ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା କୌଣସି ନେତା: 30 ଦିନରୁ ଅଧିକ ଜେଲରେ ରହିଲେ ଯିବ ପଦ

Key Points
୩୦ ଦିନ ଜେଲରେ ରହିଲେ ହଟିବେ PM, CM
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା କୌଣସି ନେତା
30 ଦିନରୁ ଅଧିକ ଜେଲରେ ରହିଲେ ଯିବ ପଦ
ସଂସଦରେ ଆଜି ବିଲ୍ ଉପସ୍ଥାପନ କରିବେ କେନ୍ଦ୍ର ସରକାର
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା କୌଣସି ନେତା । 30 ଦିନରୁ ଅଧିକ ସମୟ ଜେଲରେ ରହିଲେ ଯିବ ପଦ । ଏହାକୁ ନେଇ ସଂସଦରେ ଆଜି ବିଲ୍ ଉପସ୍ଥାପନ କରିବେ କେନ୍ଦ୍ର ସରକାର। ଏବେ ଦେଶର ଆଇନ ବ୍ୟବସ୍ଥାରେ ନାହିଁ ଏମିତି କୌଣସି ବ୍ୟବସ୍ଥା । ସଂସଦର ଯୁଗ୍ମ କମିଟିକୁ ପଠାଇବା ପାଇଁ ଗୃହରେ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ସରକାର ଆଜି ଲୋକସଭାରେ 3ଟି ବିଧାୟକ ଉପସ୍ଥାପନ କରିବେ । ଏହି ବିଧେୟକ ଗୁଡିକର ଉଦ୍ଦେଶ୍ୟ ହେଲା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରୀ ଗମ୍ଭୀର ଅପରାଧିକ ମାମଲାରେ ଗିରଫ ହୋଇ 30ରୁ ଅଧିକ ଦିନ ଜେଲରେ ରହିଲେ ସେମାନଙ୍କୁ ପଦରୁ ହଟାଯାଇପାରିବ। ଏହି ବିଲ୍ ଗୁଡ଼ିକ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ (ସଂଶୋଧନ) ବିଲ୍ ୨୦୨୫, ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏହି ୩ଟି ବିଲ୍କୁ ସଂସଦର ଯୁଗ୍ମ କମିଟିକୁ ପଠାଇବା ପାଇଁ ଲୋକସଭାରେ ଏକ ପ୍ରସ୍ତାବ ଆଗତ କରିବେ। କେନ୍ଦ୍ର ଶାସିତ ଅଞ୍ଚଳ(ସଂଶୋଧନ)ବିଲ୍ ୨୦୨୫ର ଉଦ୍ଦେଶ୍ୟ ସଂପର୍କରେ କୁହାଯାଇଛି, ଗୁରୁତର ଆପରାଧିକ ଅଭିଯୋଗରେ ଗିରଫ ହୋଇଥିବା ତଥା ହାଜତରେ ଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ହଟାଇବା ପାଇଁ ରହିଥିବା କେନ୍ଦ୍ରଶାସିତ ଅଞ୍ଚଳ ଆଇନ, ୧୯୬୩ରେ କୌଣସି ବ୍ୟବସ୍ଥା ନାହିଁ। ତେଣୁ ଏଭଳି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ହଟାଇବା ପାଇଁ ଆଇନଗତ ଢାଞ୍ଚା ପ୍ରଦାନ କରିବା ନିମନ୍ତେ କେନ୍ଦ୍ରଶାସିତ ଅଞ୍ଚଳ ଆଇନ, ୧୯୬୩ର ଧାରା ୪୫ରେ ସଂଶୋଧନ କରିବାର ଆବଶ୍ୟକତା ରହିଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଦେଶ ଖବର: