Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'NCERT ପାଠ୍ୟକ୍ରମରୁ ବାଦ୍ ପଡ଼ିନାହିଁ "ପାଇକ ବିଦ୍ରୋହ"

Rashmita Mishra
Browse all articles by Rashmita Mishra
·11 months ago·2 min read
'NCERT ପାଠ୍ୟକ୍ରମରୁ ବାଦ୍ ପଡ଼ିନାହିଁ "ପାଇକ ବିଦ୍ରୋହ"

Key Points

'NCERT ପାଠ୍ୟକ୍ରମରୁ ବାଦ୍ ପଡ଼ିନାହିଁ "ପାଇକ ବିଦ୍ରୋହ"
ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ରହିଛି ଖୋର୍ଦ୍ଧା ପାଇକ ବିପ୍ଳବ ବିଷୟ
NCERTର ସ୍ପଷ୍ଟୀକରଣ ପରେ ବି ବିଜେଡି ମୁଖିଆଙ୍କ `X’ ପୋଷ୍ଟକୁ ନେଇ ଚର୍ଚ୍ଚା
ମୋଦିଙ୍କ ଶାସନରେ ପାଇକ ସମ୍ମାନର ଉଦାହରଣ ଦେଇ ଜବାବ ଦେଲେ ଗଣଶିକ୍ଷା ମନ୍ତ୍ରୀ
ନବୀନଙ୍କ ଜାଣତରେ ତାଙ୍କ କଥା ସାର୍ବଜନୀନ ହେଉଛି ନା ଅଜାଣତରେ, ଉଠିଲା ପ୍ରଶ୍ନ

ପାଇକ ସ୍ମାରକୀ ପାଇଁ ଜମି ହସ୍ତାନ୍ତରରେ ବିଜେଡି ସରକାରର ଆନ୍ତରିକତା ନେଇ ପ୍ରଶ୍ନ କଲା ପାଇକ ସଂଗଠନ । ଏନ୍‌ସିଇଆର୍‌ଟି ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ଦିଆଯାଇନାହିଁ । ଏ ନେଇ ଦିନକ ତଳୁ ସ୍ପଷ୍ଟୀକରଣ ଦେଇସାରିଛି NCERT । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଆସନ୍ତା ସେପ୍‌ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ପାଠ୍ୟପୁସ୍ତକର ସେକେଣ୍ଡ ଭଲ୍ୟୁମ୍‌ ବା ଦ୍ୱିତୀୟ ଖଣ୍ଡରେ ଆଞ୍ଚଳିକ ପ୍ରତିରୋଧ ଆନ୍ଦୋଳନ ଓ ସଶସ୍ତ୍ର ବିଦ୍ରୋହ ସଂପର୍କିତ ବିଷୟ ସ୍ଥାନିତ ହେବ ।

ଏଥିରେ ଓଡ଼ିଶାର ପାଇକ ବିଦ୍ରୋହ, ଖୋର୍ଦ୍ଧା ବିଦ୍ରୋହ, ପଞ୍ଜାବର କୁକା ଆନ୍ଦୋଳନ, ଶିଖ୍‌ ବିଦ୍ରୋହକୁ ଅନ୍ତର୍ଭୁକ୍ତ କରାଯାଇଛି । ବିଡ଼ମ୍ବନାର କଥା NCERTର ସ୍ପଷ୍ଟୀକରଣ ସତ୍ବେ ଏ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଯାହାର କଡ଼ା ଜବାବ ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ। ଲେଖିଛନ୍ତି, NCERT ପାଠ୍ୟପୁସ୍ତକରୁ ଆମର ପ୍ରାରମ୍ଭିକ ସ୍ୱାଧୀନତା ସଂଗ୍ରାମର ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକୁ ବାଦ ଦେବା ସମ୍ପର୍କିତ ଖବର ଅଯୌକ୍ତିକ ଏବଂ ଅସତ୍ୟ । ପାଇକ ବିଦ୍ରୋହକୁ ବ୍ରିଟିଶ ମାନଙ୍କ ବିରୋଧରେ ପ୍ରଥମ ଆନ୍ଦୋଳନର ଦରଜା ଦେଇଛନ୍ତି ମୋଦି ସରକାର । ଉଦେଶ୍ୟ ପ୍ରଣୋଦିତ ଭାବେ ଗଣମାଧ୍ୟମରେ ଏନେଇ ତଥ୍ୟ ପ୍ରକାଶିତ କରାଯାଇଛି । ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି ଓବିସି ମୋର୍ଚ୍ଚା ଓ ଖୋର୍ଦ୍ଧାର ବୁଦ୍ଧିଜୀବୀ।

ଗଣଶିକ୍ଷାମନ୍ତ୍ରୀ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ଅବଦାନକୁ ଲୋକଲୋଚନକୁ ଆଣୁଛି, ଆମ ଇତିହାସର ଅନେକ ଗର୍ବର କାହାଣୀକୁ ଉପଯୁକ୍ତ ସମ୍ମାନ ଦେଇ ଅତୀତର ଭୁଲଗୁଡ଼ିକୁ ସଂଶୋଧନ କରାଯାଉଛି। NEP 2020 କୁ ଦିଗଦର୍ଶକ ଭାବରେ ଗ୍ରହଣ କରି, ସରକାର ଭାରତୀୟ ପରମ୍ପରା ଏବଂ ଦର୍ଶନ ଏବଂ ମୂଳ ଏବଂ ଭବିଷ୍ୟତ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପ୍ରତିବଦ୍ଧ। ଅନ୍ୟପଟେ ଓଡ଼ିଆ ସ୍ବାଭିମାନ ଓ ଅସ୍ମିତାର ସ୍ମାରକୀ ପାଇଁ ବରୁଣେଇ ପାହାଡ ତଳେ ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ବିଶାଳକାୟ ପ୍ରତିମୂର୍ତ୍ତି ସ୍ଥାପନର ପରିକଳ୍ପନା କରାଯାଇଛି। ଏଥିପାଇଁ 2019 ଡିସେମ୍ବର 8ରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ସେତେବେଳେ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡିଆନ ଅଏଲ କର୍ପୋରେସନ 100 କୋଟି ଟଙ୍କା ବ୍ୟୟବରାଦ କରିଥିଲେ । କିନ୍ତୁ ତତ୍କାଳୀନ ବିଜେଡି ସରକାର ମାଗଣା ଜମି ଦେବାକୁ କହି ପରେ ଟାଳଟୁଳ ନୀତି ଆପଣାଇଥିଲେ। ଏବେ ଅଯଥା ପ୍ରସଙ୍ଗକୁ ନବୀନ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନେଇ ସମାଲୋଚନା କରିଛି କଳିଙ୍ଗ ପାଇକ ସଂଗଠନ। ଏବେ ପ୍ରଶ୍ନ ନବୀନଙ୍କ ଜାଣତରେ ତାଙ୍କ କଥା ସାର୍ବଜନୀନ ହେଉଛି ନା ଅଜାଣତରେ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pike-uprising-not-removed-from-ncert-syllabus | Argus News