Cancer Risk / ପାଇଲଟ୍ ଓ କ୍ୟାବିନ୍ କ୍ରୁ ସାବଧାନ ! କସମିକ୍ ରେଡିଏସନ୍ ବଢ଼ାଉଛି କ୍ୟାନ୍ସର ବିପଦ

Key Points
ବିମାନ ପାଇଲଟ ଓ କ୍ୟାବିନଙ୍କ କ୍ୟାନସର ଆଶଙ୍କା ଅଧିକ
କସମିକ୍ ରେଡିଏସନ୍ ପ୍ରଭାବରୁ ବଢ଼ୁଛି ରୋଗ
ଜାମା ଇଣ୍ଟରନାଲ୍ ମେଡିସିନ୍ରେ ତଥ୍ୟ ପ୍ରକାଶ
ଆକାଶରେ ଉଡ଼ିବା ରୋମାଞ୍ଚକର, କିନ୍ତୁ ଏହି ଉଚ୍ଚତାରେ କାମ କରୁଥିବା ପାଇଲଟ୍ ଓ କ୍ୟାବିନ୍ କ୍ରୁଙ୍କ ପାଇଁ ଲୁଚି ରହିଛି କି ଏକ ଅଦୃଶ୍ୟ ବିପଦ ? ନୂଆ ଗବେଷଣା ଏହି ପ୍ରଶ୍ନକୁ ନେଇ ଚିନ୍ତା ବଢ଼ାଇଛି । ହଜାର ହଜାର ଫୁଟ୍ ଉଚ୍ଚତାରେ ଉଡ଼ୁଥିବା ବିମାନରେ କର୍ମଚାରୀମାନେ ପୃଥିବୀ ପୃଷ୍ଠ ତୁଳନାରେ ଅଧିକ କସମିକ୍ ରେଡିଏସନ୍ର ସମ୍ମୁଖୀନ ହୁଅନ୍ତି । ତା’ ସହିତ ଅନିୟମିତ ଘୁମ, ଟାଇମ୍ ଜୋନ୍ ପରିବର୍ତ୍ତନ ଓ ଜେଟ୍ ଲ୍ୟାଗ୍ ମିଶି ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ଏହା ଏବେ ବୈଜ୍ଞାନିକ ମହଲରେ ଚର୍ଚ୍ଚାର ବିଷୟ ।
ବିମାନ ପାଇଲଟଙ୍କ କ୍ୟାନସର ଆଶଙ୍କା ଅଧିକ... ବିମାନ ପାଇଲଟ ଓ କ୍ୟାବିନ କ୍ରୁ ସଦସ୍ୟଙ୍କ ପାଇଁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ପାଇଲଟ୍ ଏବଂ ଫ୍ଲାଇଟ୍ ଆଟେଣ୍ଡାଣ୍ଟମାନେ ବିକିରଣ-ଜନିତ କର୍କଟ ରୋଗରେ ମୃତ୍ୟୁବରଣ କରିବାର ସର୍ବାଧିକ ଆଶଙ୍କା ରହିଛି ।
ଏପରି ଏକ ତଥ୍ୟ `ଜାମା ଇଣ୍ଟରନାଲ୍ ମେଡିସିନ୍ 'ରେ ପ୍ରକାଶିତ ଏକ ନୂତନ ଗବେଷଣାରୁ ଜଣାପଡ଼ିଛି । ମହାକାଶରୁ ଆସୁଥିବା 'କସମିକ୍ ରେଡିଏସନ୍' ପୃଥିବୀର ପୃଷ୍ଠଭାଗକୁ କମ୍ ପରିମାଣରେ ପହଞ୍ଚିଥାଏ । ମାତ୍ର ଅଧିକ ଉଚ୍ଚତାରେ ଉଡ଼ୁଥିବା ବିମାନରେ ଯାତ୍ରା କରୁଥିବା ଏବଂ କାର୍ଯ୍ୟରତ ଲୋକଙ୍କ ଶରୀରରେ ଏହି ବିକିରଣର ପ୍ରଭାବ ଅଧିକ ପଡ଼ିଥାଏ । ୫୦୦ରୁ ଅଧିକ ପେଶାକୁ ନେଇ କରାଯାଇଥିବା ଏହି ଅଧ୍ୟୟନରେ, ବିମାନ କର୍ମଚାରୀମାନେ ପ୍ରଥମ ଏବଂ ପାଇଲଟ୍ମାନେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ସାଧାରଣ କାର୍ଯ୍ୟରତ ଲୋକଙ୍କ ତୁଳନାରେ କ୍ୟାବିନ କ୍ରୁଙ୍କ ବିକିରଣ-ଜନିତ କର୍କଟ ମୃତ୍ୟୁ ଆଶଙ୍କା ୫୦% ଅଧିକ ଏବଂ ପାଇଲଟ୍ମାନଙ୍କର ୩୬% ଅଧିକ ରହିଛି । ଏହି ଗବେଷଣାରେ ବ୍ଲଡ୍ କ୍ୟାନ୍ସର, ସ୍କିନ୍ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର, ଥାଇରଏଡ୍ ଏବଂ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀର କର୍କଟ ରୋଗକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ବିକିରଣ ବ୍ୟତୀତ ନିୟମିତ ଟାଇମ ଜୋନ ପରିବର୍ତ୍ତନ ଏବଂ 'ଜେଟ୍ ଲ୍ୟାଗ୍' ଯୋଗୁଁ ଶରୀରର ଆଭ୍ୟନ୍ତରୀଣ Internal Clock ବ୍ୟାହତ ହେବା ମଧ୍ୟ କର୍କଟ ବିପଦକୁ ବୃଦ୍ଧି କରିଥାଏ ।
📱 Get Argus News App
✨Related Topics
Explore more stories