Videos
|
National

Reduce Screen Time / 'ସ୍କ୍ରିନ୍ ଟାଇମ୍'ରୁ ପିଲାଙ୍କୁ ଦୂରେଇ ଖେଳକୁଦରେ ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

Bikash Mohanty
Browse all articles by Bikash Mohanty
·2 weeks ago·2 min read
'ସ୍କ୍ରିନ୍ ଟାଇମ୍'ରୁ ପିଲାଙ୍କୁ ଦୂରେଇ ଖେଳକୁଦରେ ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
Narendra Modi

Key Points

ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା `ସ୍କ୍ରିନ୍ ଟାଇମ୍' ନିଶାରେ ପରିଣତ ହେଉଛି
`ସ୍କ୍ରିନ୍ ଟାଇମ୍'ରୁ ପିଲାମାନଙ୍କୁ ଦୂରେଇ ଖେଳକୁଦରେ ଅଧିକ ନିୟୋଜିତ କର
ଶିକ୍ଷକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ 
ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆଦିଲ୍ଲୀ,୦୫/୦୯: ପିଲାମାନଙ୍କ ମଧ୍ୟରେ ବଢ଼ୁଥିବା ସ୍କ୍ରିନ୍ ଟାଇମ୍ ଏବେ ଏକ ପ୍ରକାର ନିଶାରେ ପରିଣତ ହେଉଛି । ଏଥିରୁ ପିଲାମାନଙ୍କୁ ଦୂରେଇବା ପାଇଁ ସେମାନଙ୍କୁ ଖେଳକୁଦ ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟରେ ଅଧିକ ନିୟୋଜିତ କରିବା ଆବଶ୍ୟକ। ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ଯଦି କୌଣସି ପିଲା ଖେଳ ପ୍ରତି ଆଗ୍ରହୀ ହୁଏ, ତେବେ ସେ ଧୀରେ ଧୀରେ ଏହି ନିଶାରୁ ମୁକ୍ତ ହୋଇପାରେ । ଖେଳ କହିଲେ ଭିଡିଓ ଗେମ୍ ନୁହେଁ, ବରଂ ପଡ଼ିଆରେ ପ୍ରକୃତ ଖେଳକୁ ବୁଝାଏ । ପିଲାମାନଙ୍କୁ ଯେତେ ଅଧିକ ସୃଜନଶୀଳ କାର୍ଯ୍ୟରେ ସାମିଲ କରାଯିବ, ସେମାନଙ୍କ ବିକାଶ ସେତେ ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏଥିସହ ପିଲାମାନଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ଓ ପଦକ୍ଷେପକୁ ଅଭ୍ୟାସରେ ପରିଣତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଡ୍ରଗ୍ସ ସମସ୍ୟା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଶିକ୍ଷକ ସମାଜକୁ ସତର୍କ କରିଛନ୍ତି । କିଛି ବଡ଼ ସହର ଓ ବିଶ୍ୱବିଦ୍ୟାଳୟରେ ନିଶାଦ୍ରବ୍ୟ ସମ୍ପର୍କିତ ସମସ୍ୟା ସାମ୍ନାକୁ ଆସୁଥିବା ବେଳେ ଏନେଇ ସଚେତନତାର ଅଭାବ ରହିଥିବା ସେ କହିଛନ୍ତି । କେବଳ ନିୟମ ଲାଗୁ କରିଦେବା ପରିବର୍ତ୍ତେ ନିୟମ ପଛର କାରଣ ଓ ଏହାର ପ୍ରଭାବ ବିଷୟରେ ପିଲାମାନଙ୍କୁ ବୁଝାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

ପଢନ୍ତୁ ଏହି ଖବର: GSLV-F17 ର ସଫଳ ଉତକ୍ଷେପଣକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଶିକ୍ଷକମାନେ ନିଶା ସମ୍ପର୍କିତ ବିଭିନ୍ନ ଆଶଙ୍କା ଓ ପ୍ରଭାବ ବିଷୟରେ ସବୁବେଳେ ସଚେତନ ରହିବା ସହ ପିଲାମାନଙ୍କ ଆଚରଣରେ କୌଣସି ପରିବର୍ତ୍ତନ ହେଉଛି କି ନାହିଁ, ତାହା ଉପରେ ନଜର ରଖିବା ଦରକାର ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଶିକ୍ଷକଙ୍କ ଦାୟିତ୍ୱ କେବଳ ପାଠ୍ୟପୁସ୍ତକ ଓ ସିଲାବସ୍ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ । ପିଲାମାନଙ୍କ ଜୀବନ ସହ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା, ଭୟ ଓ ଆବଶ୍ୟକତାକୁ ବୁଝିବା ଆବଶ୍ୟକ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଲେ, "ମୁଁ ଆପଣମାନଙ୍କ ସମସ୍ତଙ୍କ ସହିତ କଥା ହେଉଛି, କିନ୍ତୁ ମୁଁ ସମଗ୍ର ଶିକ୍ଷା ଜଗତକୁ କହିବାକୁ ଚାହୁଁଛି ଯେ ଆମକୁ ପୂର୍ବ ଅପେକ୍ଷା ଅଧିକ ପୁସ୍ତକ ଏବଂ ପାଠ୍ୟକ୍ରମରୁ ଆଗକୁ ବଢ଼ି ପିଲାମାନଙ୍କ ଜୀବନରେ ପ୍ରବେଶ କରିବାକୁ ପଡିବ। ଶୈଶବକୁ ମରିବାକୁ ଦିଆଯିବା ଉଚିତ୍ ନୁହେଁ। ଶୈଶବକୁ ସଂରକ୍ଷଣ କରିବାରେ ସବୁଠାରୁ ବଡ଼ କାମ ଜଣେ ଶିକ୍ଷକ କରିପାରିବେ। ଶିକ୍ଷକଙ୍କ କାମ ହେଉଛି ଶୈଶବ ଭିତରେ ରହିବା ନିଶ୍ଚିତ କରିବା।"
PM Modi Urges Parents to Reduce Kids’ Screen Time, Encourage Sports | Argus News