ଥଣ୍ଡା ପବନ ପାଇଁ କୁଲରକୁ ଏହି ସ୍ଥାନରେ ରଖନ୍ତୁ
·2 years ago·1 min read

ଅର୍ଗସ ବ୍ୟୁରୋ: ଥଣ୍ଡା ପବନ ଯଦି ଖାଇବାକୁ ଚାହୁଁଛନ୍ତି ଏଠି ସେଠି କୁଲର ରଖନ୍ତୁ ନାହିଁ। ଖରା ଦିନରେ ଯେଉଁଭଳି ଗରମ ହେଉଛି ଲୋକେ ସନ୍ତୁଳି ହୋଇପଡ଼ୁଛନ୍ତି। ଟିକେ ଥଣ୍ଡା ପବନ ପାଇଁ ଆଉଟୁପାଉଟୁ ହୁଅନ୍ତି। ଖରା ଦିନରେ ଫ୍ୟାନରୁ ନିଆଁ ହୁଳା ଭଳି ପବନ ବାହାରେ ଯେମିତି ମଣିଷ ଜଳିଯିବ। ଏଭଳି ସ୍ଥିତିରେ ଏୟାର କୁଲର ଘରେ ଲଗାଇଲେ ଆଶ୍ବସ୍ତି ମିଳିଥାଏ।
କୁଲରକୁ ଘରର ଠିକ ଜାଗାରେ ରଖିଲେ ହିଁ ଯାଇ ଥଣ୍ଡା ଲାଗେ। ପ୍ରାୟତଃ ଲୋକ କୁଲରକୁ ଠିକ ସ୍ଥାନରେ ରଖନ୍ତି ନାହିଁ। ସେଥିପାଇଁ କୁଲରରୁ ଗରମ ପବନ ବାହାରିବା ସହ ଦେହହାତରେ ଏହି ପବନ ବାଜିଲେ ହିଁ ଅଠାଳିଆ ଲାଗିଥାଏ। କୁଲରରୁ ଥଣ୍ଡା ପବନ ପାଇବାକୁ ଚାହିଁଲେ ଭେଣ୍ଟିଲେଶନ ଭଲ ଥିବା ରୁମରେ ଉକ୍ତ କୁଲରକୁ ରଖନ୍ତୁ। ଯେଉଁଠି ଥଣ୍ଡା ପବନ ବହୁଥିବ ସେହି ସ୍ଥାନରେ କୁଲରକୁ ରଖନ୍ତୁ। ଏୟାର କୁଲରକୁ ସବୁବେଳେ ଝରକା ପାଖରେ ରଖନ୍ତୁ। ଏହାପରେ ରୁମରେ ଥଣ୍ଡା ପବନ ବହିବ। ଆଉ ଆଦ୍ରତା ମଧ୍ୟ କମ ରହିବ।
ଅଧିକ ପଢ଼ନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: