Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Viral News / ଫଟୋସୁଟ୍ ପାଇଁ ହାତୀକୁ ଗୋଲାପୀ ରଙ୍ଗ କଲେ ବିଦେଶୀ କଳାକାର....."ଭ୍ୟୁଜ ପାଇଁ ବନ୍ୟପ୍ରାଣୀଙ୍କୁ ନିର୍ଯାତନା ଦିଅନି"

Ritu Das
Browse all articles by Ritu Das
·3 months ago·2 min read
ଫଟୋସୁଟ୍ ପାଇଁ ହାତୀକୁ ଗୋଲାପୀ ରଙ୍ଗ କଲେ ବିଦେଶୀ କଳାକାର....."ଭ୍ୟୁଜ ପାଇଁ ବନ୍ୟପ୍ରାଣୀଙ୍କୁ ନିର୍ଯାତନା ଦିଅନି"
Photoshoot

Key Points

ଏକ ମନ୍ଦିରରେ ଅଦ୍ଭୁତ ଫଟୋଶୁଟ ହୋଇଛି ଯାହା ପୁରା ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି।
ଏକ ମନ୍ଦିରରେ ଅଦ୍ଭୁତ ଫଟୋଶୁଟ ହୋଇଛି ଯାହା ପୁରା ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ବାର୍ସିଲୋନାରେ ରହୁଥିବା ଜଣେ ଋଷ ଫଟୋଗ୍ରାଫର ଜୁଲିଆ ବୁରୁଲେବା କେବଳ ଫଟୋ ଉଠାଇବା ପାଇଁ ଏକ ହାତୀକୁ ଗୋଲାପୀ ରଙ୍ଗକରିଦେଇଛନ୍ତି। ହାତୀ ପିଠିରେ ବସିଥିବା ମଡେଲରଙ୍କର ଫଟୋଗୁଡ଼ିକ ଭାଇରାଲ ହେଉଛି। କିନ୍ତୁ ଏହି ରଙ୍ଗକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ଅନେକ ୟୁଜର୍ସ ଏହାକୁ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁରତା ବୋଲି କହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳୁଛି ପିଙ୍କ ସିଟି ମାନେ ରାଜସ୍ଥାନରେ।

ଜୁଲିଆ ଜୟପୁରରେ ତାଙ୍କର ଫଟୋଶୁଟ ପାଇଁ ବିବାଦରେ ଫସିଛନ୍ତି। ତାଙ୍କ ଉପରେ କଳା ପ୍ରକଳ୍ପ ପାଇଁ ହାତୀକୁ ଗୋଲାପୀ ରଙ୍ଗ କରିଥିବା ଅଭିଯୋଗ ହୋଇଛି। ବୁରୁଲେଭା ଏକ ପେଣ୍ଟିଂ ଫଟୋଶୁଟ ପାଇଁ ଜୟପୁର ଆସିଥିଲେ। ଇନଷ୍ଟାରେ ଏକ ପୋଷ୍ଟରେ କହିଛନ୍ତି ଯେ, ରାଜସ୍ଥାନ ସହରର ରଙ୍ଗୀନ ପରିବେଶ ଏବଂ ସଂସ୍କୃତି ଦ୍ବାରା ଅନୁପ୍ରାଣୀତ ହେବାପରେ ତାଙ୍କ ମନରେ ଏହି ଧାରଣା ଆସିଥିଲା। ସେ ପୋଷ୍ଟରେ ଲେଖିଛନ୍ତି ଯେ, ପାରମ୍ପରିକ ରାଜସ୍ଥାନୀ ସଂସ୍କୃତିରେ ଗୋଲାପୀ ହାତୀର କଳ୍ପନା କରିଥିଲେ। ତାଙ୍କ ଅନୁସାରେ ହାତୀ ରାଜସ୍ଥାନର ଏକ ଗୁରୁତ୍ବପୂର୍ଣ୍ଣ ପ୍ରତୀକ। ସେଥିପାଇଁ ଏମିତି କରିଥିଲେ। ଅଧାରୁ ଆଉ ପଛଘୁଞ୍ଚା ଦେଇପାରିବେ ନାହିଁ।



ଏହା ଆର୍ଟ ନୁହେଁ...
ଏହି ଫଟୋସୁଟ ପାଇଁ ପ୍ରସ୍ତୁତି କରିବା ଏତେ ସହଜ ନ ଥିଲା। ସେ ପୁଣି କହିଥିଲେ ଯେ, ହାତୀ ପାଇଁ ସାଥୀ ଖୋଜିବାକୁ ତାଙ୍କୁ ଅନେକ ହାତୀ ଫାର୍ମ ପରିଦର୍ଶନ କରିବାକୁ ପଡ଼ିଥିଲା। ଏକ ଐତିହ୍ୟ ସ୍ଥାନରେ ଫଟୋ ଉଠାଇବା ପାଇଁ ଅନୁମତି ପାଇବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ବୁରୁଲେଓ୍ବା ପ୍ରାଣୀଙ୍କ ସୁରକ୍ଷା ବିଷୟରେ ଉଠିଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ରଖିଥିଲେ। ସେ କହିଥିଲେ ଯେ, ବ୍ୟବହୃତ ରଙ୍ଗ ଜୈବିକ ଏବଂ ସ୍ଥାନୀୟ ଥିଲା। ଏହା ପର୍ବପର୍ବାଣୀ ସମୟରେ ମଧ୍ୟ ବ୍ୟବହୃତ ହୁଏ। ତେଣୁ ଏହା ହାତୀ ପାଇଁ ସମ୍ପୂର୍ଣ୍ଣ ନିରାପଦ ଥିଲା।

ଏହାସହ ପଢ଼ନ୍ତୁ: ୨୩ ବର୍ଷ ଧରି ମଲା ପୁଅର ବିବାହ ପାଳୁଛନ୍ତି ଦମ୍ପତି...ହୃଦୟବିଦାରକ କିନ୍ତୁ ଅଦ୍ଭୁତ ପରମ୍ପରା

କିନ୍ତୁ ସ୍ପଷ୍ଟୀକରଣ ଦେବା ପରେ ମଧ୍ୟ ସୋସିଆଲ ମିଡିଆରେ କ୍ରୋଧ ଶାନ୍ତି ହୋଇ ନ ଥିଲା। ଅନେକ ବ୍ୟବହାରକାରୀ ଏହାକୁ ପଶୁ ନିଷ୍ଠୁରତା ବୋଲି କହିଥିଲେ। ଜଣେ ୟୁଜର୍ସ ଲେଖିଛନ୍ତି ଭାରତକୁ ଆସି ଇନଷ୍ଟାଗ୍ରାମରେ ଲାଇକ ପାଇବାପାଇଁ ହାତୀକୁ ରଙ୍ଗ କରିବା ଆର୍ଟ ନୁହେଁ ବରଂ ପ୍ରାଣୀ ନିର୍ଯାତନା। କେବଳ ସୌନ୍ଦର୍ଯ୍ୟ ପାଇଁ ହାତୀକୁ ବ୍ୟବହାର କରିବା ନୈତିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ଭୁଲ।
ଆଉ କିଛି ଲୋକ କହିଛନ୍ତି ଫଟୋଗୁଡ଼ିକୁ ସୁନ୍ଦର ଦେଖାଇବାପାଇଁ ହାତୀକୁ କାହିଁକି ଯନ୍ତ୍ରଣା ଦିଆଯିବ। ଏହା ବଦଳରେ ଏଆଇ ବ୍ୟବହାର କରାଯାଇପାରିଥାନ୍ତା। ଏହାକୁ ନେଇ ବହୁ ସାମାଜିକ ଗଣମାଧ୍ୟମର ପ୍ରତିବାଦ ପରେ, ରାଜସ୍ଥାନ ବନ ବିଭାଗ ଅଧିକାରୀମାନେ ଘୋଷଣା କରିଛନ୍ତି ଯେ କୌଣସି ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ ହୋଇଛି କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଏହି ଘଟଣାର ତଦନ୍ତ କରାଯିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Foreign Artist Paints Elephant Pink for Photoshoot, Sparks Wildlife Cruelty Outrage Online | Argus News