Modi Launches 3 Indigenous Warships / ନୌସେନାରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ ନୂଆ ଯୁଦ୍ଧଜାହାଜ,ଏହାକୁ ଦେଶକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି
·2 months ago·2 min read

Key Points
ବଢ଼ିଲା ନୌସେନାର ବଳ
୩ଟି ଅତ୍ୟାଧୁନିକ ଯୁଦ୍ଧପୋତ ଦେଶକୁ ସମର୍ପିତ
୩ଟି ଯୁଦ୍ଧପୋତକୁ ଦେଶକୁ ସମର୍ପିତ କଲେ ପିଏମ ମୋଦି
ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଯୁଦ୍ଧପୋତ

କୋଲକତା,୨୧/୦୬: ବଢ଼ିଲା ନୌସେନାର ବଳ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ ଯୁଦ୍ଧଜାହାଜକୁ ଦେଶକୁ ସମର୍ପିତ କଲେ ପିଏମ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ନୌସେନାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ
ଯୁଦ୍ଧଜାହାଜକୁ ଉତ୍ସର୍ଗ କରିଛନ୍ତି। ଭାରତର ସାମୁଦ୍ରିକ ସୁରକ୍ଷା ଏବଂ 'ଆତ୍ମନିର୍ଭର ଭାରତ' ଅଭିଯାନ କ୍ଷେତ୍ରରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ଏହି ଯୁଦ୍ଧଜାହାଜ
ଗୁଡ଼ିକୁ ଭାରତୀୟ ନୌସେନାର 'ୱାରସିପ୍ ଡିଜାଇନ୍ ବ୍ୟୁରୋ' ଦ୍ୱାରା ଡିଜାଇନ୍ କରାଯାଇଛି ଏବଂ କୋଲକାତାସ୍ଥିତ ଗାର୍ଡେନ୍ ରୀଚ୍ ସିପ୍ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ନିର୍ମାଣ କରାଯାଇଛି। ଏହି ତିନିଟି ଯୁଦ୍ଧଜାହାଜର ନାଁ ହେଉଛି INS ଦୁନାଗିରି, INS ସଂଶୋଧକ, INS ଅଗ୍ରୟ ।
INS ଦୁନାଗିରି
ଏହା 'ଷ୍ଟିଲ୍ଥ ଫ୍ରିଗେଟ୍' ଯୁଦ୍ଧଜାହାଜ
ଶତ୍ରୁର ରାଡାର ଚକ୍ଷୁରେ ସହଜରେ ଧରାପଡ଼େ ନାହିଁ
ଏଥିରେ ବ୍ରହ୍ମୋସ ଭଳି ମାରାତ୍ମକ ସୁପରସୋନିକ କ୍ରୁଜ୍ ମିସାଇଲ୍ ରହିଛି
ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଉଥିବା ମଧ୍ୟମ ଦୂରଗାମୀ ମିସାଇଲ୍ ଖଂଜାଯାଇଛି
ଅତ୍ୟାଧୁନିକ ସେନ୍ସର ଖଞ୍ଜାଯାଇଛି
ଗଭୀର ସମୁଦ୍ରରେ ଶତ୍ରୁର ଜାହାଜକୁ ଧ୍ୱଂସ କରିବାରେ ସକ୍ଷମ
INS ସଂଶୋଧକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୃହତ ସର୍ଭେକ୍ଷଣ ଜାହାଜ
ମୁଖ୍ୟ କାମ ହେଉଛି ହାଇଡ୍ରୋଗ୍ରାଫିକ ଏବଂ ସମୁଦ୍ରର ଭୌଗୋଳିକ ସ୍ଥିତି ଉପରେ ରଖିବ ନଜର
ଭାରତୀୟ ନୌସେନା ପାଇଁ ସମୁଦ୍ର ମଧ୍ୟରେ ରାସ୍ତା ଖୋଜିବ
ସାମୁଦ୍ରିକ ସୀମାର ସୁରକ୍ଷା ବଢ଼ାଇବା ଏବଂ ଗଭୀର ସମୁଦ୍ରର ଅନୁସନ୍ଧାନରେ ସାହାଯ୍ୟ କରିବ
INS ଅଗ୍ରୟ
ଆଣ୍ଟି-ସବମାରିନ ୱାରଫେୟାର ସାଲୋ ୱାଟର କ୍ରାଫ୍ଟ
ଜାହାଜଟି ସ୍ୱଳ୍ପ ଗଭୀର ଜଳ ବା ଉପକୂଳବର୍ତ୍ତୀ ଅଞ୍ଚଳରେ ଶତ୍ରୁପକ୍ଷର ସବମାରିନ ଚିହ୍ନଟ କରି ଧ୍ୱଂସ କରିବ
ଭାରତର ଉପକୂଳ ସୁରକ୍ଷାକୁ ବହୁ ଗୁଣିତ କରିବ।
ଯୁଦ୍ଧଜାହାଜର ବିଶେଷତ୍ୱ
ସମସ୍ତ ଯୁଦ୍ଧପୋତରେ ୭୫% ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି। ନିର୍ମାଣରେ ଭାରତର ପ୍ରାୟ ୨୦୦ରୁ ଅଧିକ MSME ସହଯୋଗ କରିଛନ୍ତି ।
ଏହି ତିନି ଯୁଦ୍ଧଜାହାଜ ଆତ୍ମନିର୍ଭର ଭାରତର ପ୍ରତୀକ
ତିନି ଯୁଦ୍ଧଜାହାଜର କମିସନିଂ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି, ଜୁନ୍ ୨୧ ତାରିଖକୁ ୱାଲ୍ଡ ହାଇଡ୍ରୋଗ୍ରାଫି ଡେ ଭାବରେ ମଧ୍ୟ ପାଳନ କରାଯାଇଥାଏ। ଏହା ଏକ ଆଶ୍ଚର୍ଯ୍ୟଜନକ ସଂଯୋଗ ଯେ ଏହି ଦିନରେ ଆମେ ଭାରତର ସବୁଠାରୁ ଉନ୍ନତ ହାଇଡ୍ରୋଗ୍ରାଫି ଜାହାଜ ଆଇଏନଏସ ସଂଶୋଧକକୁ କମିସନିଂ କରିଛୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦୃଢ଼ ସାମୁଦ୍ରିକ ଶକ୍ତି ଥିବା ଏକ ଦେଶ ଶକ୍ତିଶାଳୀ ଆର୍ଥିକ ଏବଂ ରଣନୈତିକ ପ୍ରଭାବ ରଖିବା ଜରୁରୀ। ଭାରତ ଏହି ବାସ୍ତବତାକୁ ଭଲ ଭାବରେ ବୁଝୁଛି। ଭାରତ ଏଥିପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆଇଏନଏସ ବିକ୍ରାନ୍ତରୁ ଆଜି ପର୍ଯ୍ୟନ୍ତ ଯାତ୍ରା କେବଳ ନୂତନ ଯୁଦ୍ଧଜାହାଜ ବିଷୟରେ ନୁହେଁ। ଏହା ଭାରତର ବଢୁଥିବା ଆତ୍ମନିର୍ଭରଶୀଳତା ବିଷୟରେ। ଆଜି, ଆଇଏନଏସ ଅଗ୍ରେୟ, ଆଇଏନଏସ ଦୁନାଗିରି ଏବଂ ଆଇଏନଏସ ସଂଶୋଧନ ସେହି ଯାତ୍ରାକୁ ନୂତନ ପ୍ରେରଣା ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Topics
Explore more stories