Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆସନ୍ତାକାଲି ସାରା ଦେଶରେ ପାଳନ ହେବ PM କିଷାନ ଉତ୍ସବ ଦିବସ

Ritu Das
Browse all articles by Ritu Das
·2 years ago·2 min read
ଆସନ୍ତାକାଲି ସାରା ଦେଶରେ ପାଳନ ହେବ PM କିଷାନ ଉତ୍ସବ ଦିବସ

ଅର୍ଗସ ବ୍ୟୁରୋ: ବାରଣାସୀରେ ମୋଦି, ବରଗଡରେ ମୋହନ । ମଙ୍ଗଳବାର ଜାତୀୟ ଓ ରାଜ୍ୟସ୍ତରରେ ପାଳନ ହେବ ପିଏମ୍ କିଷାନ ଉତ୍ସବ ଦିବସ । ଜାତୀୟସ୍ତରରେ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଦେବେ ପିଏମ କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି । ନିଜ ନିର୍ବାଚନୀ କ୍ଷେତ୍ର ଉତ୍ତରପ୍ରଦେଶର ବାରଣାସୀଠାରେ ବିରାଟ ପିଏମ କିଷାନ ସମ୍ମିଳନୀରେ ୯ କୋଟି ୨୬ ଲକ୍ଷ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏପଟେ ଆମ ରାଜ୍ୟର ବରଗଡ଼ରେ ହେବ ରାଜ୍ୟସ୍ତରୀୟ ପିଏମ କିଷାନ ଉତ୍ସବ । ସାମିଲ୍ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅପରାହ୍ନ 3ଟାରେ ପହଞ୍ଚି ରୋଡ ଶୋ କରିବେ ସିଏମ୍ । ଜର୍ଜ ହାଇସ୍କୁଲ ପଡିଆରେ ଆୟୋଜିତ ସଭାରେ ଯୋଗ ଦେବା ସହ ବରିଷ୍ଠ ନାଗରିକଙ୍କ ସହ ଆଲୋଚନା କରିବେ। ପିଏମ କିଷାନ ସମ୍ମାନ ଉତ୍ସବ କାର୍ଯ୍ୟକ୍ରମରେ ୩ ହଜାରରୁ ଅଧିକ ଚାଷୀ ଯୋଗଦେବେ।

ଅପରାହ୍ନ ୪.୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ ସ୍ତରରେ ଅନୁଷ୍ଠିତ ହେବ ପିଏମ୍ କିଷାନ ଉତ୍ସବ। ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ 16 ଜଣ ମନ୍ତ୍ରୀ । ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଉପସ୍ଥିତ ରହିବେ । ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାଏକ, କେନ୍ଦ୍ରପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, କୌଶଲ୍ୟାଗଙ୍ଗାରେ ମୁକେଶ ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଶ ରାମସିଂ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳ ସାମନ୍ତ, ଭଞ୍ଜନଗରରେ ଗୋକୁଳାନନ୍ଦ ମଲ୍ଲିକ, ଜଗତସିଂହପୁରରେ ସମ୍ପଦ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ରହିବେ। 
୨୦୧୫ରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୧୦୦ ଟଙ୍କା ବୋନସ ଦେବେ ବୋଲି ବରଗଡ ଜିଲ୍ଲା ସୋହେଲା ଠାରେ ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ସରକାର ପରିବର୍ତ୍ତନ ହୋଇଗଲା ପଛେ ନବୀନ ନିଜ ପ୍ରତିଶ୍ରୁତି ପୂରଣ କଲେ ନାହିଁ । ପାଣ୍ଡିଆନ କହିଥିଲେ ଧାନ ଏମଏସପି ୩୧୦୦ ଟଙ୍କା ହେଲେ ଓଡିଶା ୨୫ ବର୍ଷ ତଳକୁ ପଳାଇବ। 

କିନ୍ତୁ ବିଜେଡି ସରକାର ପତ୍ତନ  ପରେ ଏବେ ଆଉ ପାଣ୍ଡିଆନଙ୍କ ଦେଖା ମିଳୁନାହିଁ । ଏପଟେ ବିଜେପି ପୂରଣ କରିଛି ୨୪ ନିର୍ବାଚନ ଇସ୍ତହାରର ସବୁଠୁ ବଡ ପ୍ରତିଶ୍ରୁତି। ଶପଥ ନେବା ପରେ ୧୨ ତାରିଖ ସଂଧ୍ୟାରେ ବିଜେପି ସରକାରର ପ୍ରଥମ କ୍ୟାବିନେଟରେ ଏ ନେଇ ପ୍ରସ୍ତାବ ପାରିତ ହୋଇଛି । ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ପାଇବେ ଓଡିଶା ଚାଷୀ । ଯାହାକି ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚାଷୀଙ୍କ ଆୟ ଦୁଇ ଗୁଣିତ କରିବା ପ୍ରଥମରୁ ହିଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍ଷ୍ୟ ରହି ଆସିଛି । ହେଲେ ବିଜେଡି ସରକାର ଚାଷୀଙ୍କୁ ମିଛ ପ୍ରତିଶ୍ରୁତି ଓ ଦଳୀୟ ଭିତ୍ତିକ ଯୋଜନା ଯୋଗୁଁ ତାହା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଏବେ ଓଡିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଚାଷୀଙ୍କ ପ୍ରଗତି ଦୃତ ଗତିରେ ହେବ ବୋଲି ଆଶା ସଂଚାର ହୋଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
PM Kisan Celebration Day | Argus News