ଭାକେଶନ ପାଇଁ ଗୋଆ ନୁହେଁ ଏହି ସ୍ଥାନକୁ ପ୍ଲାନ କରନ୍ତୁ.......ଆଉ ମଜା ନିଅନ୍ତୁ

ଅର୍ଗସ ବ୍ୟୁରୋ: ଆପଣ କୁଆଡେ ବୁଲିବାକୁ ଚାହିଁଲେ ପ୍ରଥମେ ଆପଣଙ୍କ ମନକୁ ନିଶ୍ଚିତ ଗୋଆ କଥା ଆସିବ। କିନ୍ତୁ ଗୋଆ ବ୍ୟତୀତ ଭାରତରେ ଏମିତି ଆହୁରି ସୁନ୍ଦର ଏବଂ ପରିଷ୍କାର ବେଳାଭୂମି ରହିଛି। ଚାଲନ୍ତୁ ଆଜି ଆମେ ଭାରତରେ ଥିବା ସୁନ୍ଦର ସୁନ୍ଦର ବେଳାଭୂମି ଆପଣଙ୍କୁ ବୁଲାଇ ନେବୁ। ଆପଣ ଯଦି ଏମିତି ଜାଗାକୁ ଯାଉଛନ୍ତି ତାହାଲେ ଜମା ବି ଏହି ସ୍ଥାନ ଗୁଡ଼ିକୁ ବୁଲିବାକୁ ମିସ କରନ୍ତୁନି।
ଏଭଳି ଏକ ସୁନ୍ଦର ଏବଂ ମନୋରମ ସ୍ଥାନ ହେଉଛି କର୍ଣ୍ଣାଟକର ଉଡୁପି। ବହୁତ ହି ସୁନ୍ଦର ଜାଗା। ଆପଣ ନିଜ ଫ୍ୟାମିଲି ଏବଂ ଫ୍ରେଣ୍ଡସଙ୍କ ସହିତ ଏହି ସ୍ଥାନକୁ ଆସି ଭାକେଶନର ମଜା ନେଇପାରିବେ। ବିଚ ଡେଷ୍ଟିନେସନ କହିଲେ ଲୋକେ ଖାଲି ଗୋଆ କଥା ଭାବନ୍ତି କିନ୍ତୁ ଏମିତି ଭାବିବା ଏକଦମ ଭୂଲ। ଆପଣ ଯଦି ବିଚ ଲଭର ଅଟନ୍ତି ତେବେ ଗୋଟିଏ ଥର ଉଡ୍ଡୁପୀ ବେଳାଭୂମିକୁ ବୁଲିବାକୁ ଯାଆନ୍ତୁ। ନିଶ୍ଚିତ ଆପଣ ସେଠି ହଜିଯିବେ। କପଲମାନଙ୍କୁ ନିଶ୍ଚି ଭଲ ଲାଗିବ। ଦର୍ଶକବନ୍ଧୁ ଉଡ୍ଡୁପୀ ବ୍ୟତୀତ ଆହୁରି ମଧ୍ୟ ସୁନ୍ଦର ସୁନ୍ଦର ସ୍ଥାନ ରହିଛି। ୨ରୁ ୩ଦିନ ଛୁଟି ଆଣି ଆନ୍ତୁ ଆଉ ଏହି ଜାଗାର ସୌନ୍ଦର୍ଯ୍ୟତାକୁ ଏକ୍ସପ୍ଲୋର କରନ୍ତୁ। ଉଡ୍ଡୁପୀ ମଧ୍ୟ ମନ୍ଦିରମାଳିନୀ ସହର। ମାନେ ପ୍ରକୃତି ସହ ଆପଶ ଆଡଭେଞ୍ଚରର ମଜା ନେଇପାରିବେ।
ମାଳପେ ବିଚ
ମାଳପେ ବିଚ ଉଡ୍ଡୁପୀର ଏକ ଫେମସ ଟୁରିଷ୍ଟ ଡେଷ୍ଟିନେଶନ ସ୍ଥାନ। ନେଚର ସହ ବେଳାଭୂମିର ବାଲିକୁ ଆପଣ ନିଶ୍ଚିତ ଏଞ୍ଜୟ କରିବେ। ଏହାସହ ଆପଣଙ୍କୁ ଏଠିକାର ଲୋକାଲ ଫୁଡ ନିଶ୍ଚିତ ଭଲ ଲାଗିବ। ମାଲପେ ବିଚ ଯିବାକ ହେଲେ ଆପଣଙ୍କୁ ମାଙ୍ଗୋଲୋର ଠରୁ ୬୬ କିମି ଦୂର ଏବଂ ଉଡ୍ଡୁପୀ ସହର ଠାରୁ ୬କିମି ଗଲେ ଏହି ବିଚ ପଡ଼ିବ। ଆପଣ ଏହି ସ୍ଥାନକୁ ଗଲେ ଲୋକାଲ ମତ୍ସ୍ୟଜୀବୀଙ୍କୁ ଦେଖିପାରିବେ। ଯେଉଁମାନେ ସମୁଦ୍ରରୁ ମାଛ ମାରି ନିଜ ଜୀବନ ନିର୍ବାହ କରନ୍ତି। ଆପଣ ଏହି ଜାଗାକୁ ଏକ ଦ୍ବୀପପୁଞ୍ଜ କହିଲେ ମଧ୍ୟ ଭୂଲ ହେବନାହିଁ। ଆଉ ଜଣାଶୁଣା ଦ୍ବୀପପୁଞ୍ଜ ହେଉଛି ସେଣ୍ଟ ମୈରୀ ଦ୍ବୀପ। ଏହି ସ୍ଥାନ ଭାରି ଲୋକପ୍ରିୟ। ଏହି ସ୍ଥାନକୁ ବୁଲିବାକୁ ବହୁ ଟୁରିଷ୍ଟ ଆସନ୍ତି।
ସେହିପରି ମାଙ୍ଗଲୋର ଏବଂ ଉଡୁପୀ ସହର ମଧ୍ୟରେ ସ୍ଥିତ କୌପ ବିଚ ବହୁ ପୁରୁଣା। ଆପଣ ଏହାକୁ ଅଫବିଟ ବିଚ କହିପାରିବେ। କାରଣ ଏହି ବିଚକୁ ଲୋକ ସେତେଟା ଜାଣି ନାହାନ୍ତି। ସେ ଲାଗି ଏହି ବିଚର ସୌନ୍ଦର୍ଯ୍ୟ ହାନି ହୋଇନାହିଁ। ଏହି ସ୍ଥାନରେ କିଛି ସମୟ ଏକୁଟିଆ ବସିଲେ ଆପଣଙ୍କ ମନକୁ ଏକ ଅଳଗା ପ୍ରକାରର ଶାନ୍ତି ମିଳିବ। ଏଠାରେ ୧୯୦୧ ମସିହାରୁ ଏକ ବହୁ ପୁରୁଣା ଲାଇଟହାଉସ ରହିଛି। ଯାହାକି ପର୍ଯ୍ୟଟକଙ୍କ ପାଇଁ ସକାଳ ୫ଟା୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଖୋଲା ରୁହେ।
ଆପଣ ନିଶ୍ଚିତ ଭାବୁଛନ୍ତି ନା ଏହି ବିଚକୁ ବୁଲିବାକୁ କିପରି ଯିବେ।
NO worries
ଆମେ ଅଛୁ ନା
ତାହାଲେ ଚାଲନ୍ତୁ ଏଇ confusionବି ଆମେ ଦୁର କରିଦେଉଛୁ
ଉଡୁପୀ ଯିବାକୁ ହେଲେ ଆପଣଙ୍କୁ ଫ୍ଲାଇଟରେ ମାଙ୍ଗାଲୋର ପର୍ଯ୍ୟନ୍ତ ଯିବାକୁ ପଡ଼ିବ। ଏୟାରପୋର୍ଟର ଓହ୍ଲାଇବାପରେ ଆପଣଙ୍କୁ ଟ୍ୟାକ୍ସି ଭଡ଼ା କରିକି ଉଡୁପୀ ଯିବାକୁ ପଡ଼ିବ। ତେବେ ଉଡୁପୀ ରେଲଓ୍ବେ ଷ୍ଟେସନ ମଧ୍ୟ ରହିଛି। ଆପଣ ଯଦି ସାଙ୍ଗମାନଙ୍କ ସହ ରୋଡ ଓ୍ବେରେ ଯିବାକୁ ଚାହୁଁଛନ୍ତି ତାହାଲେ କାର କିମ୍ବା ବାଇକରେ ଟ୍ରାଭେଲ କରିପାରିବେ।
ତାହାଲେ କଣ କହୁଛନ୍ତି ଉଡୁପୀ ଯିବାକୁ ପ୍ଲାନ କରନ୍ତୁ। ଆଉ ପ୍ରାକୃତିକ ପରିବେଶର ମଜା ନିଅନ୍ତୁ। ଆପଣ ଏହି ହିଡେନ ବିଚ ବିଷୟରେ ଜାଣିଥିଲେ କି ନାହିଁ ଆମକୁ ନିଶ୍ଚିତ କମେଣ୍ଟ କରନ୍ତୁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଭାରତ ଖବର