କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା

Key Points
କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା
ଜେମ୍ ପୋର୍ଟାଲରୁ ୫୪୨୭ କୋଟି ଟଙ୍କାର ସରକାରୀ କିଣାକିଣି
ଜେମ୍ ପୋର୍ଟାଲ୍ ଉତ୍ତରପ୍ରଦେଶରେ ସ୍ୱଚ୍ଛତା ଏବଂ ଡିଜିଟାଲ୍ ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା । ଉତ୍ତରପ୍ରଦେଶ ସରକାର ପକ୍ଷରୁ ସରକାରୀ ଇ-ମାର୍କେଟ୍ ପ୍ଲେସ୍ ତଥା ଜେମ୍ ପୋର୍ଟାଲରୁ ୫୪୨୭ କୋଟି ଟଙ୍କାର ସରକାରୀ କିଣାକିଣି କରିବା ସହ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖି ପ୍ରଂଶସା କରିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ୍ । ଏହା ଅନ୍ୟ ରାଜ୍ୟ ଗୁଡିକ ପାଇଁ ଉଦାହରଣ ବୋଲି ସେ କହିଛନ୍ତି । ଜେମ୍ ପୋର୍ଟାଲ୍ ଉତ୍ତରପ୍ରଦେଶରେ ସ୍ବଚ୍ଛତା ଏବଂ ଡିଜିଟାଲ୍ ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରୁଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । ଜେମ୍ ପୋର୍ଟାଲ ଉତ୍ତରପ୍ରଦେଶରେ ସାର୍ବଜନୀନ କିଣାବିକାକୁ ନା କେବଳ ପାରଦର୍ଶୀ କରିଛି ବରଂ ଏହାକୁ ସମୟାନୁବର୍ତ୍ତୀ ଏବଂ କୁଶଳ କରିଛି।
ଉତ୍ତରପ୍ରଦେଶଠାରୁ ଅନ୍ୟ ରାଜ୍ୟ ଗୁଡିକ ମଧ୍ୟ ଏଥିରୁ ପ୍ରେରଣା ନେବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । ଡିଜିଟାଲ୍ ଗଭର୍ଣ୍ଣାନ୍ସକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପ୍ରଭାବଶାଳୀ ପ୍ରୟାସ ଯୋଗୁଁ ଜେମ୍ ପୋର୍ଟାଲର କେବଳ ଯେ ସରକାରୀ ସାମଗ୍ରୀ କିଣିବା ସହଜ ହୋଇଛି ତା ନୁହେଁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ଏହା ସୁଯୋଗ ପ୍ରଦାନ କରିଛି ।