Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଲାକ୍ଷାଦ୍ବୀପ ଗସ୍ତର ଆକର୍ଷଣୀୟ ଫଟୋ ଶେୟାର କଲେ ପ୍ରଧାନମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ଲାକ୍ଷାଦ୍ବୀପ ଗସ୍ତର ଆକର୍ଷଣୀୟ ଫଟୋ ଶେୟାର କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଲାକ୍ଷାଦ୍ବୀପ ଗସ୍ତର ଆକର୍ଷଣୀୟ ଫଟୋ ଶେୟାର କରିଛନ୍ତି । ସ୍ନର୍କେଲିଙ୍ଗ ଫଟୋ ଶେୟାର କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲାକ୍ଷାଦୀପରେ ଦୁଃସାହସିକ କାର୍ଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ତାଲିକାରେ ରହିବା ଉଚିତ୍‌ । ମୁଁ ସ୍ନର୍କେଲିଙ୍ଗ କରିବାକୁ ଚେଷ୍ଟା କଲି । ଏହା ଏକ ଆନନ୍ଦଦାୟକ ଅନୁଭୂତି ଥିଲା ।

ସମୁଦ୍ର କୂଳରେ ବୁଲିଥିବା ବେଳର ଫଟୋ ଶେୟାର କରିବା ସହ ପ୍ରଧାନମନ୍ତ୍ରୀ ଏକ ଚୌକିରେ ବସି ସମୁଦ୍ରର ଦୃଶ୍ୟ ଉପଭୋଗ କରୁଥିବାର ମଧ୍ୟ ଦେଖାଯାଇଛି । ଏହାସହ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭାର୍ଥୀଙ୍କ ସହ ମଧ୍ୟ କଥା ହୋଇଛନ୍ତି । ଏଥିରେ ଆୟୁଷ୍ମାନ ଭାରତ, ପିଏମ କିଷାନ, ପିଏମ ଆବାସ ଓ କିଷାନ କ୍ରେଡିଟ କାର୍ଡ ଭଳି ଯୋଜନାର ଲାଭାର୍ଥି ସାମିଲ ହୋଇଥିଲେ । 

ଏହି ଭ୍ରମଣର ଫଟୋ ଶେୟାର କରିବାବେଳେ ସେ ଲେଖିଛନ୍ତି ଯେ ଲକ୍ଷାଦୀପ କେବଳ ଦ୍ୱୀପପୁଞ୍ଜ ନୁହେଁ; ଏହା ପରମ୍ପରାର ଏକ ଉତ୍ତରାଧିକାରୀ ଏବଂ ଏହାର ଲୋକଙ୍କ ଭାବନା ଏହାର ପ୍ରମାଣ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଭାରତ ଖବର...
 

Sponsored
PM Modi 'embraces adventure' in Lakshadweep-shares-photo | Argus News