Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର୍ଗତ ମାତାଙ୍କୁ ନେଇ ଏଆଇ ଭିଡିଓ ମାମଲା, ଦିଲ୍ଲୀ ପୋଲିସର କଡା ଆକ୍ସନ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱର୍ଗତ ମାତାଙ୍କୁ ନେଇ ଏଆଇ ଭିଡିଓ ମାମଲା, ଦିଲ୍ଲୀ ପୋଲିସର କଡା ଆକ୍ସନ

Key Points

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବର୍ଗତ ମାତାଙ୍କୁ ନେଇ ଏଆଇ ଭିଡିଓ ମାମଲା । ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଛି ମାମଲା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବର୍ଗତ ମାତାଙ୍କୁ ନେଇ ଏଆଇ ଭିଡିଓ ମାମଲା । ଦିଲ୍ଲୀ ପୋଲିସ ପକ୍ଷରୁ ରୁଜୁ ହୋଇଛି ମାମଲା । ମାଙ୍କୁ ଅପମାନ ନେଇ ରାଜନୀତି ଘମାସାନ ହୋଇଛି । ସୀମା ଟପିଛି କଂଗ୍ରେସର ଅଭଦ୍ରାମୀ । ବିହାର କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବର୍ଗତ ମାତାଙ୍କୁ ନେଇ ଏଆଇ ଭିଡିଓ ପ୍ରସ୍ତୁତ ହୋଇଥିଲା । ବିହାର କଂଗ୍ରେସର ଅଫିସିଆଲ୍‌ X ହ୍ୟାଣ୍ଡଲ୍‌ରୁ ଏହି AI-ଜେନେରେଟେଡ୍‌ ଭିଡିଓ ପବ୍ଲିସ ହୋଇଥିଲା । ଭିଡିଓରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱପ୍ନରେ ତାଙ୍କ ମାତା ତାଙ୍କ ରାଜନୀତି ଉପରେ ନିନ୍ଦା କରାଯାଉଥିବା ଦେଖାଯାଇଛି । ଏହା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରକାଶ ପାଇଥିବାରୁ ରାଜନୈତିକ ବିବାଦ ସୃଷ୍ଟି କରିଛି । କଂଗ୍ରେସର ଏପରି କରି ଅଭଦ୍ରାମିର ସବୁ ସୀମା ଉଲ୍ଲଙ୍ଘନ ବୋଲି ବିଜେପି ନେତା ମାନେ କଡା ନିନ୍ଦା କରିଛନ୍ତି । 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ତିଆରି ହୋଇଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଭିଡିଓ ବିରୋଧରେ ଦିଲ୍ଲୀ ପୋଲିସ ଏକ FIR ରୁଜୁ କରିଛି। ଦିଲ୍ଲୀ ପୋଲିସ ଶନିବାର ବିହାର କଂଗ୍ରେସର ସରକାରୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ X ରେ ବୁଧବାର ରେ AI/ଡିପ ଫେକ ଭିଡିଓ ଶେୟାର କରିବା ଘଟଣାରେ ଏକ FIR ରୁଜୁ କରିଛି।‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସ୍ବର୍ଗତ ମାଆଙ୍କ ପ୍ରତିଛବିକୁ ମଳିନ ଏବଂ ଅପମାନିତ କରିବା – ଏହା ମହିଳାଙ୍କ ଆଇନ, ନୈତିକତା ଏବଂ ମର୍ଯ୍ୟାଦାର ଘୋର ଉଲ୍ଲଂଘନ’ ପାଇଁ ଭାରତୀୟ ନ୍ୟାୟ ସଂହିତା, ୨୦୨୩ ର ଧାରା ୧୮(୨), ୩୩୬(୩), ୩୩୬(୪), ୩୪୦(୨), ୩୫୨, ୩୫୬(୨) ଏବଂ ୬୧(୨) ଅନୁଯାୟୀ ଏହି FIR ରୁଜୁ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
PM Modi AI Video Case on Late Mother: Delhi Police Takes Strict Action | Argus News | Argus News