Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

`ଏପରି ଦୁଃଖଦ ମୁହୂର୍ତ୍ତରେ ଆମେ ରୁଷ୍ ସରକାରଙ୍କ ସହ ରହିଛୁ' , ମୋଦି

Banajyotshna Ray
Browse all articles by Banajyotshna Ray
·2 years ago·1 min read
`ଏପରି ଦୁଃଖଦ ମୁହୂର୍ତ୍ତରେ ଆମେ ରୁଷ୍ ସରକାରଙ୍କ ସହ ରହିଛୁ' , ମୋଦି

ଅର୍ଗସ ବ୍ୟୁରୋ: ମସ୍କୋରେ ବଡ଼ ଆତଙ୍କୀ ହମ୍‌ଲାକୁ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । `ମସ୍କୋର କନସର୍ଟ ହଲ୍‌ରେ ହମ୍‌ଲାକୁ ଭାରତ ଦୃଢ଼ ଭାବେ ନିନ୍ଦା କରୁଛି' । ପୀଡ଼ିତ ପରିବାରକୁ ଆମେ ସମବେଦନା ଜଣାଉଛୁ ଟ୍ବିଟ୍ କରି କହିଛନ୍ତି ମୋଦି । ଆହତମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । `ଏପରି ଦୁଃଖଦ ମୁହୂର୍ତ୍ତରେ ଆମେ ରୁଷ୍ ସରକାରଙ୍କ ସହ ରହିଛୁ' ବୋଲି ମୋଦି କହିଛନ୍ତି ।

ସୂଚନାନୁସାରେ, ରୁଷିଆର ରାଜଧାନୀ ମସ୍କୋରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ଲୋକଙ୍କ ଉପରକୁ 5 ବନ୍ଧୁକଧାରୀଙ୍କ ଆତର୍କିତ ଗୁଳିଚାଳନା। 70 ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ 145ରୁ ଅଧିକ ଆହତ ହୋଇଛନ୍ତି । ରୁଷିଆର ରାଜଧାନୀ ମସ୍କୋର ପଶ୍ଚିମରେ ଥିବା କ୍ରୋକସ ସିଟି ହଲରେ ବଡ଼ ଧରଣର ଆକ୍ରମଣ ଘଟିଛି । ମାନବବାଦର ଧଜ୍ଜିଆ ଉଡ଼ାଇଛନ୍ତି କିଛି ବନ୍ଧୁକଧାରୀ । ପାଞ୍ଚ ଜଣ ବନ୍ଧୁକ ଧାରୀ ହଲରେ ଉପସ୍ଥିତ ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଛନ୍ତି । ପରେ ଏହି ହଲରେ ବିସ୍ଫୋରଣ ମଧ୍ୟ ଘଟାଇଛନ୍ତି । ଫଳରେ ହଲରେ ସଂପୂର୍ଣ୍ଣ ରୂପେ ନିଆଁ ଲାଗି ଯାଇଛି । ଯେଉଁଥିପାଇଁ ସେଠାରୁ ଆହତଙ୍କୁ ଉଦ୍ଧାର କରିବାରେ ନାକେଦମ ହୋଇଛି ମସ୍କୋ ପୋଲିସ। ହମଲା ପାଇଁ ନିଜକୁ ଦାୟୀ କଲା ISIS ଆତଙ୍କବାଦୀ ସଂଗଠନ ।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
PM Modi condemns Moscow terror attack | Argus News