Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆବୁଧାବିଠାରେ ଆଇଆଇଟି ଦିଲ୍ଲୀର ଏକ କ୍ୟାମ୍ପସ୍ ସ୍ଥାପନାର ପରିକଳ୍ପନା: ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆବୁଧାବିଠାରେ ଆଇଆଇଟି ଦିଲ୍ଲୀର ଏକ କ୍ୟାମ୍ପସ୍ ସ୍ଥାପନାର ପରିକଳ୍ପନା: ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦିଙ୍କ ସଦ୍ୟତମ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଏଭଳି ଏକ ସମୟରେ ଘଟିଛି, ଯେତେବେଳେ ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ବ୍ୟାପକ ରଣନୀତିକୁ ସହଭାଗୀତା ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଏହି ରଣନୀତିକ ସମ୍ପର୍କକୁ ଦୋହରାଇ ପ୍ରଧାନମନ୍ତ୍ରୀ ଏବଂ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେବ୍ ଅଲ ନାହ୍ୟାନ୍ ଆବୁ ଧାବିଠାରେ ଆଇଆଇଟି ଦିଲ୍ଲୀର ଏକ କ୍ୟାମ୍ପସ୍ ସ୍ଥାପନାର ପରିକଳ୍ପନା କରିଛନ୍ତି । ଏହି ନିଷ୍ପତ୍ତିକୁ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟରେ ପରିଣତ କରାଯାଇଛି । ଯାହା ଉଭୟ ଦେଶର ନେତୃତ୍ବଙ୍କ ସମାନ ପରିକଳ୍ପନା ଏବଂ ସେମାନେ ଆରୋପ କରୁଥିବା ଅଗ୍ରାଧିକାରଙ୍କୁ ପ୍ରତିପାଦିତ କରେ ।

ଖବର କାଗଜରେ ସମ୍ପାଦକୀୟ ଲେଖି ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆବୁ ଧାବିଠାରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ୍ ପ୍ରତିଷ୍ଠାକୁ ରେକର୍ଡ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏବଂ ଆବୁ ଧାବିର ଶିକ୍ଷା ଓ ଜ୍ଞାନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ବୟ ଓ ସମ୍ପର୍କର ଏକ ଅନନ୍ୟ ଉଦାହରଣ । 2022 ମସିହା ପ୍ରାରମ୍ଭରେ ଏଥିପାଇଁ ଦୁଇ ଦେଶର ନେତୃବର୍ଗଙ୍କ ମଧ୍ୟରେ ଏକ ରାଜିନାମା ସ୍ବାକ୍ଷରିତ ହେବା ପରଠୁ 2023 ମସିହା ଜୁଲାଇ 15 ତାରିଖ ଦିନ ଏଥି ନିମନ୍ତେ ଆଉ ଏକ ବୁଝାମଣା ପତ୍ରରେ ହସ୍ତାକ୍ଷର କରାଯାଇଥିଲା । ଏବେ 2024 ମସିହା ଜାନୁଆରୀ 29ରେ ସେଠାରେ କମ୍ପସ୍ ସ୍ଥାପନ ସହ ପ୍ରଥମ ଦଫା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଆରମ୍ଭ ହେବା ଏହି ସମୟବଦ୍ଧତାକୁ ପ୍ରମାଣିତ କରିଛି । ତେଣୁ ଆଇଆଇଟି ଦିଲ୍ଲୀ-ଆବୁ ଧାବି ସ୍ବଳ୍ପ ସମୟ ମଧ୍ୟରେ ଏକ ଦୀର୍ଘ ପଥ ଅତିକ୍ରମ କରି ଭାରତ-ୟୁଏଇ ଦ୍ବିପାକ୍ଷିକ ସମ୍ପର୍କରେ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିପାରିଛି ବୋଲି ଲେଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Planning to set up a campus of IIT Delhi in Abu Dhabi: Dharmendra Pradhan | Argus News