Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ତିନି ନୂଆ ଅପରାଧିକ ଆଇନକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

National

ତିନି ନୂଆ ଅପରାଧିକ ଆଇନକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ତିନି ନୂଆ ଅପରାଧିକ ଆଇନକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ:  ତ୍ୱରିତ ନ୍ୟାୟ- ନାଗରିକଙ୍କ ଅଧିକାର । ଦେଶର ନାଗରିକଙ୍କ ଅଧିକାର ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ତିନି ନୂଆ ଅପରାଧିକ ଆଇନକୁ ରାଷ୍ଟ୍ରକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଚଣ୍ଡିଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ  ଭାରତୀୟ ନ୍ୟାୟ ସହିଂତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମର ସଫଳ କ୍ରିୟାନ୍ୱୟନକୁ ସମର୍ପିତ କରିଛନ୍ତି ମୋଦି । ଗତ ଜୁଲାଇ ପହିଲାରେ ସାରା ଦେଶରେ ଲାଗୁ ହୋଇଥିଲା ତିନି ନୂଆ ଆପରାଧିକ ଆଇନ । ଅନ୍ତ ହୋଇଥିଲା ଇଂରେଜଙ୍କ ଦ୍ୱାରା ପ୍ରସ୍ତୁତ 160 ବର୍ଷ ପୁରୁଣା ଆଇପିସି ଓ ସିଆରପିସି ।ଆଜି ପଞ୍ଜାବ ଇଞ୍ଜିନିୟରିଂ କଲେଜରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମ୍ମୁଖରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ଆପରାଧିକ ଆଇନ ଅନୁଯାୟୀ କ୍ରାଇମବ୍ରାଞ୍ଚ ତଦନ୍ତର  30 ମିନିଟର ଲାଇଭ ଟ୍ରାଏଲ ପ୍ରଦର୍ଶନ  କରିଥିଲେ  ଚଣ୍ଡିଗଡର ବରିଷ୍ଠ ପୋଲିସ ଅଧୀକ୍ଷକ ।

ପୁରୁଣା ଆଇନ ଦେଶବାସୀଙ୍କୁ ଶୋଷଣ ପାଇଁ ପ୍ରସ୍ତୁତ କରାଯାଇଥିଲା ବୋଲି କହି କଂଗ୍ରେସକୁ ଟାର୍ଗେଟ କରିଥିଲେ ପିଏମ ମୋଦି । ନୂଆ ଆଇନ ଲାଗୁ ପରେ ଦେଶରେ କୌଣସି ବ୍ୟକ୍ତିଙ୍କୁ ପୋଲିସ ମନଇଚ୍ଛା ହେପାଜତକୁ ନେଇପାରିବ ନାହିଁ । ଦୁର୍ଘଟଣାର ଶିକାର କୌଣସି ବ୍ୟକ୍ତିଙ୍କୁ ସହାୟତା ପାଇଁ ଲୋକ ପଛଘୁଞ୍ଚା ଦେଉ ନାହାନ୍ତି । ସିଟିଜେନ ଫାଷ୍ଟକୁ ଭାରତୀୟ ନ୍ୟାୟ ସଂହିତାର ମୂଳମନ୍ତ୍ର କହିବା ସହ ନୂଆ ଆଇନ ବଳରେ ବିନା ଦୋଷରେ ଦଣ୍ଡ ଭୋଗୁଥିବା ହଜାର ହଜାର କଏଦୀଙ୍କୁ ମୁକ୍ତି ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ଆପରାଧିକ ଆଇନରେ ମାମଲା ରୁଜୁ ହେବାର ସର୍ବାଧିକ 3 ବର୍ଷ ମଧ୍ୟରେ ନାଗରିକଙ୍କୁ ନ୍ୟାୟ ମିଳିବ ବୋଲି କହି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM dedicates to the nation the successful implementation of three new criminal laws | Argus News