Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Modi Gift / ଓଡ଼ିଶା ଆସିବା ପୂର୍ବରୁ ‘ଏକ୍ସ’ରେ ନିଜେ ସୂଚନା ଦେଲେ ମୋଦି: ମିଳିବ ବଡ଼ ଉପହାର

Ritu Das
Browse all articles by Ritu Das
·9 months ago·3 min read
ଓଡ଼ିଶା ଆସିବା ପୂର୍ବରୁ ‘ଏକ୍ସ’ରେ ନିଜେ ସୂଚନା ଦେଲେ ମୋଦି: ମିଳିବ ବଡ଼ ଉପହାର

Key Points

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିବେ। ଝାରସୁଗୁଡ଼ାସ୍ଥିତ ଆମଲିପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋପାର୍ପଣ କରିବା କାର୍ଯ୍ୟକ୍ରମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ଆସିବେ। ଝାରସୁଗୁଡ଼ାସ୍ଥିତ ଆମଲିପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋପାର୍ପଣ କରିବା କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଆଜି ଝାରସୁଗୁଡ଼ା ଆସୁଥିବା ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଝାରସୁଗୁଡାରେ ୫୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ ହେବ। ୯୭,୫୦୦ରୁ ଅଧିକ ଟେଲିକମ ଟାୱାର କାର୍ଯ୍ୟକ୍ଷମ କରାଯିବ। ଏସବୁ ସ୍ଥାନୀୟ ପ୍ରଯୁକ୍ତି ବ୍ୟବହାର କରି ନିର୍ମିତ ହୋଇଛି। ସୀମାନ୍ତ ଅଞ୍ଚଳ, ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସଂଯୋଗ ବୃଦ୍ଧି କରିବ। ରେଳ ସଂଯୋଗ, IIT ଭିତ୍ତିଭୂମି ସମ୍ପ୍ରସାରଣ, ଦକ୍ଷତା ବିକାଶ କେନ୍ଦ୍ର ଉଦ୍ଘାଟନ ରହିଛି। ଏସବୁ ଆମର ବିକଶିତ ଭାରତ ଗଠନର ଦୃଷ୍ଟିକୋଣ ସହିତ ସମନ୍ବିତ।



ପ୍ରଧାନମନ୍ତ୍ରୀ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟ ଆରମ୍ଭ କରିବେ ଯାହା ସମ୍ବଲପୁର ଏବଂ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବ। ଏଥିରେ କୃଷି-ପ୍ରଯୁକ୍ତି, ଅକ୍ଷୟ ଶକ୍ତି, ସାମୁଦ୍ରିକ କ୍ଷେତ୍ର ଏବଂ ଆତିଥେୟ ଭଳି ପ୍ରଗତିଶୀଳ କ୍ଷେତ୍ରଗୁଡ଼ିକୁ ସାମିଲ ହେବ। ଏହା ବ୍ୟତୀତ, ପାଞ୍ଚଟି ଆଇଟିଆଇକୁ ଉତ୍କର୍ଷ ଆଇଟିଆଇରେ ଉନ୍ନୀତ କରାଯିବ, 25ଟି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଏବଂ ବୈଷୟିକ ତାଲିମ ପ୍ରଦାନ ଲାଗି ଏକ ନୂତନ ପ୍ରିସିସନ୍ ଇଞ୍ଜିନିୟରିଂ ଭବନ ପ୍ରତିଷ୍ଠା କରାଯିବ । ରାଜ୍ୟରେ ଡିଜିଟାଲ ଶିକ୍ଷାକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ 130ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ୱାଇ-ଫାଇ ସୁବିଧାର ଲୋକାର୍ପଣ କରିବେ, ଯାହା ଅଢ଼େଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଉପକୃତ କରିବା ପାଇଁ ମାଗଣା ଦୈନିକ ଡାଟା ପ୍ରଦାନ କରିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Narendra Modi (@narendramodi) September 27, 2025


ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଯେପରି ସଫଳ ହେବ ସେଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବରୁ ଝାରସୁଗୁଡ଼ା ଗସ୍ତ କରି ସମୀକ୍ଷା କରିଛନ୍ତି। କାର୍ଯ୍ୟକ୍ରମ ସ୍ଥଳର ବ୍ୟବସ୍ଥାକୁ ମଧ୍ୟ ସେ ଗୋଟି ଗୋଟି କରି ଦେଖିବା ସହ ଯେଉଁଠି କିଛି ତ୍ରୁଟି ରହିଯାଇଛି ତୁରନ୍ତ ତାକୁ ଠିକ କରିବା ପାଇଁ ନିର୍ଦ୍ଦେଶ ଦେଇଥିବାର ଭିଡିଓ ସାମାଜିକ ଗଣମାଧ୍ୟମରୁ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଶନିବାର ସକାଳ ୯ଟା ୨୦ମି. ସମୟରେ ନୂଆଦିଲ୍ଲୀ ବିମାନବନ୍ଦରରୁ ସ୍ବତନ୍ତ୍ର ବାୟୁସେବା ବିମାନ ଯୋଗେ ବାହାରି ଝାରସୁଗୁଡ଼ା ବିମାନବନ୍ଦରଠାରେ ପୂର୍ବାହ୍ନ ୧୧ଟା୧୦ମିନିଟରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ନ ୧୧ ଟା ୨୫ମି.ରେ ଅମଲିପାଲି ସ୍ଥିତ ପଡ଼ିଆରେ ପହଞ୍ଚି ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ଯୋଗଦେବେ। ସେଠାରେ ପ୍ରଧାନମନ୍ତ୍ରୀ ପୂର୍ବ ନିର୍ଦ୍ଧାରଣ ଅନୁସାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କରିବେ। ଏହାପରେ ଅପରାହ୍ନ ୧୨ଟା ୪୫ମି.ରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା କାର୍ଯ୍ୟକ୍ରମ ରହିଛି।


ଅବପାତ ବର୍ଷାରେ ଭିଜୁଛି ଓଡ଼ିଶା; ଆଜି ବି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ


ଏହି କାର୍ଯ୍ୟକ୍ରମରେ ଜନସାଧାରଣ, ମହିଳା, ଛାତ୍ରୀଛାତ୍ର, ଯୁବବର୍ଗଙ୍କ ସମେତ ପ୍ରାୟ ୬୦ହଜାର ଜନସମାବେଶ ହେବା ନେଇ ଆଶା କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟାନର, ପୋଷ୍ଟର ଏବଂ ଫ୍ଲେକ୍ସରେ ଛାଉଣି ହୋଇସାରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରଥମେ ବ୍ରହ୍ମପୁରଠାରେ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ପାଣିପାଗ ବିଭାଗ ତରଫରୁ ବର୍ଷା ହେବା ସମ୍ପର୍କରେ ପୂର୍ବାନୁମାନ ଯୋଗୁ ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରାଯାଇଛି।

Sponsored
PM Modi Announces Big Gift for Odisha Ahead of Visit on X | Argus News | Argus News