Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାତ୍ର ୫ ଟଙ୍କାରେ ଚାଷୀଙ୍କୁ ମିଳିବ ବିଦ୍ୟୁତ୍ ସଂଯୋଗ, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା

National

ମାତ୍ର ୫ ଟଙ୍କାରେ ଚାଷୀଙ୍କୁ ମିଳିବ ବିଦ୍ୟୁତ୍ ସଂଯୋଗ, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ମାତ୍ର ୫ ଟଙ୍କାରେ ଚାଷୀଙ୍କୁ ମିଳିବ ବିଦ୍ୟୁତ୍ ସଂଯୋଗ, ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ଘୋଷଣା

ଚାଷୀଙ୍କ ପାଇଁ ବଡ଼ ଘୋଷଣା । ମାତ୍ର ୫ ଟାଙ୍କାରେ ମିଳିବ ବିଦ୍ୟୁତ୍ ସଂଯୋଗ । ରବିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କରିଛନ୍ତି ବଡ଼ ଘୋଷଣା । କହିଛନ୍ତି, ମଧ୍ୟପ୍ରଦେଶର ଚାଷୀଙ୍କୁ ମାତ୍ର ୫ ଟଙ୍କାରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରାଯିବ । ଏଥିସହ କୃଷକଙ୍କ କ୍ଷେତ ଜଳସେଚନ ଲାଗି ପାଣିର ଉତ୍ତମ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।



ଭୋପାଳରେ କୃଷକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମଧ୍ୟପ୍ରଦେଶ କେନ୍ଦ୍ରୀୟ ବିଦ୍ୟୁତ୍ ବିତରଣ କମ୍ପାନୀ ଶୀଘ୍ର ହିଁ ଏହି ଯୋଜନାର ଆରମ୍ଭ କରିବ । ଯେଉଁ କୃଷକଙ୍କ ନିକଟରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନାହିଁ, ସେମାନଙ୍କୁ ମାତ୍ର ୫ ଟଙ୍କା ଦେୟରେ ଏହି ସୁବିଧା ପ୍ରଦାନ କରାଯିବ । ଆମେ କୃଷକଙ୍କ ଜୀବନକୁ ଉତ୍ତମ କରିବାକୁ ଚାହୁଁଛୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଜଳସେଚନ ପାଇଁ ସୌର ଚାଳିକ ପମ୍ପ ମାଧ୍ୟମରେ କୃଷକଙ୍କୁ ବିଦ୍ୟୁତ୍ ସମ୍ବନ୍ଧୀୟ ଅସୁବିଧାରୁ ମୁକ୍ତି ଦେବାକୁ ଚାହୁଁଛୁ । ଆଗାମୀ ୩ ବର୍ଷରେ କୃଷକଙ୍କୁ ୩୦ ଲକ୍ଷ ସୌର ସିଞ୍ଚାଇ ପମ୍ପ ଦିଆଯିବ । ସରକାର କୃଷକଙ୍କ ଠାରୁ ସୌର ବିଦ୍ୟୁତ୍ ମଧ୍ୟ କିଣିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।


ରବିବାର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କିଷାନ ଆଭାର ସମ୍ମିଳନୀରେ ଯୋଗ ଦେଇଥିଲେ । ଭୋପାଳରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷକ ଭାଇ-ଭଉଣୀଙ୍କ ସହ ବାର୍ତ୍ତାଳାପ କରିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ଅନ୍ନଦାତାଙ୍କ ପରିଶ୍ରମରେ ଅନ୍ନର ପ୍ରତିଟି ଦାନାରେ ପ୍ରଦେଶର ସମୃଦ୍ଧି ଗୁଞ୍ଜରିତ ହେଉଛି । କୃଷକଙ୍କ କଲ୍ୟାଣ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା ଓ ସେମାନଙ୍କ ବିକାଶ ଆମର ଅତୁଟ ସଂକଳ୍ପ ।

Argus Whatsapp Channel Mobile Top
Sponsored
Permanent Electricity Connection For Farmers At Rs 5 Rupees | Argus News