Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Prime Minister / ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକିରେ ହେବେ ସାମିଲ ପ୍ରଧାନମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·7 months ago·2 min read
ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକିରେ ହେବେ ସାମିଲ ପ୍ରଧାନମନ୍ତ୍ରୀ

Key Points

ଆଜି ତାମିଲନାଡୁ ସହ ଆନ୍ଧ୍ରପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ
ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକିରେ ହେବେ ସାମିଲ
ସତ୍ୟସାଇ ବାବାଙ୍କ ଐତିହ୍ୟ ସ୍ମାରକୀ ମୁଦ୍ରା ଓ ଡାକଟିକଟ ସିରିଜ ଜାରି କରିବେ

ଆଜି ତାମିଲନାଡୁ ସହ ଆନ୍ଧ୍ରପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ । ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ଜନ୍ମଶତବାର୍ଷିକି ସମାରୋହରେ ହେବେ ସାମିଲ । ପ୍ରଧାନମନ୍ତ୍ରୀ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତିରେ ସତ୍ୟସାଇ ବାବାଙ୍କ ପବିତ୍ର ତୀର୍ଥସ୍ଥଳ ଏବଂ ମହାସମାଧିକୁ ଯାଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ ।

ଏହି ଅବସରରେ ସତ୍ୟସାଇ ବାବାଙ୍କ ଜୀବନ, ଶିକ୍ଷା ଏବଂ ତାଙ୍କ ଚିରନ୍ତନ ଐତିହ୍ୟ ସ୍ମାରକୀ ମୁଦ୍ରା ଏବଂ ଡାକଟିକଟ ସିରିଜ ଜାରି କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଜନସାଧରଣଙ୍କୁ ସମ୍ବୋଧିତ କରିବେ । ଏହାପରେ ପ୍ରଧାନମନ୍ତ୍ରୀ ତାମିଲନାଡ଼ୁର କୋଏମ୍ବାଟୁର ଗସ୍ତ କରିବେ । ଦକ୍ଷିଣ ଭାରତ ପ୍ରାକୃତିକ କୃଷି ଶିଖର ସମ୍ମିଳନ ୨୦୨୫କୁ ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସଭାକୁ ସମ୍ବୋଧିତ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଗସ୍ତରେ ଯିବେ । ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ଶ୍ରୀ ମୋଦୀ ପୁଟପର୍ତ୍ତୀସ୍ଥିତ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ମହାସମାଧି ପରିଦର୍ଶନ କରି ପୁଷ୍ପାର୍ଘ୍ୟ ପ୍ରଦାନ କରିବେ । ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ସହ ସ୍ମାରକୀ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି ।

ଭଗବାନ ଶ୍ରୀ ସତ୍ୟସାଇବାବାଙ୍କ ଜୀବନାଦର୍ଶ, ଶିକ୍ଷାକୁ ସ୍ମରଣସ୍ୱରୂପ ଏହି ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବ । ସେଠାରେ ଶ୍ରୀ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ପରେ ପ୍ରଧାନମନ୍ତ୍ରୀ ତାମିଲନାଡୁର କୋଏମ୍ବାଟୁର ଗସ୍ତ କରି ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀକୁ ଉଦ୍‍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ "୨୧ତମ ପିଏମ୍‍ କିଷାନ" ଯୋଜନାର କିସ୍ତି ପ୍ରଦାନ କରିବେ । ଏଥିରେ ୯ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ ।

ପ୍ରଧାନମନ୍ତ୍ରୀ ସେଠାରେ ମଧ୍ୟ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି । ଦକ୍ଷିଣ ଭାରତ ପ୍ରାକୃତିକ କୃଷି ସମ୍ମିଳନୀ ତାମିଲନାଡୁ ପ୍ରାକୃତିକ କୃଷି ଫୋରମ୍‍ପକ୍ଷରୁ ସମାବେଶୀ କୃଷିର ବିକାଶ ନିମନ୍ତେ ବିଭିନ୍ନ ଉପାୟକୁ ପ୍ରୋତ୍ସାହନ ଦେବା ପାଇଁ ଆୟୋଜନ କରାଯାଇଛି । ଯେଉଁଥିରେ ପରିବେଶ ଅନୁକୂଳ, ରସାୟନମୁକ୍ତ କୃଷି ପ୍ରଣାଳୀ ଉପରେ ଆଲୋଚନା କରାଯିବ । ଏହି ୩ ଦିନିଆ ସମ୍ମିଳନୀରେ କୃଷକମାନେ ଯେଭଳି ଅର୍ଥନୈତିକ ଭାବରେ ଲାଭ ଦେଇଥିବା ପ୍ରାକୃତିକ କୃଷି ପ୍ରତି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିବେ ଓ ଦେଶର ଅର୍ଥନୀତିରେ ଯୋଗଦାନ କରିବେ, ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ହେବ ବୋଲି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister | PM to Attend Sathya Sai Baba's Birth Centenary Celebrations in Puttaparthi | Argus News