Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପିଏମ କିଷାନର 19ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago
ପିଏମ କିଷାନର 19ତମ କିସ୍ତି ପଠାଇବେ ପ୍ରଧାନମନ୍ତ୍ରୀ

ଚାଷୀଙ୍କ ପାଇଁ ଖୁସି ଖବର । ଆସନ୍ତାକାଲି ବିହାରରୁ ପିଏମ କିଷାନର 19ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ପ୍ରାୟ 9 କୋଟି ଚାଷୀଙ୍କ ଖାତାକୁ ଆସିବ 2 ହଜାର ଟଙ୍କା ଲେଖାଏ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ 9.5 କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । ସରକାର ଏହି କିସ୍ତି ପାଇଁ 20 ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି । ପୂର୍ବରୁ ଯୋଜନାର 18ତମ କିସ୍ତି 2024 ଅକ୍ଟୋବର 5ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପିଏମ । ଯୋଜନାରେ ଚାଷୀଙ୍କୁ ପ୍ରତିବର୍ଷ 3ଟି କିସ୍ତିରେ 6 ହଜାର ଟଙ୍କା ପ୍ରଦାନ କରୁଛନ୍ତି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Kisan 19th Installment 2025 | Argus News