AI ବିକାଶଧାରାର ଅଭିବୃଦ୍ଧିକୁ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ପ୍ୟାରିସ୍ରେ AI ଆକ୍ସନ୍ ସମ୍ମିଳନୀରେ ଭାରତରେ AI ବିକାଶଧାରାର ଅଭିବୃଦ୍ଧିକୁ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତ୍ତା ଦ୍ରୁତ ଗତିରେ ବିକାଶ କରୁଛି । AIର ଭବିଷ୍ୟତ ସମସ୍ତଙ୍କ ପାଇଁ ଭଲ ହେବା ନିଶ୍ଚିତ କରିବା ପାଇଁ ଭାରତ ନିଜ ଅଭିଜ୍ଞତା ଏବଂ ବିଶେଷଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ । ଭାରତ AI ଗ୍ରହଣ କରିବାରେ ଏବଂ ଡାଟା ଗୋପନୀୟତା ପାଇଁ ଟେକ୍ନୋଲୋଜି-ଆଇନଗତ ଭିତ୍ତିଭୂମି ନିର୍ମାଣ କରିବାରେ ଆଗରେ । AI ଅନ୍ୟ ପ୍ରଯୁକ୍ତିବିଦ୍ୟାଠାରୁ ବହୁତ ଭିନ୍ନ ଏବଂ ଏହା ପ୍ରତି ସତର୍କ ରହିବାର ଆବଶ୍ୟକତା ଅଛି ।
AI ସ୍ବାସ୍ଥ୍ୟ, ଶିକ୍ଷା, କୃଷି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆଣି ଲକ୍ଷ ଲକ୍ଷ ଜୀବନକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିପାରିବ । ଏହା ଏପରି ଏକ ବିଶ୍ବ ସୃଷ୍ଟି କରିବାରେ ସାହାଯ୍ୟ କରିପାରିବ ଯେଉଁଥିରେ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ଯାତ୍ରା ସହଜ ଏବଂ ଦ୍ରୁତ ହେବ ବୋଲି ବିଶ୍ବାସ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷକରି ଗ୍ଲୋବାଲ୍ ସାଉଥ୍ ପାଇଁ, ଏହା ଏକ ବଡ଼ ଉପଲବ୍ଧି ସୁନିଶ୍ଚିତ କରିବ କହିଛନ୍ତି ମୋଦି ।
📱 Get Argus News App
✨ଫ୍ରାନ୍ସରେ AI ଶିଖର ସମ୍ମିଳନୀ ଆୟୋଜନ କରିବା ଏବଂ ଏଥିରେ ସହ-ଅଧ୍ୟକ୍ଷତା କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମେୋଦି । ଆସନ୍ତାକାଲି ଫ୍ରାନ୍ସରୁ ଆମେରିକା ଗସ୍ତ କରିବେ ମୋଦି । ଦ୍ବିତୀୟ ଥର ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଟ୍ରମ୍ପଙ୍କ ପ୍ରଥମ ସାକ୍ଷାତ ହେବ ।
ଅଧିକ ପଢ଼ନ୍ତୁ ଦେଶ ଖବର: