ଇପିଏଫଓ ସଦସ୍ୟଙ୍କ ପାଇଁ ଖୁସି ଖବର

ଇପିଏଫଓ ସଦସ୍ୟଙ୍କ ପାଇଁ ଖୁସି ଖବର। ପିଏଫ ଟଙ୍କା ଉଠାଇବାକୁ ଆଉ ଦୌଡ଼ିବାକୁ ପଡ଼ିବନି ଇପିଏଫଓ କାର୍ଯ୍ୟାଳୟ କି କରିବାକୁ ପଡ଼ିବ ନାହିଁ ଅପେକ୍ଷା। ଆଉ କିଛି ମାସର ଅନ୍ତର ପରେ ଏଟିଏମ ଓ ୟୁପିଆଇ ଜରିଆରେ ଉଠାଇପାରିବେ ଇପିଏଫଓ ଟଙ୍କା। ଜୁନ୍ ମାସରୁ ଲାଗୁ ହୋଇପାରେ ଏହି ସୁବିଧା। ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ସଚିବ ବୁଧବାର ଏନେଇ ସମ୍ୟକ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଡେବିଟ୍ କାର୍ଡ ଭଳି ସଦସ୍ୟଙ୍କୁ ଇପିଏଫଓ ପକ୍ଷରୁ ଏକ କାର୍ଡ ପ୍ରଦାନ କରାଯିବ। ଯେଉକାର୍ଡ ଦ୍ବାରା ଏଟିଏମରୁ ଟଙ୍କା ଉଠାଇବା ସହ ବାଲାନ୍ସ ଚେକ୍ କରି ପାରିବେ। କହି ରଖୁକି ବର୍ତ୍ତମାନ ଅନଲାଇନ୍ ପ୍ରୋସେସରେ ଆବେଦନ କଲେ ୨ ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗୁଛି। ଯେଉଁଥିପାଇ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
📱 Get Argus News App
✨ଯେଉଁଥିରେ ସୁଧାର ଆଣିବାକୁ ଏମିତି ଏକ ସୁବିଧା ଆଣିବାକୁ ଯୋଜନା କରିଛି ବିଭାଗ। ଯାହାର ଲିମିଟ ୧ ଲକ୍ଷ ପର୍ଯ୍ୟନ୍ତ ରହିବ। ସଚିବଙ୍କ କହିବା ଅନୁସାରେ କର୍ମଚାରୀଙ୍କ ଜରୁରୀକାଳୀନ ଆର୍ଥିକ ଆବଶ୍ୟକତା ପୂରଣ କରିବାରେ ଏହା ଅଧିକ ସହାୟ ହେବ। ଏନେଇ ଆବଶ୍ୟକୀୟ ଭିତ୍ତିଭୂମି ବିକାଶ କରାଯାଇଛି।
କେମିତି ଏଟିଏମରୁ ଉଠାଯିବ ଟଙ୍କା-
ଉପଭୋକ୍ତାଙ୍କୁ ଏକ ସ୍ୱତନ୍ତ୍ର ଡେବିଟ୍ କାର୍ଡ ଦିଆଯିବ। ଯାହାକୁ ପିଏଫ ଆକାଉଣ୍ଟ ସହିତ ଲିଙ୍କ କରାଯିବ। ଏହି କାର୍ଡ ବ୍ୟବହାର କରି, ଗ୍ରାହକମାନେ ସିଧାସଳଖ ଏଟିଏମ୍ ମେସିନରୁ ସେମାନଙ୍କର ପିଏଫ୍ ଟଙ୍କା ଉଠାଇ ପାରିବେ। ସେହିଭଳି ୟୁପିଆଇରୁ ଟଙ୍କା ଉଠାଇବା ପାଇଁ ପିଏଫ ଆକାଉଣ୍ଟକୁ ୟୁପିଆଇ ସହିତ ଲିଙ୍କ କରାଯିବ। ପରେ ଗ୍ରାହକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପିଏଫ ଟଙ୍କା ଟ୍ରାନ୍ସଫର କରିପାରିବେ।