ରାତିରେ ଶୋଇବ ନିହାତି ଦରକାର । ତେଣୁ ଏତେ ଭିଡର ଶବ୍ଦ ଏବଂ ଗୀତ ବାଜୁଥିବାରୁ ସେମାନେ ପ୍ରେମାନନ୍ଦଜୀଙ୍କ ରାତ୍ରକାଳୀନ ଯାତ୍ରାକୁ ନେଇ ଥାନାରେ ଅଭିଯୋଗ କରିଥିବା କହିଛନ୍ତି ।

ତେବେ ବର୍ତ୍ତମାନ ପ୍ରେମାନନ୍ଦଜୀଙ୍କ ଶରୀର ଅସୁସ୍ଥ କାରଣରୁ ସେ ପଦଯାତ୍ରା ସ୍ଥଗିତ ରଖିଥିବା ସୂଚନା ମିଳିଛି । ଆଗକୁ ସେ ପଦଯାତ୍ରା କରିବେ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
People of Mathura filed a police complaint against Premanandaji maharaj, know the reason | Argus News