Plane Crash / ହେଭିଓ୍ୱେଟଙ୍କ ଜୀବନ ନେଉଛି ବିମାନ, ଜାଣନ୍ତୁ ଇତିହାସ...

Key Points
ହେଭିଓ୍ୱେଟଙ୍କ ଜୀବନ ନେଉଛି ବିମାନ ।
ମହାରାଷ୍ଟ୍ରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଜିତ ପାୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଫେରିବା ସମୟରେ ବାରାମତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନଟି ବାରାମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଅଜିତ ପାୱାର ଦେହାନ୍ତ ହୋଇଛି । ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବିମାନରେ ଥିବା ୫ଜଣଙ୍କର ମୃତ୍ୟୁ ହୋଇଥିବା ଡିଜିସିଏ ସ୍ପଷ୍ଟ କରିଛି । ବିମାନ ଦୁର୍ଘଟଣାରେ ଜୀବନ ଯିବା ଏହା ପ୍ରଥମ ନୁହେଁ । ବହୁତ ବଡ଼ ବଡ଼ ନେତାଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି ।
ଜେନେରାଲ ବିପିନ ରାୱତ...ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ୨୦୨୧ ଡିସେମ୍ବରରେ ଆଖି ବୁଜିଥିଲେ ଦେଶର ପ୍ରଥମ CDS । MI-17 ହେଲିକପ୍ଟର ଦୁର୍ଘଟଣାରେ ପତ୍ନୀଙ୍କ ସହ ବିପିନଙ୍କ ନିଧନ ହୋଇଥିଲା ।
ୱାଇଏସ ରାଜଶେଖର ରେଡ୍ଡି... ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡିଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯାଇଥିଲା । ୨୦୦୯ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୱାଇଏସ ରାଜଶେଖର ରେଡ୍ଡି ।
ଜିସିଏମ ବାଲାଯୋଗୀ... ଲୋକସଭା ବାଚସ୍ପତି ଜିସିଏମ ବାଲାଯୋଗୀଙ୍କ ବିମାନ ଦୁର୍ଘଟଣାରେ ହୋଇଥିଲା ଦେହାନ୍ତ । ୨୦୦୨ରେ ପ୍ରାଣ ହରାଇଥିଲେ ଜିସିଏମ ବାଲାଯୋଗୀ ।
ସୌନ୍ଦର୍ଯ୍ୟା...ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କର ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଥିଲା । ୨୦୦୪ ଏପ୍ରିଲ ୧୭ ତାରିଖରେ ପ୍ରାଣ ହରାଇଥିଲେ ଅଭିନେତ୍ରୀ । ବେଙ୍ଗାଳୁରୁ ନିକଟ ଜାକୁର ଏୟାର ଷ୍ଟ୍ରିପରୁ ଟେକଅଫର କିଛି ସମୟ ମଧ୍ୟରେ ହୋଇଥିଲା ଦୁର୍ଘଟଣା ।
ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ୨୦୨୫ଜୁନରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ଲଣ୍ଡନ ଯିବା ସମୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନ ବନ୍ଦରରେ ବୋଇଂ୭୮୭ବିମାନଟି ଖସି ପଡିଥିଲା । ଯେଉଁଥିରୁ ରୂପାଣୀ ବର୍ତ୍ତି ପାରିନଥିଲେ ।
ଏୟାର ଇଣ୍ଡିଆ ବୋଇଂ ଡ୍ରିମଲାଇନର ଦୁର୍ଘଟଣା ଅହମ୍ମଦାବାଦରୁ ଟେକଅଫର କିଛି ସମୟ ମଧ୍ୟରେ ଦୁର୍ଘଟଣା ହୋଇଥିଲା ଏୟାର ଇଣ୍ଡିଆ ବିମାନ । ଏୟାର ଇଣ୍ଡିଆ ବୋଇଂ ୭୮୭ ଡ୍ରିମଲାଇନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୪୧ ଜଣ ଯାତ୍ରୀଙ୍କ ସହ ଦୁର୍ଘଟଣାସ୍ଥଳରେ ଆଉକିଛି ଲୋକଙ୍କ ମୃତ୍ୟୁ ହୋଇଥିଲା
📱 Get Argus News App
✨Related Topics
Explore more stories