Pilot Feel Ill / ମଝି ଆକାଶରେ ଅସୁସ୍ଥ ହେଲେ ପାଇଲଟ୍, ମସ୍କଟରେ ଅବତରଣ କଲା ବିମାନ
·1 hour ago·2 min read

Key Points
ମଝି ଆକାଶରେ ହଠାତ୍ ଅସୁସ୍ଥ ହୋଇଗଲେ ପାଇଲଟ୍
ଭୟରେ ଥରିଲେ ବିମାନରେ ଥିବା ଯାତ୍ରୀ
ମସ୍କଟରେ ଅବତରଣ କଲା ଇଣ୍ଡିଗୋ ବିମାନ
ଦୋହାରୁ ବେଙ୍ଗାଲୁରୁ ଅସୁଥିଲା ବିମାନ
ଭୟରେ ଥରିଲେ ବିମାନରେ ଥିବା ଯାତ୍ରୀ
ମସ୍କଟରେ ଅବତରଣ କଲା ଇଣ୍ଡିଗୋ ବିମାନ
ଦୋହାରୁ ବେଙ୍ଗାଲୁରୁ ଅସୁଥିଲା ବିମାନ
ବେଙ୍ଗାଲୁରୁ,୦୩/୦୯: ଦୋହାରୁ ବେଙ୍ଗାଲୁରୁ ଅସୁଥିଲା ବିମାନ। ହେଲେ ମଝି ଆକାଶରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ପାଇଲଟ୍। ଯାହା ଫଳରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବିମାନକୁ ମସ୍କଟରେ ଲ୍ୟାଣ୍ଠି କରାଯାଇଥିଲା। ବିମାନଟି ମସ୍କଟ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ପାଇଲଟଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ଅଛି।
ବେଙ୍ଗାଲୁରୁକୁ ଯାତ୍ରୀମାନଙ୍କୁ ପରିବହନ ପାଇଁ ପ୍ରସ୍ତୁତି
ପାଇଲଟଙ୍କ ଅସୁସ୍ଥତା ଯୋଗୁଁ ବିମାନଟି ମସ୍କଟରେ ଅବତରଣ କରିବାକୁ ବାଧ୍ୟ ହେବା ପରେ ଇଣ୍ଡିଗୋ ଯାତ୍ରୀମାନଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳ ବେଙ୍ଗାଲୁରୁକୁ ପରିବହନ ପାଇଁ ବିକଳ୍ପ ବ୍ୟବସ୍ଥା କରିଛି। ଯାତ୍ରୀମାନଙ୍କୁ ପରିବହନ କରିବା ପାଇଁ ବିମାନ କମ୍ପାନୀ ବେଙ୍ଗାଲୁରୁରୁ ମସ୍କଟକୁ ଦ୍ୱିତୀୟ ବିମାନ ଏବଂ ନୂତନ କର୍ମଚାରୀ ପଠାଇବାର ବ୍ୟବସ୍ଥା କରିଛି। ଏହା ଯାତ୍ରୀମାନଙ୍କର ପରବର୍ତ୍ତୀ ଯାତ୍ରାକୁ ସୁନିଶ୍ଚିତ କରିବ ବୋଲି ଏକ ବିବୃତ୍ତିରେ ଇଣ୍ଡିଗୋ କହିଛି। ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୧୩୦୨କୁ ଜଣେ କାର୍ଯ୍ୟରତ କ୍ରୁ ସଦସ୍ୟଙ୍କ ଜରୁରୀ ଚିକିତ୍ସା ଆବଶ୍ୟକତା ଯୋଗୁଁ ମସ୍କଟକୁ ସ୍ଥାନାନ୍ତର କରାଯାଇଥିଲା।
ମସ୍କଟରେ ଅପେକ୍ଷା କରିଥିବା ଯାତ୍ରୀମାନଙ୍କୁ ଜଳଖିଆ ଏବଂ ନିୟମିତ ଅପଡେଟ୍ ପ୍ରଦାନ କରୁଛି। "ଆମର ଗ୍ରାହକମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ଏବଂ ମସ୍କଟରେ ବିମାନ ପାଇଁ ଅପେକ୍ଷା କରିବା ସମୟରେ ଜଳପାନ ଏବଂ ସମୟାନୁସାରେ ଅପଡେଟ୍ ପ୍ରଦାନ କରିବା ସହିତ ଏହାକୁ କମ କରିବା ପାଇଁ ସମସ୍ତ ପ୍ରୟାସ କରୁଛୁ। ଆମର ଗ୍ରାହକ, କର୍ମଚାରୀ ଏବଂ ବିମାନର ସୁରକ୍ଷା ଇଣ୍ଡିଗୋରେ ଆମର ସର୍ବୋଚ୍ଚ ପ୍ରାଥମିକତା ରହିଛି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।
ପଢନ୍ତୁ ଏହି ଖବର: ସୁନା କିଣିଲେ ଦେଶର ହେଉଛି କ୍ଷତି, ଜାଣନ୍ତୁ କେମିତି?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପୁର୍ବରୁ ବାରାଣସୀରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଗୁରୁବାର ସକାଳେ ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ିମାନର ପଛ କାର୍ଗୋ ବଗିରେ ଧୂଆଁର ସଙ୍କେତ ମିଳିବା ପରେ ପାଇଲଟ ସତର୍କତାମୂଳକ ପଦକ୍ଷେପ ନେଇ ବିମାନକୁ ଲକ୍ଷ୍ନୌ ଅଭିମୁଖେ ଡାଇଭର୍ଟ କରିଥିଲେ। ଏୟାର ଇଣ୍ଡିଆର ବିମାନ IX-1253 ବାରାଣସୀରୁ ଦିଲ୍ଲୀ ଯାଉଥିଲା। ଉଡ଼ାଣ ସମୟରେ ପଛ କାର୍ଗୋ ବଗିରେ ଧୂଆଁ ସଙ୍କେତ ମିଳିବାରୁ ବିମାନଟିକୁ ଲକ୍ଷ୍ନୌ ବିମାନବନ୍ଦରକୁ ଡାଇଭର୍ଟ କରାଯାଇଥିଲା।
ସକାଳ ପ୍ରାୟ ୮ଟା ୫୨ ମିନିଟ୍ରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନ ଅବତରଣ କରିବା ପରେ ବିମାନବନ୍ଦରର ଜରୁରୀକାଳୀନ ପ୍ରତିକ୍ରିୟା ଦଳକୁ ସତର୍କ କରାଯାଇଥିଲା। ଦଳ ବିମାନର ତୁରନ୍ତ ଯାଞ୍ଚ କରିଥିଲା। ତେବେ ଯାଞ୍ଚ ସମୟରେ ବିମାନ ଭିତରେ କିମ୍ବା କାର୍ଗୋ ବଗିରେ କୌଣସି ଧୂଆଁ ଦେଖିବାକୁ ମିଳିନଥିଲା। ଏହାପରେ ବିମାନକୁ ବିମାନବନ୍ଦର ଷ୍ଟାଣ୍ଡରେ ରଖାଯାଇଥିଲା। ସକାଳ ପ୍ରାୟ ୯ଟା ୦୨ ମିନିଟ୍ରେ ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା।

Related Topics
Explore more stories