PM Narendra Modi: ଗ୍ରୀନ୍ ସିଗ୍ନାଲ ଦେଲେ ମୋଦି, ଖସିବ GST

Key Points
ଉତ୍ପାଦ ପାଇଁ 'ଦାମ୍ କମ୍, ଦମ୍ ଅଧିକ' ଦରକାର ବୋଲି ମୋଦି ଆହ୍ୱାନ ଦେଇଛନ୍ତି।
ଚଳିତ ବର୍ଷ ଶେଷ ସୁଦ୍ଧା ମେଡ୍ ଇଣ୍ଡିଆ ଚିପ୍ସ ବଜାରକୁ ଆସିବ।
ଲାଲକିଲ୍ଲାରୁ 'ସମୃଦ୍ଧ ଭାରତ' ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । 'ଭୋକାଲ୍ ଫର୍ ଲୋକାଲ୍'କୁ ସମସ୍ତେ ନିଜ ଜୀବନର ମନ୍ତ୍ର କରନ୍ତୁ, ଏବେର ପୀଢ଼ି ସମୃଦ୍ଧ ଭାରତ ପାଇଁ କାମ କରୁ, ଏହା ସମୟର ଆବଶ୍ୟକତା ବୋଲି କହିଛନ୍ତି ମୋଦି। ଉତ୍ପାଦ ପାଇଁ 'ଦାମ୍ କମ୍, ଦମ୍ ଅଧିକ' ଦରକାର ବୋଲି ମୋଦି ଆହ୍ବାନ ଦେଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ମେଡ୍ ଇଣ୍ଡିଆ ଚିପ୍ସ ବଜାରକୁ ଆସିବ।
ନୂଆ ୪ଟି ସେମିକଣ୍ଡକ୍ଟର ୟୁନିଟକୁ ସବୁଜ ସଙ୍କେତ ଦିଆଯାଇଛି। ଦେଶରେ ୬ଟି ସେମିକଣ୍ଡକ୍ଟର ୟୁନିଟ୍ କାର୍ଯ୍ୟକ୍ଷମ ହେଉଛି। ଗତ ୧୦ ବର୍ଷରେ ସାମରିକ କ୍ଷେତ୍ରରେ ଆତ୍ମନିର୍ଭରତାର ମନ୍ତ୍ର ନେଇ ଚାଲିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆତ୍ମନିର୍ଭର ହେବା ପାଇଁ ଆମକୁ ସବୁ ଶକ୍ତି ଲଗାଇବାକୁ ପଡ଼ିବ। ରିସର୍ଚ୍ଚ ଏଣ୍ଡ ଡେଭଲପମେଣ୍ଟ କ୍ଷେତ୍ରରେ ଅଧିକ ଧ୍ୟାନ ଦେବା ଜରୁରୀ । ମେଡ୍ ଇନ୍ ଇଣ୍ଡିଆ ଫାଇଟର ଜେଟ୍ ଇଞ୍ଜିନ୍ ନିର୍ମାଣ ପାଇଁ ଆହ୍ବାନ ମଧ୍ୟ ଦେଇଛନ୍ତି ମୋଦି।
ଅନ୍ୟପଟେ ଆସନ୍ତା ଦୀପାବଳିରେ ଦେଶକୁ ଏକ ବଡ଼ ଉପହାର ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି, "ଆମେ ପରବର୍ତ୍ତୀ ପିଢ଼ିରେ ସଂସ୍କାର ଆଣିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଆମର ଲକ୍ଷ୍ୟ ଏବେ ସମସ୍ତ ପ୍ରକାର ଜିନିଷରେ ସଂସ୍କାର ଆଣିବା। ଆମେ ଟିକସ ବ୍ୟବସ୍ଥାକୁ ସରଳ କରିଛୁ। ଗତ ୮ ବର୍ଷ ମଧ୍ୟରେ, ଆମେ ଜିଏସଟିରେ ଏକ ବିରାଟ ସଂସ୍କାର ଆଣିଛୁ ଏବଂ ସାରା ଦେଶରେ ଟିକସ ବୋଝ ହ୍ରାସ କରିଛୁ । ଏହି ଦୀପାବଳିରେ ମୁଁ ଦେଶବାସୀଙ୍କ ଦୀପାବଳିର ଖୁସିକୁ ଦ୍ୱିଗୁଣିତ କରିବାକୁ ଯାଉଛି।
ଦେଶବାସୀଙ୍କୁ ଏକ ବଡ଼ ଉପହାର ମିଳିବ। ଏବେ ସମୟର ଆବଶ୍ୟକତା ହେଉଛି ଜିଏସଟି ହାର ସମୀକ୍ଷା କରିବା। ଆମେ ନୂତନ ପିଢ଼ି ପାଇଁ ସେଭଳି ଏକ ଜିଏସଟି ଆଣିବୁ। ସାଧାରଣ ଲୋକଙ୍କ ପାଇଁ ଟିକସ ହ୍ରାସ କରାଯିବ। ଜିଏସଟି ହାର ବ୍ୟାପକ ଭାବରେ ହ୍ରାସ କରାଯିବ ଯାହା ଦ୍ୱାରା ଲୋକମାନେ ଅଧିକ ସୁବିଧା ପାଇପାରିବେ। ଆମେ ନିଜକୁ ଶକ୍ତିଶାଳୀ କରିବା ପାଇଁ ଏବଂ ଆବଶ୍ୟକ ହେଲେ ଅନ୍ୟମାନଙ୍କୁ ବାଧ୍ୟ କରିବା ପାଇଁ ସ୍ୱଦେଶୀ ବ୍ୟବହାର କରିବୁ।"