Videos
|
National

ଆଜି ଆକାଶରେ ଚନ୍ଦ୍ରର ଅଲୌକିକ ଦୃଶ୍ୟ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଆଜି ଆକାଶରେ ଚନ୍ଦ୍ରର ଅଲୌକିକ ଦୃଶ୍ୟ 

ନୂଆଦିଲ୍ଲୀ: ଆଜି  ଆକାଶରେ ନଜର ଆସିବ ପିଙ୍କମୁନ।  ଚୈତ୍ର ମାସରେ  ପିଙ୍କମୁନ ଦୃଶ୍ୟ ମାନ ହୋଇଥାଏ।  ଆଜି ଚୈତ୍ର ପୂର୍ଣ୍ଣିମା ମଧ୍ୟ। ତେବେ ଆଜି  ଆକାଶରେ ରାତି  ୧୨ଟା ୩୦ରୁ ରାତି ୧ଟା ପର୍ଯ୍ୟନ୍ତ  ଜହ୍ନ ଗୋଲାପି ରଙ୍ଗ ଦେଖିବାକୁ ମିଳିବ। ଯାହାକୁ ଦେଖିଲେ ଆପଣଙ୍କ ସମସ୍ତ ଇଛା ପୁରଣ ହୋଇଯିବ ବୋଲି ମତ ପ୍ରକାଶ ପାଇଛି ।  ନିସନ୍ତାନ ଦମ୍ପତି ଏବଂ  ପ୍ରେମି ଯୁଗଳ ଯଦି ଜହ୍ନର ଏହି ଗୋଲାପି ରଙ୍ଗକୁ ଦେଖନ୍ତି ତେବେ ସେମାନଙ୍କ ପାଇଁ  ଅତ୍ୟନ୍ତ ଶୁଭ ହେବ।  ଚନ୍ଦ୍ରଙ୍କୁ ଦର୍ଶନ କଲାବେଳେ ଶ୍ୱେତ ବସ୍ତ୍ର  ପରିଧାନ କରି ଦର୍ଶନ କରନ୍ତୁ।  ତେବେ  ଆସନ୍ତୁ ଜାଣିବା ଏହି ଗୋଲାପି ଚାନ୍ଦ ବିଷୟରେ। ହିନ୍ତୁ  କ୍ୟାଲେଣ୍ଡର  ଅନୁସାରେ ବର୍ଷର ତୃତୀୟ  ମାସ ଚୈତ୍ର ମାସ ହୋଇଥାଏ। ଚୈତ୍ର ମାସର ପୂର୍ଣ୍ଣିମା ଦିନରେ ପିଙ୍କ ମୁନ ନଜର ଆସିଥାଏ।  ଚଳିତ  ବର୍ଷ ଚୈତ୍ର ପୂର୍ଣ୍ଣିମା ୨୩ ତାରିଖ ଅର୍ଥାତ ଆଜି। ପ୍ରକୃତରେ  ପିଙ୍କମୁନ ସମ୍ପୂର୍ଣ୍ଣ  ଭାବେ ଗୋଲାପି ଦୃଶ୍ୟମାନ ହେବ ନାହିଁ।  ବରଂ  ସାଧାରଣତଃ ଚାନ୍ଦ ପରି ସିଲଭର ଏବଂ ଗୋଲ୍ଡ ରଙ୍ଗର ନଜର ଆସିବ । ଏହି ପିଙ୍କମୁନର ନାମ ପୂର୍ବ ଆମେରିକାରେ ମିଳିଥିବା ଏକ ହର୍ବମାସ ପିଙ୍କ ନାମ ଅନୁଯାୟୀ ରଖାଯାଇଛି।  ଚୈତ୍ର ପୂର୍ଣିମା ୨୩ ଅପ୍ରେଲ ମଙ୍ଗଳବାର ର ଅପରାହ୍ନ ୩ ଟା ୨୫ରୁ ଆରମ୍ଭ ହୋଇ  ଆସନ୍ତାକାଲି ଅର୍ଥାତ ୨୪ ଅପ୍ରେଲ ବୁଧବାର ସକାଳ ୫ଟା ୧୮ ମିନିଟ୍‌ ରେ ଶେଷ ହେବ ।

ଚାନ୍ଦର ଭିନ୍ନ ଭିନ୍ନ ରଙ୍ଗ

ପିଙ୍କ ମୁନ ବ୍ୟତିତ  ପୂର୍ଣ୍ଣିମା ଦିନ  ଚାନ୍ଦ  ଭିନ୍ନ ଭିନ୍ନ ରଙ୍ଗରେ ନଜର ଆସିଥାଏ।  ଅନେକ ଥର ପ୍ରଦ୍ୟୁଷଣ  ଯୋଗୁଁ  ଚାନ୍ଦର ରଙ୍ଗ ନାରଙ୍ଗୀ  ଏବଂ  ହଳଦୀ ଦେଖାଯାଇଥାଏ।  ଚାନ୍ଦର  ସବୁଠାରୁ ସଫା ରଙ୍ଗ ଚମ୍‌କିଲା ହୋଇଥାଏ।  ଏହା ସଫା ବା ପରିସ୍କାର ଆକାଶରେ ଦୃଶ୍ୟ ମାନ ହୋଇଥାଏ। 
ପିଙ୍କ ମନର  କିଛି ଅନ୍ୟ ନାମ

ବସନ୍ତ ଋତୁରେ  ସୁପର ମୁନ କୁ ପିଙ୍କ ମୁନ ବ୍ୟତିତ ସ୍ପ୍ରାଉଟିଙ୍ଗ  ଗ୍ରାସ ମୁନ , ଏଗ ମୁନ, ଫିସ୍‌ ମୁନ, ଫେଷ୍ଟିଭାଲ ମୁନ୍‌ ପ୍ରଭୃତି    ନାମରେ ପରିଚିତ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମ ଥର କେବେ ଦେଖାଯାଇଥିଲା ସୁପରମୁନ୍‌
ଆମେରିକା ଅନ୍ତରିକ୍ଷ ଏଜେନ୍ସି ଅନୁସାରେ ପ୍ରଥମେ ସୁପରମୁନ  ୧୯୭୯ ରେ ଦେଖାଯାଇଥିଲା। ସେତେବେଳେ ଏଷ୍ଟ୍ରୋନମର୍ସ ଏହାକୁ ପେରିଜୀନ  ଫୁଲ  କହିଥିଲେ।  ପରେ ଏହାକୁ ପରିବର୍ତ୍ତନ କରି ସୁପରମୁନ  କୁହାଗଲା ।  ବୈଜ୍ଞାନିକମାନେ କହିଛନ୍ତି  ସୁପରମୁନ  ତାର ସାମାନ୍ୟ ଆକାର ଠାରୁ  ୧୪ ଗଣା ଅଧିକ ବଡ ହୋଇଥାଏ।   

ଅଧିକ ପଢନ୍ତୁ  ଭାରତ ଖବର