Videos
|
National

ମନେ ପଡନ୍ତି ତ୍ରିରଙ୍ଗାର ରୂପକାର ପିଙ୍ଗଲି ଭେଙ୍କୟା

Sangram Tripathy
Browse all articles by Sangram Tripathy
·2 years ago·2 min read
ମନେ ପଡନ୍ତି ତ୍ରିରଙ୍ଗାର ରୂପକାର ପିଙ୍ଗଲି ଭେଙ୍କୟା

ଅର୍ଗସ ବ୍ୟୁରୋ:ସବୁଠି ଉତ୍ସାହ,ସ୍ବାଧିନତା ଦିବସକୁ ନେଇ ଚଳଚଞ୍ଚଳ ପଲ୍ଲୀ ଠୁ ଦିଲ୍ଲୀ,ଜଣେ ଭାରତୀୟ ଭାବେ ଆମେ ଗର୍ବିତ,ଏପବିତ୍ର ମାଟି ଆମ 
ସଭିଙ୍କୁ ବାନ୍ଧି ରଖିଛି ଏକତାର ବନ୍ଧନରେ। ଫରଫର ହୋଇ ଉଡୁଛି ତ୍ରିରଙ୍ଗା। ହେଲେ ଆପଣ ଜାଣନ୍ତି କି,ତ୍ରିରଙ୍ଗା ପତାକାକୁ ପ୍ରସ୍ତୁତ କରିଥିବା ମହାନାୟକଙ୍କ ବିଷୟରେ। ତ୍ରିରଙ୍ଗା,ଭାରତୀୟଙ୍କ ପରିଚୟ,ଆମ ସମ୍ମାନ,ସ୍ବାଭିମାନ,ଅସ୍ତିତ୍ବ ଏବଂ ବୀରତ୍ବର ପ୍ରତୀକ,ଯାହା ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରେ। ଭାରତବର୍ଷକୁ ସମଗ୍ର ବିଶ୍ବ ନିକଟରେ ପ୍ରତିନିଧିତ୍ବ କରେ ତ୍ରିରଙ୍ଗା ପତାକା। ଫରଫର ହୋଇ ତ୍ରିରଙ୍ଗା ଉଡିଲେ  ଗର୍ବରେ ଫୁଲି ଉଠେ ଆମ ଛାତି ।

ଦେଶର ଗର୍ବ ଓ ଗୌରବ ତ୍ରିରଙ୍ଗାକୁ ପୂର୍ଣ୍ଣରୂପ ଦେଇଥିଲେ ସ୍ୱାଧୀନତା ସଂଗ୍ରାମୀ ଏବଂ କୃଷି ବୈଜ୍ଞାନିକ ମହାନ ବ୍ୟକ୍ତିତ୍ବ ଆନ୍ଧ୍ରପ୍ରଦେଶର ପିଙ୍ଗଲି ଭେଙ୍କୟା। ୫ବର୍ଷର ଗଭୀର ଅଧ୍ୟୟନ ପରେ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିପାରୁଥିବା ପତାକା ପ୍ରସ୍ତୁତ ହୋଇଥିଲା। ନାରଙ୍ଗୀ, ଧଳା ଏବଂ ସବୁଜ ରଙ୍ଗର ଏହି ପତାକା ତତ୍କାଳୀନ ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରେ ସ୍ୱରାଜ୍ୟ ଧ୍ୱଜା ଭାବେ ଖୁବ୍‍ ଆଦୃତ ହୋଇଥିଲା। ଏହି ପତାକା ତଳେ ଆରମ୍ଭ ହୋଇଥିବା ମୁକ୍ତି ସଂଗ୍ରାମ ଏତେ ପ୍ରଭାବଶାଳୀ ହେଲା ଯେ ୧୯୪୭ ମସିହାରେ ବ୍ରିଟିଶ ଶାସକ ଶେଷରେ ଭାରତ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ।

୧୯୪୭ ମସିହା ଜୁଲାଇ ୨୨ ତାରିଖ ଭେଙ୍କୟାଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିଲା ଜାତୀୟ ପତାକା,ଏହି ପତାକାଟି ଏକ ନିଦ୍ଧିଷ୍ଟ ଶୈଳୀରେ ପ୍ରସ୍ତୁତ ହୋଇଥିଲା,ଯାହାର ପ୍ରତିଟି ଅଂଶରେ ରହିଥିଲା ନିର୍ଦ୍ଦିଷ୍ଟ ଅଂଶ, ପିଙ୍ଗଲି ଭେଙ୍କୟା ନାମକ ଏକ ଯୁବକ,ଭାରତୀୟ ଜାତୀୟ ପତାକାର ଏକ ଡିଜାଇନ ପ୍ରସ୍ତୁତ କରି ପ୍ରଥମେ ମହାତ୍ମା ଗାନ୍ଧୀଙ୍କୁ ପ୍ରଦାନ କରିଥିଲେ ଏହି ପତାକାରେ ଲାଲ ଓ ସବୁଜ ଏ ପରି କି ଦୁଇଟି ରଙ୍ଗ ରହିଥିଲା,ଏହି ଦୁଇ ରଙ୍ଗ ହିନ୍ଦୁ ଓ ମୁସଲମାନ  ଦୁଇ ପ୍ରମୁଖ ଧର୍ମର ପ୍ରତୀକ ଥିଲା,ତେବେ ଦୁଇ ସମ୍ପ୍ରଦାୟକୁ ଛାଡି ଅନ୍ୟ ଧର୍ମଲମ୍ବିଙ୍କ ପାଇଁ ମଝିରେ ଧଳା ରଙ୍ଗ ଦେବାକୁ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ।

୧୯୩୧ରେ କେଶରୀ,ଧଳା ସବୁଜ ରଙ୍ଗରେ ଜାତୀୟ ପତାକା ତିଆରି କରାଯାଇଥିଲା ପତକାର ମଝିରେ ଥିଲା ଅରଟ,ପରେ ପରେ ଏହି ପତାକାର ପରିବର୍ତ୍ତନ କରାଯାଇଥିଲା,ଶେଷରେ ପତାକାର ଶୀର୍ଷ ଭାଗରେ କେଶରୀ ମଝିରେ ଧଳା,ନିମ୍ନ ଭାଗ ଘନ ସବୁଜ ରଙ୍ଗସମସ୍ତ ରଙ୍ଗ ସମାନ ପ୍ରକାର ଆୟତନରେ ସଜ୍ବିତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପରେ ପତାକା ମଝିରେ ୨୪ଟି ଅର ବିଶିଷ୍ଟ ନୀଳ ରଙ୍ଗର ଚକ୍ର ରଖାଯାଇଥିଲା,ଏ ଆକୃତିର ପତାକାକୁ ୨୨ ଜୁଲାଇ ୧୯୪୭ରେ ସାମ୍ବିଧାନିକ କମିଟି ଗ୍ରହଣ କରିଥିଲା। ସେଇ ଦିନ ଠୁ ଭାରତର ଜାତୀୟ ପତାକା କୁ ତ୍ରିରଙ୍ଗା କୁହାଯାଉଛି,ଏହି ପତାକାର ଉପରେ ନାରଙ୍ଗୀ ମଝିରେ ଧଳା ଓ ତଳେ ସବୁଜ ରହିଛି,ମଝିରେ ଥିବା ଧଳା ରଙ୍ଗ ଉପରେ ୨୪ଟି ଅର୍କଥିବା ଅଶୋକ ଚକ୍ର ରହିଛି। ପତକା ଉପରେ ଥିବା କେଶରୀ ରଙ୍ଗ ଦେଶବାସୀଙ୍କ ସାହସ,ବୀରତ୍ବକୁ ସୂଚାଉଛି,ସେହିପରି ମଝିରେ ଥିବା ଧଳା ରଙ୍ଗ,ସତ୍ୟ ଓ ଶାନ୍ତିର ପ୍ରତୀକ। ନିମ୍ନରେ ଥିବା ଘନ ସବୁଜରଙ୍ଗ ଭାତୃତ୍ବର ପ୍ରତୀକ ବହନ କରୁଛି,ମଝିରେ ଥିବା ଅଶୋକ ଚକ୍ର ଦେଶର ପ୍ରଗତିକୁ ସୂଚାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମେ ୧୯୨୧ରେ କଂଗ୍ରେସ ସମ୍ମିଳନୀରେ ଗୃହୀତ ଜାତୀୟ ପତାକା ୧୯୩୧ରେ କଂଗ୍ରେସ ସମ୍ମିଳନୀରେ ଗୃହିତ ସ୍ବରାଜ ପତାକା ୧୯୪୭ ମସିହା ନଭେମ୍ବର ୨୧ ତାରିଖ ଲୋର୍କାପିତ ସ୍ବାଧିନ ଭାରତରେ ପ୍ରଥମ ଜାତୀୟ ପତାକାକୁ ବ୍ୟବହୃତ କରାଯାଇଥିଲା,ଭାରତୀୟ ସ୍ବାଧିନତା କ୍ରାନ୍ତି ସମୟ ମଧ୍ୟରେ ଭାରତୀୟ ପତାକାର ନକ୍ସା ଅନେକ ଥର ପରିବର୍ତ୍ତନ ହୋଇଥିଲା କିନ୍ତୁ  ଶେଷରେ ସ୍ବାଧିନ ଭାରତର ଜାତୀୟ ପତକା ଭାବେ ତ୍ରିରଙ୍ଗାକୁ ଗ୍ରହଣ କରାଯାଇଛି।  ପିଙ୍ଗଲି ଭେଙ୍କୟାଙ୍କ ତ୍ରିରଙ୍ଗାର ପରିକଳ୍ପନା ଆଜି ପ୍ରତିଟି ଭାରତୀୟଙ୍କ ମନରେ ଶାନ୍ତି,ମୈତ୍ରୀ,ପ୍ରଗତିର ବାର୍ତ୍ତା ଦେଉଛି,ସଭିଏଁ ସଲାମ ଜଣାଉଛନ୍ତି ତ୍ରିରଙ୍ଗାକୁ।

Pingli Venkaya, the creator of the triangle, remembers | Argus News