Videos
|
National

ଟ୍ରେନ ଗୁଜବ ଘଟଣାରେ ଦୁଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପାଇଁ 2 ଲକ୍ଷର ସହାୟତା ଘୋଷଣା

Rashmita Mishra
Browse all articles by Rashmita Mishra
·1 year ago·1 min read
ଟ୍ରେନ ଗୁଜବ ଘଟଣାରେ ଦୁଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପାଇଁ 2 ଲକ୍ଷର ସହାୟତା ଘୋଷଣା

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ଜଲଗାଓଁରେ ଭୟଙ୍କର ଅଘଟଣରେ ମୃତ୍ୟୁ ସଂଖ୍ୟା ହେଲା ୧୨ । ନିଆଁ ଗୁଜବ ଯୋଗୁଁ ଜୀବନ ବଞ୍ଚାଇବାକୁ ପୁଷ୍ପକ ଏକ୍ସପ୍ରେସରୁ ରେଳ ଧାରଣାକୁ ଡେଇଁ ପଡ଼ିଥିଲେ ଯାତ୍ରୀ । ଚଢ଼ିଗଲା ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ । ଘଟଣାରେ ଦୁଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି ।


ମହାରାଷ୍ଟ୍ରରେ ବଡ଼ ଦୁର୍ଘଟଣା। ଗୁଜବରୁ ମହାରାଷ୍ଟ୍ର ଜଲଗାଓଁ ପରାଣ୍ଡା ଷ୍ଟେସନ୍‌ରେ ଏହି ଦୁର୍ଘଟଣା ଘଟିଛି। ପୁଷ୍ପକ ଏକ୍ସପ୍ରେସରେ ନିଆଁ ଲାଗିଥିବା ନେଇ ପ୍ରଚାର ହେବାପରେ ଆଶଙ୍କାରେ ଯାତ୍ରୀମାନେ ଚେନ ଟାଣି ଟ୍ରେନ ଅଟକାଇଥିଲେ। ଏହାପରେ ଜୀବନ ବଞ୍ଚାଇବା ଲାଗି ଟ୍ରେନରୁ ଡେଇଁ ପଡ଼ିଥିଲେ। ଏହି ସମୟରେ ଅନ୍ୟ ଟ୍ରାକରେ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ ଯାତ୍ରୀଙ୍କୁ ଧକ୍କା ଦେଇଥିଲା। ଏହି ଘଟଣାରେ 12 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିଲା ପୁଷ୍କକ ଏକ୍ସପ୍ରେସ୍‌। ଘଟଣାରେ ଦୁଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ମୃତକଙ୍କ ପାଇଁ 2 ଲକ୍ଷର ସହାୟତା ଘୋଷଣା କରିଛନ୍ତି ସେପଟେ ରେଳ ବିଭାଗ ମଧ୍ୟ ଘୋଷଣା କଲା ଦେଢ ଲକ୍ଷର ସହାୟତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pm-expresses-grief-over-train-accident-announces-rs-2-lakh-compensation-for-the-deceased | Argus News