|
logo
Live

Argus News - ଆଜି ଦେଶବ୍ୟାପୀ ପାଳନ ହେବ ପିଏମ୍ କିଷାନ ଉତ୍ସବ ଦିବସ

National

ଆଜି ଦେଶବ୍ୟାପୀ ପାଳନ ହେବ ପିଏମ୍ କିଷାନ ଉତ୍ସବ ଦିବସ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ଦେଶବ୍ୟାପୀ ପାଳନ ହେବ ପିଏମ୍ କିଷାନ ଉତ୍ସବ ଦିବସ

ଅର୍ଗସ ବ୍ୟୁରୋ: ଆଜି ଦେଶବ୍ୟାପୀ ପାଳନ ହେବ ପିଏମ୍ କିଷାନ ଉତ୍ସବ ଦିବସ। ବାରାଣସୀରୁ କିଷାନ ସମ୍ମାନ ନିଧିର 17ତମ କିସ୍ତିରେ ଦେଶର ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ଜାରି କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଓଡ଼ିଶାରେ ବି ବଡ଼ ପ୍ରସ୍ତୁତି । ଚାଷୀ ହାର୍ଟଲ୍ୟାଣ୍ଡ ବରଗଡ଼ରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି ହୋଇଛି । ବିଭିନ୍ନ ସ୍ଥାନରେ ଉପସ୍ଥିତ ରହିବେ ମନ୍ତ୍ରିମଣ୍ଡଳର ସମସ୍ତ 16 ଜଣ ସଦସ୍ୟ । ବରଗଡ଼ରେ ଅପରାହ୍ନ 3ଟାରେ ପହଞ୍ଚି ରୋଡ ଶୋ କରିବେ ସିଏମ୍ । ଜର୍ଜ ହାଇସ୍କୁଲ ପଡିଆରେ ଆୟୋଜିତ ସଭାରେ ଯୋଗ ଦେବା ସହ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିବେ।

ପିଏମ କିଷାନ ସମ୍ମାନ ଉତ୍ସବ କାର୍ଯ୍ୟକ୍ରମରେ ୩ ହଜାରରୁ ଅଧିକ ଚାଷୀ ଯୋଗଦେବେ। ଅପରାହ୍ନ ୪.୩୦ରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଅନୁଷ୍ଠିତ ହେବ ପିଏମ୍ କିଷାନ ଉତ୍ସବ। ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଉପସ୍ଥିତ ରହିବେ । ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାଏକ, କେନ୍ଦ୍ରପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, କୌଶଲ୍ୟାଗଙ୍ଗାରେ ମୁକେଶ ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଶ ରାମସିଂ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳ ସାମନ୍ତ, ଭଞ୍ଜନଗରରେ ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁରରେ ସମ୍ପଦ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ରହିବେ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ଦେଶବ୍ୟାପୀ ପାଳନ ହେବ ପିଏମ୍ କିଷାନ ଉତ୍ସବ ଦିବସ | Argus News