Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ

Key Points

ଆତ୍ମନିର୍ଭର ଭାରତ ଉପରେ ବଢୁଛି ବିଶ୍ବାସ
ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ
ସ୍ବଦେଶୀ ଉତ୍ପାଦକୁ ପ୍ରାଥମିକତା ଦେବାକୁ ଗୁରୁତ୍ବ
ଶକ୍ତିଶାଳୀ ଭାରତ ନିର୍ମାଣ ପାଇଁ VOCAL FOR LOCALକୁ ପ୍ରୋତ୍ସାହନ
ଆମଦାନୀ ସାମଗ୍ରୀ ଉପରୁ ନିର୍ଭରଶୀଳତା କମାଇବାକୁ ଦେଶବାସୀଙ୍କୁ ପିଏମଙ୍କ ଅପିଲ୍
ବିଦେଶୀ ସାମଗ୍ରୀ ଯୋଗୁ ପ୍ରଭାବିତ ହେଉଛନ୍ତି ସ୍ଥାନୀୟ କାରିଗର
ପ୍ରଧାନମନ୍ତ୍ରୀଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଆହ୍ବାନକୁ ବ୍ୟବସାୟୀଙ୍କ ସ୍ବାଗତ

ବଦଳୁଛି ଭାରତ । ବାଣିଜ୍ୟକୁ ନେଇ ସାରା ବିଶ୍ବରେ ତୀବ୍ର ପ୍ରତିଯୋଗିତା ଚାଲିଥିବାବେଳେ ଦେଶବାସୀଙ୍କୁ ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୁଜରାଟରେ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଯେତେ କ୍ଷତି ସହିଲେ ବି ‌ବିଦେଶୀ ଜିନିଷ କ୍ରୟ କରିବା ଅନୁଚିତ କହି ସ୍ଥାନୀୟ ଉତ୍ପାଦକୁ ଗୁରୁତ୍ବ ଦେଇଛନ୍ତି ମୋଦି । ଭାରତକୁ ଆତ୍ମନିର୍ଭର ଓ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଗଢ଼ିବାକୁ ସର୍ବପ୍ରଥମେ ଆମଦାନୀ ସାମଗ୍ରୀ ଉପରୁ ନିର୍ଭରଶୀଳତା କମାଇବାକୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ । 2020ରୁ ଆତ୍ମନିର୍ଭର ଭାରତ ଅଭିଯାନ ଦେଶରେ ନୂଆ ଉଦ୍ୟୋଗୀଙ୍କୁ ସଶକ୍ତ ବାଣିଜ୍ୟ ଭିତ୍ତିଭୂମି ଯୋଗାଇ ଦେଇଛି । ନିମ୍ନମାନର ଶସ୍ତା ବିଦେଶୀ ସାମଗ୍ରୀ ବଦଳରେ ସ୍ଥାନୀୟ ଉଦ୍ୟୋଗରୁ ଉଚ୍ଚମାନର ସାମଗ୍ରୀ ଉତ୍ପାଦନ ପାଇଁ Make in India ମାଧ୍ୟମରେ ଗତ 10 ବର୍ଷ ମଧ୍ୟରେ ଭାରତୀୟ ଉଦ୍ୟୋଗୀଙ୍କୁ ସଫଳ କରିଛି । ଦେଶବାସୀ ସମୟର ଏହି ଆହ୍ବାନକୁ ଗ୍ରହଣ କରିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ପାରମ୍ପରିକ ପର୍ବପର୍ବାଣୀ ସମୟରେ ବିଦେଶୀ ସାମଗ୍ରୀ ଉପରେ ନିର୍ଭରଶୀଳତା କମ କରିବା ଜରୁରୀ । ବିଶେଷ କରି ହୋଲି, ଦୀପାବଳି ଓ ଗଣେଶ ପୂଜା ଭଳି ପର୍ବପର୍ବାଣୀ ସମୟରେ ଦେଶରେ ତିଆରି ଜିନିଷ କିଣିଲେ ସ୍ଥାନୀୟ ଉଦ୍ୟୋଗୀଙ୍କୁ ବଳ ମିଳିବା ସହ ଦେଶର ଆର୍ଥିକ ବିକାଶ ତ୍ବରାନ୍ବିତ ହେବ ବୋଲି କହିଛନ୍ତି ମୋଦି । ପାର୍ବଣ ସମୟରେ ଦେଶରେ ଭର୍ତ୍ତି ହୋଇଯାଉଥିବା ନିମ୍ନ ମାନର ବିଦେଶୀ ଉତ୍ପାଦକୁ ଟାର୍ଗେ‌ଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ । ବାହାରୁ ଆସୁଥବା ଗଣେଶ ମୂର୍ତ୍ତି ଗୁଡ଼ିକରେ ଆଖି ଏତେ ଛୋଟ ଯେ ତାହା ଠିକ୍ ଭାବେ ଖୋଲୁନାହିଁ ବୋଲି ପରୋକ୍ଷରେ ଚୀନ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି । ହୋଲିରେ ରାସାୟନିକ ରଙ୍ଗ, ଦୀପାବଳିରେ ବିଦେଶରୁ ଆସୁଥିବା ସାମଗ୍ରୀ କ୍ରୟକୁ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି ମୋଦି । ବିଦେଶୀ ସାମଗ୍ରୀ ଯୋଗୁଁ ପ୍ରଭାବିତ ହେଉଛନ୍ତି ସ୍ଥାନୀୟ କାରିଗର । ସ୍ବଦେଶୀ ସାମଗ୍ରୀର ବିକ୍ରି ବଢିବା ସହ ସ୍ଥାନୀୟ ଅର୍ଥନୀତି ମଧ୍ୟ ଦୃଢ଼ ହେବ ବୋଲି କହିଛଥନ୍ତି ।


କେବଳ ଗତବର୍ଷ ଦୀପାବଳି ସମୟରେ ଭାରତ ବଜାରରେ ଚୀନର ବ୍ୟବସାୟ 1.25 ଲକ୍ଷ କୋଟି ହ୍ରାସ ପାଇଛି । ସେହିପରି ହୋଲି ସମୟରେ 10 ହଜାର କୋଟିର କ୍ଷତି ସହିଛି ଚୀନ । ଗତ 5 ବର୍ଷ ମଧ୍ୟରେ ଭାରତରେ ପର୍ବପର୍ବାଣୀ ସମୟରେ ଚୀନର ବ୍ୟବସାୟ କ୍ରମାଗତ ଦ୍ରୁତଗତିରେ କମୁଛି । ଏହାସହିତ FMCG ଉତ୍ପାଦ, ସୌଖିନ ସାମଗ୍ରୀ,ଘରୋଇ ବ୍ୟବହାର ସାମଗ୍ରୀ, ଫ୍ୟାବ୍ରିକ, ଖେଳନା ସାମଗ୍ରୀରେ ସ୍ବଦେଶୀ ଉତ୍ପାଦର ଚାହିଦା ବଢୁଛି । ଭାରତ ବନୁଛି ଆତ୍ମନିର୍ଭର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-modi-calls-for-boycott-of-foreign-goods | Argus News