ହିନ୍ଦୁ ନବବର୍ଷର ଶୁଭାରମ୍ଭ ଅବସରରେ ମହାରାଷ୍ଟ୍ର ନାଗପୁରରେ ପ୍ରଧାନମନ୍ତ୍ରୀ

ହିନ୍ଦୁ ନବବର୍ଷର ଶୁଭାରମ୍ଭ ଅବସରରେ ମହାରାଷ୍ଟ୍ର ନାଗପୁରରେ ପ୍ରଧାନମନ୍ତ୍ରୀ । ରେଶିମବାଗସ୍ଥିତ ସ୍ମୃତି ମନ୍ଦିରରେ RSS ପ୍ରତିଷ୍ଠାତା ଡାକ୍ତର ହେଡ଼ଗେୱାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପିଏମ୍ । ମାଧବ ନେତ୍ରାଳୟ ଚକ୍ଷୁ ପ୍ରତିଷ୍ଠାନ ଏବଂ ଗବେଷଣା କେନ୍ଦ୍ରର ନୂତନ ସମ୍ପ୍ରସାରଣ କୋଠା ମାଧବ ନେତ୍ରାଳୟ ପ୍ରିମିୟମ ସେଣ୍ଟରର ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରୀୟ ନବବର୍ଷ ସମାରୋହକୁ କରିଛନ୍ତି ସମ୍ବୋଧନ । କହିଛନ୍ତି, ବିକଶିତ ଭାରତରେ ନୂଆ ଅଧ୍ୟାୟ ଯୋଡ଼ିଛି ସଂଘର ଦୀର୍ଘ ବର୍ଷର ତପସ୍ୟା । ଆରଏସଏସର ସଂଗଠନ, ସମର୍ପଣ, ସେବାର ତ୍ରୀବେଣୀ ଦେଶକୁ ଯୋଗାଉଛି ଶକ୍ତି ।
ସଂଘ ପ୍ରତିଷ୍ଠାତା ଡାକ୍ତର ହେଡ଼ଗେୱାର ଓ ଗୁରୁଜୀ ଗୋଲୱାଲଙ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି । ଏହି ଅବସରରେ ମୋଦି କହିଛନ୍ତି, ମାଧବ ନେତ୍ରାଳୟ ଏମିତି ଏକ ସଂସ୍ଥାନ ଯାହା ଦଶନ୍ଧି ଦଶନ୍ଧି ଧରି ପୂଜ୍ୟ ଗୁରୁଜୀଙ୍କ ଆଦର୍ଶ ଆଧାରରେ ଲକ୍ଷ ଲକ୍ଷ ଲୋକଙ୍କ ସେବା କରୁଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଦେଶ ଯେଉଁଭଳି ଭାବରେ କାମ କରୁଛି, ମାଧବ ନେତ୍ରାଳୟ ସେହି ପ୍ରୟାସକୁ ବଢ଼ାଇବା ଦିଗରେ କାମ କରୁଛି । କାର୍ଯ୍ୟକ୍ରମରେ RSSର ସର ସଂଘ ଚାଳକ ମୋହନ ଭାଗବତ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରମୁଖ ସାମିଲ ହୋଇଥିଲେ ।