ବାରାଣସୀରେ ୪୪ଟି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

Key Points
ବାରାଣସୀକୁ ପ୍ରଧାନମନ୍ତ୍ରୀଙ୍କ ବଡ ଉପହାର
44ଟି ପ୍ରକଳ୍ପର ଶିଳାନ୍ୟାସ
୭୦ ବର୍ଷର ଅଧିକ ବୟସ୍କଙ୍କୁ ଆୟୁଷ୍ମାନ କାର୍ଡ
ବିରେୋଧୀ ଙ୍କୁ ମେୋଦିଙ୍କ କଡା ଟାର୍ଗେଟ
କାଶୀ ମେୋର..ମୁଁ କାଶୀର..୫୦ ତମ ଗସ୍ତ ଅବସରରେ କାଶିବାସୀ ଙ୍କୁ ସମ୍ବେୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ..ଶେଷ ୧୦ ବର୍ଷରେ ବାରଣାସୀ ପୂର୍ବ ଭାରତର ଅର୍ଥନୈତିକ କେନ୍ଦ୍ରସ୍ଥଳୀରେ ପରିଣତ ହେୋଇଛି..ବାରଣାସୀ ରେ କନେକ୍ଟିଭିଟି , ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କ୍ରୀଡା ସୁବିଧାର ବିସ୍ତାର ଏବଂ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ଯୁବକଙ୍କ ପାଇଁ ଉନ୍ନତ ସୁବିଧା ପ୍ରଦାନ କରିବାର ସଂକଳ୍ପ ପୂରଣ ହେୋଇଛି। ବହୁ ଶୀଘ୍ର ବିକଶିତ ଭାରତର ବିକଶିତ ପୂରବାଂଚଳର ସ୍ବପ୍ନ ମଧ୍ୟ ପୂରଣ ହେବ। ଆଞ୍ଚଳିକ ବିକାଶକୁ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ବାରାଣସୀରେ ₹3,880 କୋଟି ମୂଲ୍ୟର 44 ଟି ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ।
ଦେଶର ସେବା ପାଇଁ ଆମର ମନ୍ତ୍ର ହେଉଛି ସବକା ସାଥ ସବକା ବିକାଶ। ଏହି ମନ୍ତ୍ର ସହିତ ଅାମ ସରକାର ଦେଶର ପ୍ରତି ଅଂଚଳର ଏବଂ ପ୍ରତି ନାଗରିକର ବିକାଶ ଦିଗରେ ପଦକ୍ଷେପ ନେଉଛି..କିନ୍ତୁ ଯେଉଁମାନେ କେବଳ କ୍ଷମତା ହାସଲ କରିବାକୁ ଏବଂ କ୍ଷମତାରେ ରହିବା ପାଇଁ ଷଡ଼ଯନ୍ତ୍ର କରନ୍ତି ସେମାନେ ପରିବାର କା ସାଥ, ପରିବାର କା ବିକାଶ' ମନ୍ତ୍ର ସହିତ କାମ କରନ୍ତି ବେୋଲି କହି ବିରେୋଧୀ କଂଗ୍ରେସକୁ କଡା ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମେୋଦି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବ ଓ ମାର୍ଗଦର୍ଶନରେ ହିଁ କାଶୀ ବିକାଶ ପଥରେ ଅଗ୍ରସର ହେଉଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ । କାଶୀରେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ଏବଂ କନେକ୍ଟିଭିଟି ସମେତ ବିଭିନ୍ନ କ୍ଷେତ୍ରରେ ଗତ ୧୧ ବର୍ଷରେ ପାଖାପାଖି ୫୦ ହଜାର କୋଟି ଟଙ୍କାର ପ୍ରକଳ୍ପ ହୋଇଛି । ମହାକୁମ୍ଭ ଅବସରରେ କାଶୀରେ ୩ କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ହିଁ ମହାକୁମ୍ଭର ଭବ୍ୟତା ଓ ଦିବ୍ୟତା ନୂଆ ଶିଖର ଛୁଇଁ ପାରିଲା ବୋଲି କହିଛନ୍ତି ଯୋଗୀ ।
ଆଜି ବାରଣାସୀ ରେ 3 ହଜାର 884 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ସହିତ ...ଦୁଗ୍ଧ ଚାଷୀଙ୍କୁ ପ୍ରଦାନ କଲେ ୧୦୬ କୋଟି ଟଙ୍କାର ବୋନସ୍ ରାଶି ପ୍ରଦାନ କରିଛନ୍ତି। ଏହି ଅବସରରେ 70 ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ବରିଷ୍ଠ ନାଗରିକମାନଙ୍କୁ ଆୟୁଷ୍ମାନ ବୈ ବନ୍ଦନା କାର୍ଡ ମଧ୍ୟ ପ୍ରଦାନ କରିଛନ୍ତି।