Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁଣି ବଢିପାରେ ପେଟ୍ରୋଲ ,ଡିଜେଲ୍ ଦର!

Ritu Das
Browse all articles by Ritu Das
·2 years ago·1 min read
ପୁଣି ବଢିପାରେ ପେଟ୍ରୋଲ ,ଡିଜେଲ୍ ଦର!

ଅର୍ଗସ ବ୍ୟୁରୋ: ପଶ୍ଚିମ ଏସିଆର ଭୌଗୋଳିକ ତିକ୍ତତା ପୁଣି ଥରେ ଶିର୍ଷରେ ରହିଛି । ପ୍ରଥମ ଥର ପାଇଁ ଇରାନ ଏବଂ ଇସ୍ରାଏଲ ମୁହାଁମୁହିଁ ହୋଇଛନ୍ତି । ପଶ୍ଚିମ ଏସିଆରେ ପ୍ରତ୍ୟକ୍ଷ ଯୁଦ୍ଧ ହେବାର ସମ୍ଭାବନା ଅଛି।  ତେବେ ଏହାର ପ୍ରଭାବ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିପାରେ । ଏହି କାରଣରୁ  ଭାରତର ଲୋକଙ୍କ ପକେଟ ଉପରେ ଏହାର ପ୍ରଭାବ ମଧ୍ୟ ପଡିପାରେ । ଶୁକ୍ରବାର ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବ୍ୟାରେଲ ପିଛା ୭୧ ସେଣ୍ଟ୍‌ସ ବୃଦ୍ଧି ଘଟି ୯୦.୪୫ ଡଲାରରେ ପହଞ୍ଚିଛି। 

ଇରାନ ଆକ୍ରମଣ କରି ସାରିଥିବାରୁ ସୋମବାର ଏହି ଦର ଆହୁରି ବଢ଼ିବା ଅନୁମାନ କରାଯାଉଛି। ଭାରତ ଏହାର ମୋଟ ଅଶୋଧିତ ତୈଳ ଆବଶ୍ୟକତାର ୮୫ ପ୍ରତିଶତରୁ ଅଧିକ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ଇସ୍ରାଏଲ-ଇରାନ ସାମ୍ନାସାମ୍ନି ହେବା କାରଣରୁ ଅଶୋଧିତ ତେଲର ବ୍ୟାରେଲ ପିଛା ମୂଲ୍ୟ ୧୦୦ ଡଲାର ଟପିପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ଯଦି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ହ୍ରାସ ନପାଏ, ତେବେ ଏହା ନିଶ୍ଚିତ ଯେ ଅଶୋଧିତ ତୈଳ ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପଡ଼ିବ। ଯୁଦ୍ଧ ଆରମ୍ଭ ହେଲେ କିମ୍ବା ଦୁଇ ଦେଶ ମଧ୍ୟର ଯୁଦ୍ଧର ପରିସ୍ଥିତି ଦେଖାଦେଲେ ଅଶୋଧିତ ତୈଳ ଦୀର୍ଘ ସମୟ ପରେ ପୁନର୍ବାର ୧୦୦ ବିଲିୟନ ଡଲାରରେ ସ୍ତରକୁ ଅତିକ୍ରମ କରିପାରେ । ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ହେତୁ ଭାରତ ଅଧିକ କ୍ଷତି ସହିପାରେ, କାରଣ ଭାରତ ଏହାର ୯୦% ଅଶୋଧିତ ତୈଳ ଅନ୍ୟ ଦେଶରୁ କ୍ରୟ କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
Petrol, diesel | Argus News