PM Awas Yojana / PM ଆବାସ ଯୋଜନା ୨.୦ ନିୟମରେ ବଡ଼ ପରିବର୍ତ୍ତନ, କିଏ ପାଇବେ ଘର ବାବଦକୁ ଟଙ୍କା, ଜାଣନ୍ତୁ ନୂଆ ଯୋଗ୍ୟତା
·5 months ago·2 min read

Key Points
ଯୋଗ୍ୟ ଲାଭାର୍ଥୀଙ୍କୁ ଘର ନିର୍ମାଣ ପାଇଁ ସର୍ବାଧିକ ୨.୫ ଲକ୍ଷ ଟଙ୍କା ସହାୟତା ମିଳିବ। ଏଥିରେ ୧.୫ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଓ ୧ ଲକ୍ଷ ଟଙ୍କା ରାଜ୍ୟ ସରକାର ପକ୍ଷରୁ ଦିଆଯିବ। ଏହା ସହ ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସବସିଡିର ବ୍ୟବସ୍ଥା ମଧ୍ୟ ରହିଛି।
ପ୍ରତ୍ୟେକ ଲୋକଙ୍କ ସ୍ୱପ୍ନ ହେଉଛି ନିଜର ଗୋଟିଏ ପକ୍କା ଘର କରିବା । କିନ୍ତୁ ବର୍ତ୍ତମାନର ମହଙ୍ଗା ଯୁଗରେ ଏହି ସ୍ୱପ୍ନ ପୂରଣ କରିବା ସହଜ ନୁହେଁ। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଚାଲୁ କରିଛନ୍ତି, ଯାହା ମାଧ୍ୟମରେ ସହରାଞ୍ଚଳର ଗରିବ ଓ ମଧ୍ୟମ ବର୍ଗର ପରିବାରକୁ ଘର ନିର୍ମାଣ କିମ୍ବା କ୍ରୟ ପାଇଁ ଆର୍ଥିକ ସହାୟତା ଦିଆଯାଏ। ଏହି ଯୋଜନାର PMAY Urban 2.0 ଫେଜରେ ଏବେ ବଡ଼ ନିୟମ ପରିବର୍ତ୍ତନ କରାଯାଇଛି।
କେବେ ଆରମ୍ଭ ହୋଇଥିଲା PM ଆବାସ ଯୋଜନା:
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସହରାଞ୍ଚଳ ଭାଗ ୧ ଏପ୍ରିଲ ୨୦୧୬ରୁ ଆରମ୍ଭ ହୋଇଥିଲା। ପରେ ଏହାର ଦ୍ୱିତୀୟ ପର୍ଯ୍ୟାୟ PMAY-U 2.0 ୧ ସେପ୍ଟେମ୍ବର ୨୦୨୪ରୁ ଲାଗୁ କରାଯାଇଛି। ଏହି ପର୍ଯ୍ୟାୟର ଲକ୍ଷ୍ୟ ହେଉଛି ଆଗାମୀ ୫ ବର୍ଷ ମଧ୍ୟରେ ସହରାଞ୍ଚଳରେ ବସୁଥିବା EWS, LIG ଓ MIG ବର୍ଗର ପରିବାରଙ୍କୁ ପକ୍କା ଘର ଦେବା।
କିଏ ପାଇବେ PM ଆବାସ ଯୋଜନାର ଟଙ୍କା:
PMAY ଅଧୀନରେ,
EWS (ଆର୍ଥିକ ଭାବେ ଦୁର୍ବଳ ବର୍ଗ): ବାର୍ଷିକ ଆୟ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ
LIG (ନିମ୍ନ ଆୟ ବର୍ଗ): ବାର୍ଷିକ ଆୟ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ
MIG (ମଧ୍ୟମ ଆୟ ବର୍ଗ): ବାର୍ଷିକ ଆୟ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ
ଯୋଗ୍ୟ ଲାଭାର୍ଥୀଙ୍କୁ ଘର ନିର୍ମାଣ ପାଇଁ ସର୍ବାଧିକ ୨.୫ ଲକ୍ଷ ଟଙ୍କା ସହାୟତା ମିଳିବ। ଏଥିରେ ୧.୫ ଲକ୍ଷ ଟଙ୍କା କେନ୍ଦ୍ର ସରକାର ଓ ୧ ଲକ୍ଷ ଟଙ୍କା ରାଜ୍ୟ ସରକାର ପକ୍ଷରୁ ଦିଆଯିବ। ଏହା ସହ ୧.୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ସବସିଡିର ବ୍ୟବସ୍ଥା ମଧ୍ୟ ରହିଛି। ଝୁମ୍ପୁଡ଼ି ଘରେ ରହୁଥିବା ଲୋକ, ଷ୍ଟ୍ରିଟ୍ ଭେଣ୍ଡର୍ ଓ କାର୍ଯ୍ୟରତ ମହିଳାଙ୍କୁ ପ୍ରାଥମିକତା ଦିଆଯାଉଛି।
ନିୟମରେ କଣ ହେଲା ବଡ଼ ପରିବର୍ତ୍ତନ:
ନୂଆ ନିୟମ ଅନୁସାରେ ୩୧ ଅଗଷ୍ଟ ୨୦୨୪ ପୂର୍ବରୁ ଯାହାଙ୍କ ନାମରେ ଜମି ରେଜିଷ୍ଟ୍ରି ଥିବ, ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ। ଏହି ତାରିଖ ପରେ ଜମି କିଣିଥିବା କିମ୍ବା ରେଜିଷ୍ଟ୍ରି କରାଇଥିବା ଲୋକଙ୍କୁ ଘର ନିର୍ମାଣ ସହାୟତା ମିଳିବ ନାହିଁ। ଏହା ସହ ଜମିଟି ଆବାସିକ କ୍ଷେତ୍ରରେ ଥିବା ଆବଶ୍ୟକ।
ଏବେ Eligibility Beneficiary Certificate ଅନିବାର୍ଯ୍ୟ କରାଯାଇଛି। ଏହା ପାଇଁ ଆବେଦକଙ୍କୁ PMAY ଅଫିସିଆଲ୍ ପୋର୍ଟାଲରେ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ପରେ ନଗର ନିଗମ ଦ୍ୱାରା ଫିଜିକାଲ୍ ଭେରିଫିକେସନ୍ କରାଯିବ ଏବଂ ସବୁଠିକ୍ ଥିଲେ ୪ଟି କିସ୍ତିରେ ଟଙ୍କା ଦିଆଯିବ।
କେଉଁ ଡକ୍ୟୁମେଣ୍ଟ ଦରକାର:
ଯୋଗ୍ୟତା ପ୍ରମାଣ ପାଇଁ ୩୧ ଅଗଷ୍ଟ ୨୦୨୪ ପୂର୍ବର ବିଦ୍ୟୁତ କିମ୍ବା ପାଣି ବିଲ୍, ମ୍ୟୁନିସିପାଲ୍ ପ୍ରୋପର୍ଟି ଟ୍ୟାକ୍ସ ରସିଦ୍, ପୁରୁଣା ଭୋଟର ଲିଷ୍ଟରେ ନାମ ଥିବା ଜରୁରୀ । ତେବେ ସରକାର ଜିଓ-ଟ୍ୟାଗିଂ ଓ ସାଟେଲାଇଟ୍ ଇମେଜିଂ ମାଧ୍ୟମରେ ମଧ୍ୟ ଯାଞ୍ଚ କରୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories