Videos
|
National

EPF Pension / ପ୍ରାଇଭେଟ୍ ଚାକିରି କରୁଛନ୍ତି କି ? PF କଟୁଥିଲେ ଅବସର ପରେ ମିଳିବ ମାସିକ ପେନସନ୍, ଜାଣନ୍ତୁ କେତେ ଟଙ୍କା

Rashmita Mishra
Browse all articles by Rashmita Mishra
·1 hour ago·2 min read
ପ୍ରାଇଭେଟ୍ ଚାକିରି କରୁଛନ୍ତି କି ? PF କଟୁଥିଲେ ଅବସର ପରେ ମିଳିବ ମାସିକ ପେନସନ୍, ଜାଣନ୍ତୁ କେତେ ଟଙ୍କା
EPF Pension

Key Points

ପ୍ରାଇଭେଟ୍ କର୍ମଚାରୀଙ୍କୁ ମିଳିବ ମାସିକ ପେନସନ୍ । 
ପ୍ରାଇଭେଟ୍ ଚାକିରି କରୁଛନ୍ତି କି ?
PF କଟୁଥିଲେ ଅବସର ପରେ ମିଳିବ ମାସିକ ପେନସନ୍, ଜାଣନ୍ତୁ କେତେ ଟଙ୍କା... 

ପ୍ରତିମାସ ଦରମା ଆସିଲେ ମୁହଁରେ ହସ ଫୁଟିଉଠେ । କିନ୍ତୁ ଚାକିରି ଜୀବନର ଶେଷ ପରେ ଖର୍ଚ୍ଚ କିପରି ଚଳାଇବେ, ସେନେଇ ଅନେକ ପ୍ରାଇଭେଟ୍ କର୍ମଚାରୀଙ୍କ ଚିନ୍ତା ରହିଥାଏ । ସରକାରୀ ଚାକିରି ଭଳି ପ୍ରାଇଭେଟ୍ ଚାକିରିରେ ନିଶ୍ଚିତ ପେନସନ୍‌ର ବ୍ୟବସ୍ଥା ନଥିଲେ ମଧ୍ୟ, ଯଦି ଆପଣଙ୍କ ଦରମାରୁ ପ୍ରତିମାସ PF କଟୁଛି, ତେବେ ଅବସର ପରବର୍ତ୍ତୀ ଆର୍ଥିକ ଚିନ୍ତା ଅନେକାଂଶରେ କମିପାରେ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO)ର Employees’ Pension Scheme (EPS) ଅଧୀନରେ ଯୋଗ୍ୟ କର୍ମଚାରୀମାନେ ଅବସର ପରେ ମାସିକ ପେନସନ୍ ପାଇପାରନ୍ତି ।

  • PFର ଟଙ୍କା ପେନସନ୍‌ରେ କିପରି ପରିଣତ ହୁଏ ?


ଅନେକ ଲୋକ ଭାବନ୍ତି ଯେ PF ଖାତାରେ ଜମା ହେଉଥିବା ସମସ୍ତ ଟଙ୍କା ଅବସର ସମୟରେ ଏକକାଳୀନ ଭାବେ ମିଳିଥାଏ । କିନ୍ତୁ PFର ଗଠନ ଏପରି ନୁହେଁ । କର୍ମଚାରୀଙ୍କ ଅଂଶଦାନର ୧୨ ପ୍ରତିଶତ EPF ଖାତାକୁ ଯାଏ । ନିଯୁକ୍ତିଦାତାଙ୍କ ଅଂଶଦାନର ଏକ ଅଂଶ EPS ଅର୍ଥାତ୍ ପେନସନ୍ ଫଣ୍ଡକୁ ଯାଇଥାଏ । ଏହି ଅଂଶଦାନ ହିଁ ଭବିଷ୍ୟତର ପେନସନ୍ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ।

  • ପେନସନ୍ ପାଇଁ ଦୁଇଟି ମୁଖ୍ୟ ସର୍ତ୍ତ


EPS ଅଧୀନରେ ମାସିକ ପେନସନ୍ ପାଇବା ପାଇଁ ଦୁଇଟି କଥା ଗୁରୁତ୍ୱପୂର୍ଣ୍ଣ ।
- ଅତିକମ୍‌ରେ ୧୦ ବର୍ଷର ପେନସନ୍ ଯୋଗ୍ୟ ସେବା: କର୍ମଚାରୀଙ୍କର ଅତିକମ୍‌ରେ ୧୦ ବର୍ଷର ପେନସନ୍ ଯୋଗ୍ୟ ସେବା ଥିବା ଆବଶ୍ୟକ ।
- ୫୮ ବର୍ଷ ବୟସ: ସାଧାରଣ ଭାବେ EPS ପେନସନ୍ ପାଇବାର ବୟସ ୫୮ ବର୍ଷ ।

  • ନିଜେ କରନ୍ତୁ ପେନସନ୍‌ର ହିସାବ


EPS ପେନସନ୍ ଗଣନା ପାଇଁ ଏକ ନିର୍ଦ୍ଧାରିତ ଫର୍ମୁଲା ବ୍ୟବହାର କରାଯାଏ ।
ମାସିକ ପେନସନ୍ = ପେନସନ୍ ଯୋଗ୍ୟ ଦରମା × ମୋଟ ପେନସନ୍ ଯୋଗ୍ୟ ସେବା ବର୍ଷ ÷ ୭୦
ବର୍ତ୍ତମାନର ସାଧାରଣ EPS ନିୟମ ଅନୁସାରେ ପେନସନ୍ ଗଣନା ପାଇଁ ପେନସନ୍ ଯୋଗ୍ୟ ଦରମାର ସର୍ବାଧିକ ସୀମା ୧୫,୦୦୦ ଟଙ୍କା ପ୍ରତିମାସ ଭାବେ ଧରାଯାଏ । ଅର୍ଥାତ୍ ଆପଣଙ୍କ Basic + DA ଏହାଠାରୁ ଅଧିକ ହେଲେ ମଧ୍ୟ, ସାଧାରଣ ଗଣନାରେ ୧୫,୦୦୦ ଟଙ୍କାର ସୀମା ବ୍ୟବହାର ହୁଏ ।

ଉଦାହରଣରୁ ବୁଝନ୍ତୁ
ଧରନ୍ତୁ ଜଣେ ବ୍ୟକ୍ତି କର୍ମଚାରୀଙ୍କର EPS ପେନସନ୍ ଯୋଗ୍ୟ ସେବା ୫୦ ବର୍ଷ ରହିଛି ।
- ପେନସନ୍ ଯୋଗ୍ୟ ସର୍ବାଧିକ ଦରମା: ୧୫,୦୦୦ ଟଙ୍କା
- ପେନସନ୍ ଯୋଗ୍ୟ ସେବା: ୫୦ ବର୍ଷ
- ହିସାବ: ୧୫,୦୦୦ × ୫୦ ÷ ୭୦ = ୧୦,୭୧୪ ଟଙ୍କା ପ୍ରାୟ
ଏହି ଉଦାହରଣ ଅନୁସାରେ ସେହି ବ୍ୟକ୍ତିଙ୍କ ମାସିକ ପେନସନ୍ ପ୍ରାୟ ୧୦,୭୧୪ ଟଙ୍କା ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ୫୮ ବର୍ଷ ପୂର୍ବରୁ ପେନସନ୍ ନେଲେ କ୍ଷତି


ଯଦି କୌଣସି କର୍ମଚାରୀ ୫୮ ବର୍ଷ ପୂର୍ବରୁ, ଅର୍ଥାତ୍ ୫୦ରୁ ୫୭ ବର୍ଷ ବୟସ ମଧ୍ୟରେ EPS ପେନସନ୍ ନେବାକୁ ଚାହାନ୍ତି, ତେବେ ପେନସନ୍ ରାଶିରେ କମିବାର ନିୟମ ରହିଛି । ୫୮ ବର୍ଷ ବୟସ ପୂର୍ବରୁ ଯେତେ ବର୍ଷ ଆଗରୁ ପେନସନ୍ ଆରମ୍ଭ କରାଯିବ, ପ୍ରତ୍ୟେକ ବର୍ଷ ପାଇଁ ୪ ପ୍ରତିଶତ ହାରରେ ପେନସନ୍ କମିପାରେ । ତେଣୁ ଆର୍ଥିକ ଭାବେ ସମ୍ଭବ ହେଲେ ୫୮ ବର୍ଷ ବୟସ ପର୍ଯ୍ୟନ୍ତ ଅପେକ୍ଷା କରି ପେନସନ୍ ନେବା ଅଧିକ ଲାଭଦାୟକ ହୋଇପାରେ ।

ତେବେ ପେନସନ୍‌ର ପ୍ରକୃତ ରାଶି ନିର୍ଭର କରିବ ଆପଣଙ୍କ ପେନସନ୍ ଯୋଗ୍ୟ ସେବା, ଯୋଗ୍ୟ ଦରମା ଓ ଲାଗୁ ନିୟମ ଉପରେ । ପେନସନ୍ ନେବା ପୂର୍ବରୁ EPFOର ଅଧିକୃତ ନିୟମ ଯାଞ୍ଚ କରିବା ଉଚିତ ।