Gujarat project / ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ଆମର ସବୁଠୁ ବଡ଼ ଶତ୍ରୁ: ପ୍ରଧାନମନ୍ତ୍ରୀ

Key Points
PMଙ୍କ ମିଶନ ଗୁଜରାଟ, ଭାବନଗରରେ ବିଶାଳ ରୋଡ଼ ଶୋ
`ସମୁଦ୍ରରୁ ସମୃଦ୍ଧି’ କାର୍ଯ୍ୟକ୍ରମରେ 34,200 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟି
ପ୍ରଧାନମନ୍ତ୍ରୀ କହିଲେ, ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ଆମର ସବୁଠୁ ବଡ଼ ଶତ୍ରୁ
ନିଜ ପ୍ରିୟ ନେତାଙ୍କୁ ଦେଖିବାକୁ ଲୋକଙ୍କ ଏ ଉତ୍ସାହ । ରାସ୍ତା କଡ଼ରେ ଜନସମୁଦ୍ର । ମୋଦି ମୋଦି ନାରାରେ କମ୍ପିଲା ଗୁଜରାଟର ଭାବନଗର ସହର। ଦିନିକିଆ ଗୁଜରାଟ ଗସ୍ତରେ ଯାଇ ଭାବନଗରରେ ବିଶାଳ ରୋଡ଼ ସୋ କରିଛନ୍ତି ପ୍ରଧାନମନ୍ତ୍ରୀ। ସ୍ବାଗତ କରିବାକୁ ଆସିଥିବା ହଜାର ହଜାର ଲୋକଙ୍କୁ ପିଏମ୍ ଗାଡ଼ିରୁ ବାହାରି ଜଣାଇଲେ ଅଭିବାଦନ। ରୋଡ଼ ସୋ ପରେ ସମୁଦ୍ରରୁ ସମୃଦ୍ଧି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ । ଗୁଜରାଟରେ 34,200 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଓ ଶିଲାନ୍ୟାସ କଲେ। ବିଶାଳ ଜନସଭାକୁ ସମ୍ବୋଧନ କରି ଆତ୍ମନିର୍ଭର ଭାରତ ପାଇଁ ବଡ଼ ଆହ୍ବାନ ଦେଲେ ମୋଦି ।
କହିଲେ, ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହିଁ ହେଉଛି ଆମର ସବୁଠୁ ବଡ ଶତ୍ରୁ । ଯେତେ ଅଧିକ ବିଦେଶୀ ନିର୍ଭରତା, ସେତେ ଅଧିକ ଦେଶର ବିଫଳତା । ସବୁ ଦୁଃଖର ଗୋଟିଏ ଔଷଧ, ଆତ୍ମନିର୍ଭର ଭାରତ । ବିଶ୍ବରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ଭାରତକୁ ଆତ୍ମନିର୍ଭର ହେବାକୁ ହିଁ ହେବ। ମୋଦି କହିଛନ୍ତି ୧୪୦କୋଟି ଭାରତୀୟଙ୍କ ଭାଗ୍ୟକୁ ଅନ୍ୟ ଦେଶ ହାତରେ ଛାଡି ହେବ ନାହିଁ । ଆଗାମୀ ପିଢ଼ିର ଭବିଷ୍ୟତକୁ ଆମେ ବାଜି ଲଗାଇ ପାରିବା ନାହିଁ ।
📱 Get Argus News App
✨ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଛନ୍ତି ଭାରତରେ ସାମର୍ଥ୍ୟର କୌଣସି ଅଭାବ ନାହିଁ। କିନ୍ତୁ ସ୍ବାଧୀନତା ପରେ କଂଗ୍ରେସ ଭାରତର ସବୁ ସାମର୍ଥ୍ୟକୁ ଅଣଦେଖା କଲା। ଭାବନଗର କାର୍ଯ୍ୟକ୍ରମ ପରେ ପିଏମ୍ ମୋଦି ଅହମ୍ମଦାବାଦ ଜିଲ୍ଲା ନିକଟରେ ଥିବା ଧୋଲେରା ସ୍ପେଶାଲ୍ ଇନଭେଷ୍ଟମେଣ୍ଟ ରିଜିଅନର ଆକାଶ ମାର୍ଗରୁ ସର୍ବେକ୍ଷଣ କଲେ । ଯାହାକୁ ଏକ ଗ୍ରୀନଫିଲ୍ଡ ଔଦ୍ୟୋଗିକ ହବ୍ ରୂପରେ ବିକଶିତ କରାଯାଉଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
Related Topics
Explore more stories