ପ୍ଲାନ୍ ପ୍ରସ୍ତୁତ, ଆକ୍ସନକୁ ଅପେକ୍ଷା
·1 year ago·1 min read

ଆସନ୍ତାକାଲି ପୁଣି ବସିବ CCS ମିଟିଙ୍ଗ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟାରେ ବସିବ ବୈଠକ। ନିଆଯାଇପାରେ ପାକ୍ ବିରୋଧୀ ବଡ଼ ନିଷ୍ପତ୍ତି। ପହଲଗାମ ଆକ୍ରମଣ ପରଦିନ ବସିଥିବା ବୈଠକରେ ନିଆଯାଇଥିଲା 5 ବଡ଼ ନିଷ୍ପତ୍ତି।
ପହଲଗାମ ଦୋଷୀଙ୍କୁ ପ୍ରହାର ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ । ଆକ୍ସନ ମୋଡରେ ମୋଦି ସରକାର। କାଲି ୧୧ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ମିଟିଂ ବସିବ । PM ମୋଦିଙ୍କ ଅଧ୍ୟକ୍ଷତାରେ ହେବ CCS ମିଟିଂ। କ୍ୟାବିନେଟ୍ କମିଟି ଅନ୍ ଇକୋନୋମିକ୍ ଆଫେୟାର୍ସ ମିଟିଂ ବି ବସିବ ।
ଗୋଟିଏ ପରେ ଗୋଟିଏ 4ଟି ବୈଠକ କରିବେ PM ମୋଦି । ପ୍ରଥମେ CCS ମିଟିଂ, ତା ପରେ CCEA ମିଟିଂ ବସିବ। ପଲିଟିକାଲ୍ ଆଫେୟାର କ୍ୟାବିନେଟ୍ କମିଟିର ମିଟିଂ ବି ବସିବ। ଏହି ବୈଠକଗୁଡ଼ିକରେ ନିଆଯାଇପାରେ ବଡ଼ ନିଷ୍ପତ୍ତି। ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ହେବ ମନ୍ଥନ। ସିନ୍ଧୁ ଜଳ ସନ୍ଧି ଉପରେ ପଦକ୍ଷେପ ନେଇ ବି ଆଲୋଚନା ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: