Videos
|
National

PM Modi / ଇରାନ୍‌ ଯୁଦ୍ଧ: ଆଜି ଦିଲ୍ଲୀରେ ପହଞ୍ଚିବେ ମୋଦୀ, ରାତିରେ ହେବ ବୈଠକ...

Banajyotshna Ray
Browse all articles by Banajyotshna Ray
·6 months ago·2 min read
ଇରାନ୍‌ ଯୁଦ୍ଧ: ଆଜି ଦିଲ୍ଲୀରେ ପହଞ୍ଚିବେ ମୋଦୀ, ରାତିରେ ହେବ ବୈଠକ...
PM Modi

Key Points

ଚିନ୍ତାରେ ଭାରତ ସରକାର
ଇରାନ୍‌ ଯୁଦ୍ଧ ମଧ୍ୟରେ ସୁରକ୍ଷା ବୈଠକ ଡାକିଲେ ମୋଦୀ
ଭାରତର ଆଗାମୀ ପ୍ଲାନ କଣ ରହିବ ?

ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ବଡ଼ କ୍ଷତି ହୋଇଛି । ଯୁଦ୍ଧକୁ ଦୁଇ ଦିନ ହୋଇନି, ଇସ୍ରାଏଲର ଆକ୍ରମଣରେ ରାଷ୍ଟ୍ରର ସର୍ବୋଚ୍ଚ ନେତା ଅୟାତୁଲ୍ଲାହ ଅଲ୍ଲି ଖାମେନେଇଙ୍କ ମୃତ୍ୟୁ ଘଟିଛି । ଏହା ଇରାନ ଲାଗି ସବୁଠୁ ବଡ଼ ଝଟକା । ଖାମେନେଇ ଦେଶରେ ପ୍ରାୟ ୪ ଦଶନ୍ଧି ଧରି ଶାସନରେ ଥିଲେ । ଖାମେନେଇଙ୍କ ବ୍ୟତୀତ ଇରାନର ୪୦ଟି କମାଣ୍ଡର ଏହି ଆକ୍ରମଣରେ ଜୀବନ ହରାଇଥିବା ଇସ୍ରାଏଲର ଡିଫେନ୍ସ ଫୋର୍ସ ରବିବାର ଦାବି କରିଛି । ଏହି ଯୁଦ୍ଧ ଭିତରେ ଚିନ୍ତାରେ ଭାରତ ସରକାର। କେତେବେଳେ ବି କେଉଁ ଦେଶ ଉପରେ ହୋଇପାରେ ଆକ୍ରମଣ। ସେପଟେ କୁହାଯାଉଛି କି ଯୁଦ୍ଧକୁ ଦୃଷ୍ଟିରେ ରଖି ଯୁଦ୍ଧ ପାଇଁ ହୋଇପାରେ ବୈଠକ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ରବିବାର) ରାତିରେ ରାଜଧାନୀ ଦିଲ୍ଲୀ ଫେରିବା ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ୍)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ। ସରକାରୀ ସୂତ୍ର ଅନୁସାରେ, ସେ ତାଙ୍କର ଦୁଇ ଦିନିଆ ଗସ୍ତ ସାରି, ରାତି ପ୍ରାୟ 9:30ରେ ଦିଲ୍ଲୀ ପହଞ୍ଚିବେ ବୋଲି ଆଶା କରାଯାଉଛି। ଫେରିବା କ୍ଷଣି ସେ ସିସିଏସ୍‌ ବୈଠକର ଅଧ୍ୟକ୍ଷତା କରିବେ । ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଉତ୍ତେଜନାକୁ ଏଡାଇବା ସହ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ । ଭାରତ ସ୍ପଷ୍ଟ କରିଛି ଯେ, ଆଲୋଚନା ଏବଂ କୂଟନୀତି ହେଉଛି ସଙ୍କଟର ଏକମାତ୍ର ସମାଧାନ ।

ଏଥିସହ ପଢ଼ନ୍ତୁ: ଦୁବାଇରେ ଫସି ରହିଛନ୍ତି ଅଭିନେତା ଅଜିତ୍‌, ଯୁଦ୍ଧରେ ଗଲାଣି ଅନେକଙ୍କ ଜୀବନ

ସମସ୍ତ ଦେଶର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ପ୍ରତି ସମ୍ମାନ ।ଭାରତ ପୂର୍ବରୁ ଏକ ସରକାରୀ ବିବୃତ୍ତି ଜାରି କରି ସମସ୍ତ ପକ୍ଷଙ୍କୁ ସଂଯମତା ଅବଲମ୍ବନ କରିବାକୁ ଅନୁରୋଧ କରିଛି । ପଶ୍ଚିମ ଏସିଆର ବିଭିନ୍ନ ଦେଶରେ, ବିଶେଷକରି ୟୁଏଇ ଏବଂ ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକଙ୍କ ସୁରକ୍ଷା ବୈଠକରେ ଏକ ପ୍ରମୁଖ ପ୍ରସଙ୍ଗ ହେବ। ବୈଠକରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣରୁ ଉପୁଜିଥିବା ସଙ୍କଟ, ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଏବଂ ଭାରତର ରଣନୈତିକ ସ୍ୱାର୍ଥ ବିଷୟରେ ଆଲୋଚନା କରାଯିବ। ବରିଷ୍ଠ ସୁରକ୍ଷା ଏବଂ ବୈଦେଶିକ ନୀତି ସହ ଜଡ଼ିତ ଅଧିକାରୀମାନେ ଯୋଗଦେବେ। ସରକାର ସେଠାରେ ଫସି ରହିଥିବା ଭାରତୀୟଙ୍କ ପରିସ୍ଥିତି, ସମ୍ଭାବ୍ୟ ସ୍ଥାନାନ୍ତର ଯୋଜନା ଏବଂ ଦୂତାବାସ ଦ୍ୱାରା ଜାରି ପରାମର୍ଶ ସମୀକ୍ଷା କରିବେ। ବଢ଼ୁଥିବା ସାମରିକ ଉତ୍ତେଜନା ଯୋଗୁଁ ବିମାନ ସେବା ଏବଂ ଆଞ୍ଚଳିକ ସ୍ଥିରତା ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories