Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକଚର୍ ବଦଳାଇଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago
ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକଚର୍ ବଦଳାଇଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ବଦଳିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିପି । ନିଜ ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ପିକଚର୍ ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ତାଙ୍କ ପ୍ରୋଫାଇଲରେ ତ୍ରିରଙ୍ଗା ଚିତ୍ର ରଖିଛନ୍ତି । ଆଉ କିଛିଦିନରେ ସ୍ୱାଧନତାର 78 ବର୍ଷରେ ପଦାର୍ପଣ କରିବ ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ହର ଘର ତ୍ରିରଙ୍ଗା କ୍ୟାମ୍ପେନରେ ସାମିଲ ହେବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି । 

ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ମୁଁ ମୋ ପ୍ରୋଫାଇଲ ପିକଚର୍ ବଦଳାଇଛି..ଆପଣ ମାନେ ମଧ୍ୟ ଡିପି ବଦଳାଇ ଏହି ଅଭିଯାନରେ ସାମିଲ ହୁଅନ୍ତୁ । ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର କରନ୍ତୁ । ଘରେ ଘରେ ତ୍ରିରଙ୍ଗା ଲଗାନ୍ତୁ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pm-modi-changed-his-profile-picture | Argus News