Videos
|
National

Digital Payment / ୧୬ ଅକ୍ଟୋବରରୁ ୨,୦୦୦ରୁ ଅଧିକ UPI ପେମେଣ୍ଟ ନେବେ ନାହିଁ ପେଟ୍ରୋଲ ପମ୍ପ ଡିଲର

Rashmita Mishra
Browse all articles by Rashmita Mishra
·1 hour ago·2 min read
୧୬ ଅକ୍ଟୋବରରୁ ୨,୦୦୦ରୁ ଅଧିକ UPI ପେମେଣ୍ଟ ନେବେ ନାହିଁ ପେଟ୍ରୋଲ ପମ୍ପ ଡିଲର
Digital Payment

Key Points

୧୬ ଅକ୍ଟୋବରରୁ ପେଟ୍ରୋଲ ପମ୍ପରେ ବନ୍ଦ ହେବ UPI ପେମେଣ୍ଟ? ଜାଣନ୍ତୁ କାରଣ
୨ ହଜାରରୁ ଅଧିକ UPI ନେବେନି ପେଟ୍ରୋଲ ପମ୍ପ ଡିଲର, ବଢ଼ିଲା ଚିନ୍ତା
UPI ପେମେଣ୍ଟରେ ନୂଆ ନିୟମ! ପେଟ୍ରୋଲ ପମ୍ପରେ ଲାଗିପାରେ ୨ ହଜାର ସୀମା
MDR ଶୁଳ୍କକୁ ବିରୋଧ, ୧୬ ଅକ୍ଟୋବରରୁ UPI ପେମେଣ୍ଟ ନେବେନି ଡିଲର

ମଧ୍ୟପ୍ରଦେଶ ଓ ପଞ୍ଜାବର ପେଟ୍ରୋଲ ପମ୍ପ ଡିଲରମାନେ ଆସନ୍ତା ୧୬ ଅକ୍ଟୋବରରୁ ୨,୦୦୦ରୁ ଅଧିକ ମୂଲ୍ୟର UPI ପେମେଣ୍ଟ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରସ୍ତାବିତ ୦.୪ ପ୍ରତିଶତ MDR (Merchant Discount Rate) ଶୁଳ୍କକୁ ଏହି ନିଷ୍ପତ୍ତିର ମୁଖ୍ୟ କାରଣ ବୋଲି ଡିଲରମାନେ କହିଛନ୍ତି ।

ଡିଲରମାନଙ୍କ ମତରେ, ପେଟ୍ରୋଲ ପମ୍ପ ବ୍ୟବସାୟରେ ଲାଭ ମାର୍ଜିନ୍ ବହୁତ କମ୍ ଥିବାରୁ ଅତିରିକ୍ତ MDR ଖର୍ଚ୍ଚ ବହନ କରିବା ସେମାନଙ୍କ ପାଇଁ କଷ୍ଟକର । ତେଣୁ UPI ନେଣଦେଣକୁ ମଧ୍ୟ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଣ୍ଟ ଭଳି MDR ଛାଡ଼ ଦେବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଦିନକୁ ପ୍ରାୟ ୫୯୦ ଟଙ୍କା କ୍ଷତି ହେବ ଡିଲର ସଂଘ କହିଛନ୍ତି ।

ମଧ୍ୟପ୍ରଦେଶ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ଅଜୟ ସିଂହଙ୍କ କହିବା ଅନୁଯାୟୀ, ପ୍ରସ୍ତାବିତ MDR ବ୍ୟବସ୍ଥା ଘୋଷଣା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତାଙ୍କ ଅନୁସାରେ, ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଦିନକୁ ହାରାହାରି ପ୍ରାୟ ୧୦୦ ଜଣ ଗ୍ରାହକ ୨,୦୦୦ରୁ ଅଧିକ UPI ନେଣଦେଣ କରନ୍ତି ।

ଏହି ନେଣଦେଣ ଉପରେ ୦.୪ ପ୍ରତିଶତ MDR ଲାଗୁ ହେଲେ ପ୍ରତ୍ୟେକ ପମ୍ପରେ ଦିନକୁ ପ୍ରାୟ ୫୯୦ ଟଙ୍କା ଏବଂ ମାସକୁ ପ୍ରାୟ ୧୭,୭୦୦ର ଅତିରିକ୍ତ ଖର୍ଚ୍ଚ ହେବ ବୋଲି ଡିଲର ସଂଘ ଦାବି କରିଛି । ଅଜୟ ସିଂହ କହିଛନ୍ତି ଯେ, ପେଟ୍ରୋଲ ପମ୍ପ ଡିଲରମାନଙ୍କ ଲାଭ ମାର୍ଜିନ୍ ପ୍ରାୟ ୦.୫ ପ୍ରତିଶତ ଥିବାରୁ ଏହି ଅତିରିକ୍ତ ଖର୍ଚ୍ଚ ଡିଲରମାନେ ବହନ କରିପାରିବେ ନାହିଁ ।

ତେବେ ଗ୍ରାହକମାନେ ଚାହିଁଲେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡରେ ଯଥାବତ୍‌ ପେମେଣ୍ଟ କରିପାରିବେ । ଏହି କାର୍ଡ ପେମେଣ୍ଟ ଉପରେ କୌଣସି ସୀମା ରହିବ ନାହିଁ ବୋଲି ଡିଲର ସଂଘ ପକ୍ଷରୁ କୁହାଯାଇଛି ।

UPIକୁ ମଧ୍ୟ MDR ଛାଡ଼ ଦାବି
ଡିଲରମାନଙ୍କ କହିବା ଅନୁଯାୟୀ, ପେଟ୍ରୋଲ ପମ୍ପଗୁଡ଼ିକୁ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଲେନଦେନରେ MDR ଶୁଳ୍କରୁ ଛାଡ଼ ମିଳିଛି। ସମାନ ଭାବରେ UPI ଲେନଦେନ ପାଇଁ ମଧ୍ୟ ଛାଡ଼ ପ୍ରଦାନ କରିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ପଞ୍ଜାବରେ ମଧ୍ୟ ସମାନ ନିଷ୍ପତ୍ତି
ପଞ୍ଜାବର ପେଟ୍ରୋଲ ପମ୍ପ ଡିଲରମାନେ ମଧ୍ୟ ୧୬ ଅକ୍ଟୋବରରୁ ୨,୦୦୦ରୁ ଅଧିକ UPI ପେମେଣ୍ଟ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ୍‌ର ଅଧ୍ୟକ୍ଷ ପରମଜିତ ସିଂହ ଦୋଆବାଙ୍କ କହିବା ଅନୁଯାୟୀ, ପ୍ରସ୍ତାବିତ UPI ଟ୍ରାନ୍ଜାକ୍ସନ୍ ଚାର୍ଜ ବହନ କରିବା ପେଟ୍ରୋଲ ପମ୍ପ ଡିଲରମାନଙ୍କ ପାଇଁ ସମ୍ଭବ ନୁହେଁ । କମ୍ ମାର୍ଜିନ୍ ଯୋଗୁଁ ଏବେଠାରୁ ଅପରେସନାଲ୍ ଖର୍ଚ୍ଚ ପରିଚାଳନା କରିବାରେ ସମସ୍ୟା ହେଉଥିବା ସେ କହିଛନ୍ତି ।

ଗ୍ରାହକଙ୍କ ସୁବିଧା ପାଇଁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପେମେଣ୍ଟର ବିକଳ୍ପ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ପ୍ରସଙ୍ଗରେ ପରମଜିତ ସିଂହ ଦୋଆବା ସମ୍ପର୍କିତ ମନ୍ତ୍ରଣାଳୟ ସହିତ ଇଣ୍ଡିଆନ୍ ଅଏଲ୍ (IOCL), ଭାରତ ପେଟ୍ରୋଲିୟମ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ (HPCL)କୁ ମଧ୍ୟ ଚିଠି ଲେଖିଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: