Videos
|
National

Medical Stores Closed / ଅନଲାଇନ୍ ମେଡିସିନ୍ ବିକ୍ରିକୁ ବିରୋଧ, ଆଜି ବନ୍ଦ ରହିବ ଦେଶର ସମସ୍ତ ଔଷଧ ଦୋକାନ

Bikash Mohanty
Browse all articles by Bikash Mohanty
·3 months ago·2 min read
ଅନଲାଇନ୍ ମେଡିସିନ୍ ବିକ୍ରିକୁ ବିରୋଧ, ଆଜି ବନ୍ଦ ରହିବ ଦେଶର ସମସ୍ତ ଔଷଧ ଦୋକାନ
Medical Stores

Key Points

ଆଜି ବନ୍ଦ ରହିବ ଦେଶର ସମସ୍ତ ଔଷଧ ଦୋକାନ
AIOCD ଆସୋସିଏସନ୍'ର ଦିନିକିଆ ବନ୍ଦ ଡକରା
ଅନଲାଇନ୍ ମେଡିସିନ୍ ବିକ୍ରିକୁ ବିରୋଧ କରି ବନ୍ଦ ପାଳନ
ବନ୍ଦକୁ ସମର୍ଥନ ଜଣାଇଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍
ରାଜ୍ୟରେ ପ୍ରାୟ ୩୦ ହଜାର ଔଷଧ ଦୋକାନ ବନ୍ଦ ରହିବ
ଭୁବନେଶ୍ବର, ୨୦/୦୫: ଆଜି ବନ୍ଦ ରହିବ ଦେଶର ସମସ୍ତ ଔଷଧ ଦୋକାନ । 'ଅଲ ଇଣ୍ଡିଆ ଅର୍ଗାନାଇଜେସନ୍ ଫର କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍'ର ଦିନିକିଆ ବନ୍ଦ ଡକରା । ରାଜ୍ୟରେ ପ୍ରାୟ ୩୦ ହଜାର ଔଷଧ ଦୋକାନ ବନ୍ଦ ରହିବ। ଅନଲାଇନ୍ ମେଡିସିନ୍ ବିକ୍ରିକୁ ବିରୋଧ କରି ଆଜି ମଧ୍ୟରାତ୍ରୀରୁ କାଲି ମଧ୍ୟରାତ୍ରୀ ଯାଏଁ ବନ୍ଦ ପାଳନ ହେବ। 

କୋଭିଡ ମହାମାରୀ ସମୟରୁ ଦେଶବାସୀ ଅନଲାଇନ୍ ମେଡିସିନ୍ ସହ ଅଭ୍ୟସ୍ତ ହେଲେଣି । ବିଶେଷ କରି ଘରେ ବସି ସହଜରେ ମେଡିସିନ ପାଇବାର ସୁବିଧା, ଅନେକଙ୍କୁ ଏହି ଅଭ୍ୟାସରେ ପକାଇ ଦେଇଛି । ଅନ୍ୟପକ୍ଷରେ ଜୀବନ ରକ୍ଷାକାରୀ ଔଷଧରେ ଦିଆଯାଉଥିବା ମନଲୋଭା ଡିସକାଉଣ୍ଟ ମଧ୍ୟ ଗ୍ରାହକଙ୍କୁ ଅଫଲାଇନ୍ ଔଷଧ ଦୋକାନ ଅପେକ୍ଷା ଅନଲାଇନ୍ ଅର୍ଡର ପ୍ରତି ଆକର୍ଷିତ କରୁଛି । ହେଲେ ଅନଲାଇନ୍ ବେପାର, ଦୋକାନ ଖୋଲି ବସିଥିବା ଔଷଧ ବ୍ୟବସାୟୀଙ୍କୁ ଅଡୁଆ କରିଛି।

ପଢନ୍ତୁ ଏହି ଖବର: ପିଲାଙ୍କ ସ୍ୱାସ୍ଥ୍ୟ ନଷ୍ଟ କରୁଛି ଜଙ୍କ ଫୁଡ୍: ପ୍ୟାକେଟ୍ ଖାଦ୍ୟରୁ ବଢ଼ୁଛି ରୋଗ

ଓଡ଼ିଶାରେ ମଧ୍ୟ ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ’ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଫଳରେ ରାଜ୍ୟର କୋଣ-ଅନୁକୋଣରେ ଔଷଧ ଦୋକାନ ଗୁଡ଼ିକ ସକାଳୁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଫଳରେ ସ୍ୱାସ୍ଥ୍ୟ ସେବା ଗୁରୁତର ଭାବେ ପ୍ରଭାବିତ ହେବା ସହ ସାଧାରଣ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି । ଓଡ଼ିଶାରେ ପ୍ରାୟ ୩୦ ହଜାର ଔଷଧ ଖୁଚୁରା ଓ ପାଇକାରୀ ମେଡ଼ିସିନ ଦୋକାନ ରହିଛି । ସକାଳୁ ସମସ୍ତ ଔଷଧ ଦୋକାନଗୁଡ଼ିକର ସଟର ପଡ଼ିଛି । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଭଳି ପ୍ରମୁଖ ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କଣ ପାଇଁ ବନ୍ଦ ଡାକରା?

ଅନଲାଇନ୍‌ରେ ଔଷଧ ବିକ୍ରିକୁ ବ୍ୟବସାୟୀ ସଂଘ ଦୃଢ଼ ଭାବରେ ବିରୋଧ କରୁଛି
ଅନଲାଇନ୍ ଔଷଧ ବିକ୍ରି ଯୋଗୁଁ ସ୍ଥାନୀୟ ଛୋଟ ବ୍ୟବସାୟୀମାନେ ପ୍ରଭାବିତ ହେଉଛନ୍ତି
ଏହି ବ୍ୟବସ୍ଥା ଦ୍ୱାରା ଖୁଚୁରା ଔଷଧ ଦୋକାନୀମାନଙ୍କ ଜୀବିକା ପ୍ରଭାବିତ ହୋଇଛି
ଔଷଧ ଉପରେ ବ୍ୟବସାୟୀମାନଙ୍କୁ ମିଳୁଥିବା ଲାଭାଂଶ ବା ମାର୍ଜିନକୁ କମାଇ ଦିଆଯାଇଛି
ମାର୍ଜିନ କମାଇବା ନିଷ୍ପତ୍ତିକୁ ଔଷଧ ବ୍ୟବସାୟୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି
ଔଷଧ ବିକ୍ରି ଏବଂ ଏହାର ଲାଇସେନ୍ସ ପାଇବା ପ୍ରକ୍ରିୟାରେ ଅନେକ ଜଟିଳ ନିୟମ ରହିଛି
ଜଟିଳ ସରକାରୀ ନିୟମଗୁଡ଼ିକୁ କୋହଳ କରିବାକୁ ସଂଘ ଦାବି କରିଛି
ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବା ଏହି ଆନ୍ଦୋଳନର  ଉଦ୍ଦେଶ୍ୟ

ସେପଟେ ବନ୍ଦ ସମୟରେ ଜରୁରୀ ଔଷଧ ଯୋଗାଣ ଯେମିତି ପ୍ରଭାବିତ ନହୁଏ, ସେଥିପାଇଁ ପ୍ରସ୍ତୁତ ରହିବାକୁ ଡ୍ରଗ୍ସ କଂଟ୍ରୋଲ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ବିଶେଷ କରି ଜୀବନରକ୍ଷାକାରୀ ଔଷଧର ଅଭାବ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ୍‌ ମେଡିକାଲ୍‌ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।