Videos
|
National

PIB Fact Check / ସବୁ ଶନିବାର ବ୍ୟାଙ୍କ ଛୁଟି ? ଭାଇରାଲ ନୋଟିଫିକେସନ୍ ଫେକ୍... PIB ଦେଲା ସ୍ପଷ୍ଟୀକରଣ

Rashmita Mishra
Browse all articles by Rashmita Mishra
·1 hour ago·2 min read
ସବୁ ଶନିବାର ବ୍ୟାଙ୍କ ଛୁଟି ? ଭାଇରାଲ ନୋଟିଫିକେସନ୍ ଫେକ୍... PIB ଦେଲା ସ୍ପଷ୍ଟୀକରଣ
PIB Fact Check

Key Points

ସବୁ ଶନିବାର ବ୍ୟାଙ୍କ ଛୁଟି ?
PIB ଦେଲା ସ୍ପଷ୍ଟୀକରଣ । 
ଭାଇରାଲ ନୋଟିଫିକେସନ୍ ଫେକ୍...

ସୋସିଆଲ ମିଡିଆରେ ଏବେ ଏକ ସରକାରୀ ଗେଜେଟ୍ ନୋଟିଫିକେସନ୍ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏଥିରେ କୁହାଯାଉଛି ଯେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମେତ ଦେଶର ସମସ୍ତ ସରକାରୀ ବ୍ୟାଙ୍କରେ ଏଣିକି ପ୍ରତ୍ୟେକ ଶନିବାର ଛୁଟି ରହିବ । ଯଦି ଆପଣ ମଧ୍ୟ ଏହି ମେସେଜ୍ କିମ୍ବା ନୋଟିଫିକେସନ୍ ଦେଖିଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ ବା PIB Fact Check ସ୍ପଷ୍ଟ କରିଛି ।

PIB Fact Check ଅନୁସାରେ, କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗ ପକ୍ଷରୁ ସରକାରୀ ବ୍ୟାଙ୍କଗୁଡ଼ିକ ପାଇଁ ପ୍ରତ୍ୟେକ ଶନିବାର ଛୁଟି ଘୋଷଣା କରି କୌଣସି ନୂଆ ନୋଟିଫିକେସନ୍ ଜାରି କରାଯାଇନାହିଁ । ସୋସିଆଲ ମିଡିଆରେ ପ୍ରଚାରିତ ହେଉଥିବା ଚିଠି କିମ୍ବା ଗେଜେଟ୍ ନୋଟିଫିକେସନ୍ ନକଲି ବୋଲି କୁହାଯାଇଛି । ତେଣୁ ଏଭଳି ମେସେଜ୍‌କୁ ଯାଞ୍ଚ ନକରି ଅନ୍ୟମାନଙ୍କୁ ଫରୱାର୍ଡ ନକରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

https://argusnewdashboard.s3.ap-south-1.amazonaws.com/assets/b0c8204b-193f-4993-91d1-5ea8b1621844.jpg
ତେବେ ଶନିବାର ବ୍ୟାଙ୍କ କେବେ ବନ୍ଦ ?

ବର୍ତ୍ତମାନର ନିୟମ ଅନୁସାରେ, ଦେଶର ସମସ୍ତ ଶେଡ୍ୟୁଲ୍ଡ ଓ ନନ୍-ଶେଡ୍ୟୁଲ୍ଡ ବ୍ୟାଙ୍କ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବନ୍ଦ ରହିଥାଏ । ତେବେ ପ୍ରଥମ, ତୃତୀୟ ଓ ପଞ୍ଚମ ଶନିବାର ବ୍ୟାଙ୍କ ସାଧାରଣ କାର୍ଯ୍ୟଦିବସ ଭାବେ ଖୋଲା ରହେ । ଯଦି କୌଣସି ଶନିବାର ସ୍ଥାନୀୟ କିମ୍ବା ଜାତୀୟ ଛୁଟି ପଡ଼େ, ତେବେ ଭିନ୍ନ କଥା ।

ଅନ୍ୟପଟେ, ବ୍ୟାଙ୍କରେ ୫-ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ଦାବି ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି । ଏହି ପ୍ରସଙ୍ଗରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ପକ୍ଷରୁ ଦେଶବ୍ୟାପୀ ହଡ଼ତାଳ ଡାକରା ମଧ୍ୟ ଦିଆଯାଇଥିଲା । କିନ୍ତୁ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ୍ ଓ ବ୍ୟାଙ୍କ ୟୁନିଅନ୍ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପରେ ପ୍ରସ୍ତାବିତ ହଡ଼ତାଳକୁ ସ୍ଥଗିତ ରଖାଯାଇଛି ।

ତେଣୁ ବ୍ୟାଙ୍କିଂ କାମ ପାଇଁ ଯିବା ପୂର୍ବରୁ ଭାଇରାଲ ମେସେଜ୍ ଉପରେ ଭରସା ନକରି ଅଧିକ ସୂଚନା ଯାଞ୍ଚ କରନ୍ତୁ । ବର୍ତ୍ତମାନ ନିୟମ ଅନୁସାରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ, ଅନ୍ୟ ଶନିବାର ସାଧାରଣତଃ ବ୍ୟାଙ୍କ ଖୋଲା ରହିଥାଏ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: