Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Narendra Modi Mann Ki Baat / ବର୍ଷ ଶେଷ ମନ୍ କି ବାତରେ ୨୦୨୫କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ : ଓଡ଼ିଶାର ପାର୍ବତୀ ଗିରିଙ୍କୁ ସ୍ମରଣ କଲେ

Ritu Das
Browse all articles by Ritu Das
·6 months ago·2 min read
ବର୍ଷ ଶେଷ ମନ୍ କି ବାତରେ ୨୦୨୫କୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ : ଓଡ଼ିଶାର ପାର୍ବତୀ ଗିରିଙ୍କୁ ସ୍ମରଣ କଲେ
pm

Key Points

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବର୍ଷର ଶେଷ `ମନ କୀ ବାତ୍' । `ମନ କୀ ବାତ୍'ରେ ନିଜର ବିଚାର ବ୍ୟକ୍ତ କରିଛନ୍ତି ମୋଦି । ଚଳିତବର୍ଷ ଆମ ଦେଶକୁ ଅନେକ ଉପଲବ୍‌ଧି ହାସଲ ହୋଇଛି ।
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ବର୍ଷର ଶେଷ `ମନ କୀ ବାତ୍' । `ମନ କୀ ବାତ୍'ରେ ନିଜର ବିଚାର ବ୍ୟକ୍ତ କରିଛନ୍ତି ମୋଦି । ଚଳିତବର୍ଷ ଆମ ଦେଶକୁ ଅନେକ ଉପଲବ୍‌ଧି ହାସଲ ହୋଇଛି । ବର୍ଷ ୨୦୨୫ ଭାରତକୁ ଆତ୍ମବିଶ୍ବାସରେ ଭରି ଦେଇଥିଲା । ଅପରେସନ୍ ସିନ୍ଦୂର ଦେଶର ଗର୍ବ ଭାବରେ ଉଭା ହୋଇଛି। ପ୍ରତ୍ୟେକ କ୍ଷେତ୍ରରେ ଭାରତ ଗୋଟିଏ ଗୋଟିଏ ନୂଆ ଛାପ ଛାଡ଼ିଛି । ବନ୍ଦେ ଭାରତମ୍‌ ଅଭିଯାନରେ ଲୋକେ ଉତ୍ସାହର ସହ ଭାଗ ନେଇଥିଲେ।

ଏହାସହ ପଢ଼ନ୍ତୁ: କେରଳରେ ପ୍ରଥମ ଥର ପାଇଁ ମେୟର ପଦବୀ ଜିତି ଇତିହାସ ରଚିଲା ବିଜେପି

ସେ ଆହୁରି କହିଥିଲେ ଯେ, ଆଉ କିଛି ଦିନ ପରେ ବର୍ଷ ସରିଯିବ । ୨୦୨୫ ଅନେକ ଘଟଣାର ସାକ୍ଷୀ ହୋଇ ରହିଛି । ଭାରତ ବହୁତ କିଛି ଉପଲବ୍ଧି ହାସଲ କରିପାରିଛି । ଜାତୀୟ ସୁରକ୍ଷାଠୁ ଆରମ୍ଭ କରି ଖେଳ ଯାଏଁ, ସବୁଠି ଦେଶ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଚଳିତ ବର୍ଷ ଅପରେସନ ସିନ୍ଦୂର ଭାରତ ପାଇଁ ଗର୍ବ ଆଣିଛି । ସେହିପରି ମହାକାଶ କ୍ଷେତ୍ରରେ ଶୁଭାଂଶୁ ଶୁକ୍ଲା ପାରିଦର୍ଶିତା ଦେଖାଇଛନ୍ତି । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ସେ ପାଦ ଦେଇଛନ୍ତି । ଦେଶ ପରିବେଶ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଅନେକ କିଛି ପଦକ୍ଷେପ ହାତକୁ ନେଇଛି। 



ମହାକୁମ୍ଭ ମେଳାକୁ ନେଇ ମୋଦୀ କହିଛନ୍ତି ଯେ, ଏହା ହେଉଛି ବିଶ୍ୱାସ, ସଂସ୍କୃତି ଏବଂ ଭାରତର ଅନନ୍ୟ କଳାର ପରିଚୟ । କୁମ୍ଭକୁ ଆୟୋଜନ କରିଥିବା ଆୟୋଜକ ସାରା ବିଶ୍ୱକୁ ଚକିତ କରିଥିଲେ । ଏତେ ବଡ କାର୍ଯ୍ୟକ୍ରମ ହାତକୁ ନେବା ସହଜ କଥା ନୁହେଁ । ବର୍ଷର ଶେଷରେ ରାମ ମନ୍ଦିରରେ ଧ୍ୱଂଜା ଲାଗିଥିଲା । ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ ହୋଇ ରହିବ । ଆସନ୍ତା ଜାନୁଆରୀ ୨୬ରେ ଦେଶ ୭୭ ତମ ଗଣତନ୍ତ୍ର ଦିବସ ପାଳନ କରିବ । ଏହାକୁ ସ୍ୱାଧିନତା ସଂଗ୍ରାମୀଙ୍କ ପାଇଁ ଉତ୍ସର୍ଗ କରାଯିବ । ଆଜି ବି ଅନେକ ସ୍ୱାଧିନତା ସଂଗ୍ରାମୀ ଅଛନ୍ତି ଯାହାଙ୍କ ଅବଦାନ ଅବର୍ଣ୍ଣନୀୟ। ଓଡିଶାର ସ୍ୱାଧିନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ କଥା ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ବିଶ୍ବରେ କ୍ରୀଡ଼ା କ୍ଷେତ୍ରରେ ଭାରତର ଝିଅମାନେ ଦେଶର ଟେକ ରଖିଛନ୍ତି । ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଭାରତ ଅନେକ ଉପଲବ୍‌ଧି ହାସଲ କରିଛି । ଅଯୋଧ୍ୟାରେ ଧ୍ବଜାରୋହଣ ଲୋକଙ୍କୁ ରୋମାଞ୍ଚିତ କରିଥିଲା କହିଲେ ମୋଦି । ନୂଆ ସଂକଳ୍ପର ସହିତ ଆମ ଦେଶ ଆଗକୁ ବଢିବାକୁ ପ୍ରସ୍ତୁତ । ବିଭିନ୍ନ କ୍ଷେତ୍ରରେ ଭାରତ ଦ୍ବାରା ବିଶ୍ବ ପ୍ରଭାବିତ ହୋଇଛି । ବିକାଶ ଲାଗି ତୃଣମୂଳରୁ ଯୋଡ଼ି ହୋଇରହିବା ଜରୁରୀ।

ଏଥିସହିତ ସେ ମହାନ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ବାଧୀନତା ସଂଗ୍ରାମରେ ପାର୍ବତୀ ଗିରିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ୧୬ ବର୍ଷରେ ପାର୍ବତୀ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଦେଶ ପାଇଁ ପାର୍ବତୀ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Mann Ki Baat Year-End 2025: Prime Minister Remembers Odisha’s Parbati Giri | Argus News