Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୭୫ ବର୍ଷରେ ପାଦ ଥାପିଲେ ପିଏମ ମୋଦି

Rashmita Mishra
Browse all articles by Rashmita Mishra
·10 months ago·4 min read
୭୫ ବର୍ଷରେ ପାଦ ଥାପିଲେ ପିଏମ ମୋଦି

Key Points

୭୫ ବର୍ଷରେ ପାଦ ଥାପିଲେ ପିଏମ ମୋଦି
ବିଶ୍ବ ନାୟକ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି ମୋଦି
ଓଡ଼ିଶାର ଗାରିମା ବିଶ୍ବରେ ବୃଦ୍ଧି କରିବା ଦିଗରେ ତାଙ୍କ ଅବଦାନ ଅତୁଳନୀୟ

୧୭ ସେପ୍ଟେମ୍ବର, ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷରେ ପାଦ ଥାପିଛନ୍ତି। ତାଙ୍କ କାର୍ଯ୍ୟକାଳର ୧୧ ବର୍ଷ, ସେ ବିଶ୍ବ ନାୟକ ଭାବେ ସାରା ବିଶ୍ବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଭାରତ ଓ ଓଡ଼ିଶାର ଗାରିମା ବିଶ୍ବରେ ବୃଦ୍ଧି କରିବା ଦିଗରେ ତାଙ୍କ ଅବଦାନ ଅତୁଳନୀୟ।

ବିଶ୍ବ ନାୟକ...ବିଶ୍ବ ଗୁରୁ ...ବିଶ୍ବ ବନ୍ଧୁ...ନରେନ୍ଦ୍ର ମୋଦି....ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...ବିଶ୍ବ ବିଦିତ....ସାରା ବିଶ୍ବରେ ଏହି ବଡ଼ ନେତାଙ୍କ ବିଚକ୍ଷଣ କୁଟନୀତିକୁ ନେଇ ଚର୍ଚ୍ଚା । ହେବା ବି ସ୍ବାଭାବିକ... ଅପରେସନ ସିନ୍ଦୁରରେ ପାକିସ୍ତାନକୁ ଭାରତର ମୁହଁତୋଡ ଯବାବ । ସେନାର ପରାକ୍ରମ...ଭାରତର ଶକ୍ତି ଖାଲି ପାକିସ୍ତାନ ଦେଖିନଥିଲା, ସାରା ବିଶ୍ବ ଦେଖିଥିଲା । ପହଲଗାମର ପ୍ରତିଶୋଧ ହେଉ କି ସର୍ଜିକାଲ ଷ୍ଟ୍ରାଇକ...ଶତ୍ରୁର ଘରେ ପଶି ମାରିଛି ଭାରତ...ଆଉ ଅପରେସନ ସିନ୍ଦୁର ପରେ ବିଶ୍ବର ଅନେକ ଦେଶ ମୋଦିଙ୍କ ସମର୍ଥନରେ ...ଟାରିଫ ଓ୍ବାରରେ ଆମେରିକା ଆଗରେ ମୁଣ୍ଡ ନୁଆଁଇନି ଭାରତ...ଶକ୍ତ ଜବାବ ଦେଇଛି...ବାଧ୍ୟ ହୋଇ ଟ୍ରମ୍ପ ମୋଦିଙ୍କ ଆଡକୁ ବନ୍ଧୁତ୍ବର ହାତ ବଢେଇଥିଲେ...ୟୁକ୍ରେନ ଯୁଦ୍ଧ ହେଉ ଚାଇନା ରଷିଆ ସହିତ ସମ୍ପର୍କ, ବିଶ୍ବ ଦେଖିଲା ଭାରତର ଶକ୍ତି, ମୋଦିଙ୍କ ଶକ୍ତି....ଆତ୍ମନିର୍ଭର ଭାରତ...ମେକ ଇନ ଇଣ୍ଡିଆ...ମିଶନ ଚନ୍ଦ୍ରାୟନ ଭାରତକୁ ସାରା ବିଶ୍ବରେ ପ୍ରତିଷ୍ଠିତ କରିପାରିଛି ...


ମୋଦିଙ୍କ ପୂର୍ବୋଦୟ ବିକାଶ ଓଡ଼ିଶାରେ ବିକାଶକୁ ଦେଇଛି ନୂଆ ଗତି ...2024ରେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଡବଲ ଇଞ୍ଜିନ ସରକାରର ସୁଫଳ ପାଉଛନ୍ତି ଲୋକେ ...ପିଏମ ଆବାସ, ସୁଭଦ୍ରା ଯୋଜନା , ଆୟୁଷ୍ମାନ ଭାରତ ଓଡ଼ିଶାର ଜନସାଧାରଣଙ୍କୁ ଜୀବନ ବଞ୍ଚିବାର ନୂଆ ରାହା ଦେଖାଇଛି ...


ଓଡ଼ିଆ ଜାତିକୁ ଯଥୋଚିତ ସମ୍ମାନ ପ୍ରଦାନ କରିବାରେ ମୋଦି ହେଉଛନ୍ତି ଅଗ୍ରଣୀ ବିନ୍ଧାଣୀ । ତାଙ୍କ ନେତୃତ୍ବରେ ଓଡ଼ିଶା ଏବଂ ଓଡ଼ିଆ ଜାତିକୁ ସର୍ବଶ୍ରେଷ୍ଠ ସମ୍ମାନ ବି ମିଳିଛି। ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରି ଓଡ଼ିଆ ଅସ୍ମିତାର ପ୍ରତୀକ ପାଲଟି ଯାଇଛନ୍ତି । ଓଡ଼ିଶାର ଏକ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜର ଏକ ଅଖ୍ୟାତ ପଲ୍ଲୀର ସୁକନ୍ୟା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରର ପ୍ରଥମ ନାଗରିକର ମର୍ଯ୍ୟାଦା ପ୍ରଦାନ କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଭୂମିକା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ । 


ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜଣେ ପରମ ଭକ୍ତ । ୨୦୧୩ ମସିହାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ । ପ୍ରଧାନମନ୍ତ୍ରୀ ଭାବରେ ୨୦୧୬ ମସିହା ଫେବୃୟାରୀ ମାସରେ ପୁରୀ ଆସି ଦିଅଁ ଦର୍ଶନ କରିଥିଲେ । ତାଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ପ୍ରଥମ ଥର ପାଇଁ ନବକଳେବର ନିମନ୍ତେ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ନବକଳେବର ସ୍ମାରକୀ ମୁଦ୍ରାକୁ ଅନୁମୋଦନ ମଧ୍ୟ କରାଇଥିଲେ । ଡବଲ ଇଞ୍ଜିନ ସରକାର ଗଠନ ହେବା ପରେ ମୋଦି ଓଡ଼ିଶାକୁ 6 ଥର ଗସ୍ତ କରିସାରିଲେଣି...ସବୁବେଳେ ଓଡ଼ିଶାବାସୀଙ୍କ ପାଇଁ କିଛି ନା କିଛି ଉପହାର ନେଇ ଆସିଛନ୍ତି।  ଓଡ଼ିଶାବାସୀଙ୍କ ମନ କିଣିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡ଼ିଶାର ପର୍ବପର୍ବାଣି ପ୍ରତି ମୋଦିଜୀଙ୍କ ଅପ୍ରମିତ ଶ୍ରଦ୍ଧା ରହିଛି । ମହାବିଷୁବ ସଂକ୍ରାନ୍ତି, ରଜ ସଂକ୍ରାନ୍ତି, ରଥଯାତ୍ରା ଓ ନୂଆଁଖାଇ ଆଦି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଓଡ଼ିଶା ପ୍ରୀତିର ପରିଚୟ ଦେଇ ଆସୁଛନ୍ତି । ଓଡ଼ିଶା ଯେ କଳା ଓ ସଂସ୍କୃତିର ଉତ୍କର୍ଷ ଭୂମି, ଏହା ତାଙ୍କୁ ଭଲ ଭାବରେ ଜଣା। ମାଣବସା ଗୁରୁବାର, ଛଉ ନୃତ୍ୟ ଓ ରାବଣ ଛାୟାକୁ ସୁକ୍ଷ୍ମ ଐତିହ୍ୟ (ଇନଟେଞ୍ଜିବୁଲ ହେରିଟେଜ୍)ର ମାନ୍ୟତା ତାଙ୍କର ହିଁ ଅବଦାନ । ୨୦୧୮ ମସିହାରେ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହିତ ‘ବାଲିଯାତ୍ରା’ ବିଷୟରେ ଆଲୋଚନା କରି ସେ ଓଡ଼ିଶାର ଏହି ଐତିହାସିକ ପର୍ବ ପ୍ରତି ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଛନ୍ତି ।


ଦିଲ୍ଲୀରେ ଓଡ଼ିଆ ମାନଙ୍କୁ ସ୍ୱୀକୃତି ଦେବାରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଅବଦାନ ଅତୁଳନୀୟ। ପୂର୍ବରୁ ଓଡ଼ିଶାରୁ ଜଣେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ପଦ ପ୍ରାପ୍ତ ହୋଇଥିଲେ । ତାହା ପୁଣି ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ । ୨୦୧୪ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କ ସଂଖ୍ୟାରେ ଓଡ଼ିଶାର ସ୍ଥାନ ଥିଲା ନଗଣ୍ୟ । କିନ୍ତୁ ମୋଦିଜୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଠାରୁ ଅଶ୍ୱିନୀ ବୈଷ୍ଣବଙ୍କ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ନେତା କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । ଆଦିବାସୀ ନେତା ବିଶେଶ୍ୱର ଟୁଡ଼ୁ କେନ୍ଦ୍ରରେ ରାଷ୍ଟ୍ର ମନ୍ତ୍ରୀ ପଦ ମଣ୍ଡନ କରିସାରିଛନ୍ତି । ତା’ ପୂର୍ବରୁ ପ୍ରତାପ ଷଡ଼ଙ୍ଗୀ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଥିଲେ । ମୋଦି ଦ୍ରୌପଦୀ ମୁର୍ମୁ, ବିଶ୍ବଭୂଷଣ ହରିଚନ୍ଦନଙ୍କୁ ରାଜ୍ୟପାଳ ପଦବୀରେ ଅଧିଷ୍ଠିତ କରାଇଛନ୍ତି ।


ପୂର୍ବରୁ ପଦ୍ମ ପୁରସ୍କାର ତାଲିକାରେ ଓଡ଼ିଆ ଲୋକଙ୍କର ନାଁ ଖୋଜି ନିରାଶ ହେବାକୁ ପଡ଼ୁଥିଲା । କିନ୍ତୁ ୨୦୧୫ ମସିହା ପର ଠାରୁ ଲଗାତାର ଓଡ଼ିଶାର ପ୍ରତିଭାମାନେ ପଦ୍ମ ସମ୍ମାନ ପାଇ ଆସୁଛନ୍ତି । ମନୋଜ ଦାସ, ପ୍ରତିଭା ରାୟଙ୍କ ପରି ସାହିତ୍ୟିକମାନେ ପଦ୍ମଭୂଷଣ ସମ୍ମାନ ପାଇଥିବା ବେଳେ ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମ ବିଭୂଷଣ ସମ୍ମାନ ପାଇଛନ୍ତି । ପଦ୍ମ ସମ୍ମାନ ପାଇଥିବା ଅନେକ ଖ୍ୟାତନାମା କବି, ଲେଖକ, ନୃତ୍ୟାଙ୍ଗନା, କଣ୍ଠଶିଳ୍ପୀ, ସ୍ଥପତିଙ୍କର ଏକ ଲମ୍ବା ତାଲିକା ଏଠାରେ ପ୍ରଦାନ କରିବା ଅନାବଶ୍ୟକ । କିନ୍ତୁ ସମାଜ ପାଇଁ, ଜନସେବା ପାଇଁ ତଥା କିଛି ନୂଆ କାମ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଥିବା ଅଥଚ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିଛନ୍ତି କେନ୍ଦ୍ରର ମୋଦି ସରକାର । ହଳଧର ନାଗ୍, ମିତ୍ରଭାନୁ ଗୌନ୍ତିଆଙ୍କ ଠାରୁ ଆରମ୍ଭ କରି ଦୈତାରୀ ନାୟକ ଓ ପୂର୍ଣ୍ଣମାସୀ ଜାନିଙ୍କ ପର୍ଯ୍ୟନ୍ତ ଅନେକ ଏକନିଷ୍ଠ ନିରବ ସାଧକ ମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିଛନ୍ତି ଏବେର କେନ୍ଦ୍ର ସରକାର ।


ମନ୍ କି ବାତ୍ ଆମ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏକ ଜବାହୃତ କାର୍ଯ୍ୟକ୍ରମ । ସେହି କ୍ରମରେ ସେ ଓଡ଼ିଶାର ଅନେକ ନିଷ୍ଠାପର ତଥା ସର୍ଜନଶୀଳ ପ୍ରତିଭାଙ୍କ ସହିତ ବାର୍ତ୍ତାଳାପ କରିଛନ୍ତି । ଓଡ଼ିଶାର ଏତେସଂଖ୍ୟକ ଲୋକଙ୍କ ସହିତ ଭାବ ବିନିମୟ କରିବା ତାଙ୍କ ଓଡ଼ିଶା ପ୍ରୀତିର ପରିଚାୟକ ।
ଉଚ୍ଚ ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ଓଡ଼ିଶାକୁ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ୨୦୧୫ ମସିହାରେ ର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦେଶରେ ଛଅ ଗୋଟି ନୂଆ ଆଇଆଇଏମ ଖୋଲିବା ପାଇଁ ନିଷ୍ପତି ନିଆଯାଇଥିଲା । ଓଡ଼ିଶା ଭାଗରେ ପଡ଼ିଥିଲା ଗୋଟିଏ ସମ୍ବଲପୁରରେ ଆଇଆଇଏମ । କେବଳ ଆଇଆଇଏମ ନୁହେଁ, ବ୍ରହ୍ମପୁରରେ ଆଇଜର (ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥା) ଖୋଲିବା ପାଇଁ ନିଷ୍ପତି ନେଇଥିଲେ ମୋଦି ସରକାର। ଓଡ଼ିଆଙ୍କ ଅସ୍ମିତା ଓ ଓଡ଼ିଶାର ବିକାଶରେ ଯୋଗଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି ଓଡ଼ିଶା।

Sponsored
PM Modi Turns 75: Celebrating a Milestone Year | Argus News | Argus News