Videos
|
National

ମାର୍ଚ୍ଚ ୩୧ ପୂର୍ବରୁ ସାରି ଦିଅନ୍ତୁ ଏହି କାମ ନହେଲେ ଅସୁବିଧାରେ ପଡ଼ିବେ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ମାର୍ଚ୍ଚ ୩୧ ପୂର୍ବରୁ ସାରି ଦିଅନ୍ତୁ ଏହି କାମ ନହେଲେ ଅସୁବିଧାରେ ପଡ଼ିବେ

ସରକାରୀ ନିୟମ ହେଉକି କିମ୍ବା ବ୍ୟବସାୟିକ କ୍ଷେତ୍ର, ମାସର ପହିଲା ତାରିଖରେ ହୁଏ ଅନେକ ପରିବର୍ତ୍ତନ। କିଛି ନୂଆ ଆସେ କିଛି ପୁରୁଣା ଯାଏ। ବିଶେଷ କରି ମାର୍ଚ୍ଚ ମାସ ପରେ ଆରମ୍ଭ ହୁଏ ଆଉ ଏକ ନୂଆ ଆର୍ଥିକ ବର୍ଷ। ତେବେ ଏଥର ମାର୍ଚ୍ଚ ୩୧ ବା ୨୦୨୪-୨୫ ଆର୍ଥିକ ବର୍ଷ ପରେ କିଛି ଯୋଜନା ଓ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ଯାହାକୁ ନ ଜାଣିଲେ ଆପଣ ପଡ଼ିପାରନ୍ତି ଅସୁବିଧାରେ ।


ଜାଣନ୍ତୁ ମାର୍ଚ୍ଚ ୩୧ ପରେ କେଉଁଥିରେ ହେବ କ'ଣ ପରିବର୍ତ୍ତନ ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହିଳା ସମ୍ମାନ ସେଭିଙ୍ଗସ ସାର୍ଟିଫିକେଟ୍ ସ୍କିମ୍ ରେ ନିବେଶ

ସରକାରଙ୍କ ଦ୍ବାରା ମହିଳା ସମ୍ମାନ ସେଭିଙ୍ଗସ ସାର୍ଟିଫିକେଟ୍ ସ୍କିମ୍ ରେ ଯେଉଁ ନିବେଶ କରାଯାଉଥିଲା ଏପ୍ରିଲ ୧ ତାରିଖ ପରେ ଏଥିରେ ନିବେଶ କରାଯାଇ ପାରିବ ନାହିଁ ବୋଲି କୁହାଯାଉଛି।


PPF - ସୁକନ୍ୟା ଆକାଉଣ୍ଟରେ ଜମା କରନ୍ତୁ ଟଙ୍କା

ଯଦି ଆପଣଙ୍କର PPF ଓ ସୁକନ୍ୟା ଆକାଉଣ୍ଟ ରହିଛି, ଆପଣ ୨୦୨୪-୨୫ ଆର୍ଥିକ ବର୍ଷରେ କୌଣସି ଜମା କରି ନାହାନ୍ତି, ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଟଙ୍କା ଜମା କରିବାକୁ ପଡ଼ିବ। ନଚେତ ଆକାଉଣ୍ଟ ବନ୍ଦ ହୋଇଯିବାର ସମ୍ଭାବନା ରହିଛି। ସର୍ବନିମ୍ନ ଜମା ଯଦି ନହୁଏ ଆକାଉଣ୍ଟ ଆକ୍ଟିଭ କରିବା ପାଇଁ ଆପଣଙ୍କୁ ଫାଇନ୍ ଦେବାକୁ ପଡ଼ିପାରେ।


ଏପ୍ରିଲ ୧ ପରେ ବଢିବ କାର୍‌ର ମୂଲ୍ୟ

ଯଦି ଆପଣ କାର୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ମାର୍ଚ୍ଚ ୩୧ ପୂର୍ବରୁ କାର୍ କିଣିଲେ କମ୍ ପଡିପାରେ। ମାରୁତି ସୁଜୁକି, ଟାଟା ମୋଟର୍ସ, କିଆ ଇଣ୍ଡିଆ, ହୁଣ୍ଡାଇ ଭଳି କାର୍ ନିର୍ମାତା ଗୁଡ଼ିକ ଗାଡ଼ି ମୂଲ୍ୟ ବଢାଇବା ନେଇ ଘୋଷଣା କରି ସାରିଛନ୍ତି। ବର୍ତ୍ତମାନ ତୁଳନାରେ କାର୍ ମୂଲ୍ୟରେ ୪ ପ୍ରତିଶତ ବୃଦ୍ଧି ହୋଇପାରେ। ଗାଡ଼ିର ମଡେଲ ଅନୁସାରେ ଏହା ଅଲଗା ଅଲଗା ହେବ।


UPI ଚଳାଇବା ପାଇଁ ବନ୍ଦ ହୋଇଯାଇଥିବା ନମ୍ବର ଆକ୍ଟିଭ୍ କରନ୍ତୁ

ଯଦି ଆପଣ UPI ବ୍ୟବହାର କରୁଛନ୍ତି। ଆଉ ଯେଉଁ ନମ୍ବରରେ ବ୍ୟାଙ୍କ ଆକାଉଣ୍ଯ ଓ UPI ଲିଙ୍କ୍ ରହିଛି ତାକୁ ଆକ୍ଟିଭ୍। ବହୁ ସମୟ ଧରି ଉକ୍ତ ମୋବାଇଲ୍ ନମ୍ବର ବନ୍ଦ ରହିଥିଲେ UPI ବନ୍ଦ ହୋଇପାରେ।


ଅପଡେଟ୍‌ ରିଟର୍ଣ୍ଣ ଫାଇଲ୍‌ କରିବାର ଶେଷ ତାରିଖ ମାର୍ଚ୍ଚ ୩୧

ଯେଉଁ ଆୟକର ଦାତା ଗତ ଦୁଇ ବର୍ଷର ଇନକମ୍ ଟ୍ୟାକ୍ସ ରିଟଣ୍ଣ ଅପଡେଟ୍ କରିବାକୁ କରିବାକୁ ଚାହୁଁଛନ୍ତି, ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧। ଏଥିପାଇଁ ଆପଣଙ୍କୁ ଆଇଟିଆର- ୟୁ ଫର୍ମ ପୂରଣ କରିବାକୁ ପଡ଼ିବ। ଏହି ଫର୍ମରେ ଆପଣଙ୍କୁ ଜଣାଇବାକୁ ପଡ଼ିବ ଆପଣ କାହିଁକି ଇନକମ୍ ଟ୍ୟାକ୍ସ ରିଟଣ୍ଣ ଅପଡେଟ୍ କରିବାକୁ କରିବାକୁ ଚାହୁଁଛନ୍ତି।


Please complete this work before March 31st | Argus News