Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସମାଧି ନେଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ: ଶୋକ ବ୍ୟକ୍ତ କଲେ ମୋଦି 

National

ସମାଧି ନେଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ: ଶୋକ ବ୍ୟକ୍ତ କଲେ ମୋଦି 

Manini Pattanayak
Browse all articles by Manini Pattanayak
·2 years ago·1 min read
ସମାଧି ନେଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ: ଶୋକ ବ୍ୟକ୍ତ କଲେ ମୋଦି 

ନୂଆଦିଲ୍ଲୀ:  ପ୍ରସିଦ୍ଧ ଜୈନ ସାଧୁ ଆଚାର୍ଯ୍ୟ ଶ୍ରୀ  ବିଦ୍ୟାସାଗର ମହାରାଜଙ୍କ ଦେହତ୍ୟାଗ । ଶନିବାର ବିଳମ୍ବିତ ରାତିରେ ସାଧିୁ ବିଦ୍ୟାସାଗରଙ୍କ ପରଲୋକ ଘଟିଛି। ତିନି ଦିନ ଧରି ଉପବାସ ରହି ସମାଧି ନେଇଛନ୍ତି  ସାଧୁ। ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଦେହାନ୍ତରେ ସରକାର ଅଧା ଦିନ ଛୁଟି ଘୋଷଣା କରିଛନ୍ତି। ମୁନିଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି । ମୋଦି ତାଙ୍କ  ଟୁଇଟ୍‌ ର ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି  ସାଧୁ ବିଦ୍ୟାସାଗରଙ୍କ ଦେହାନ୍ତରେ ଦେଶକୁ ଅପୂରଣୀୟ କ୍ଷତି  ପହଞ୍ଚିଛି ।  

ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ  ଜାଗରଣ ପାଇଁ   ତାଙ୍କର ମୂଲ୍ୟବାନ ପ୍ରୟାସ ସବୁବେଳେ ସ୍ମରଣୀୟ ହୋଇ ରହିବ । ସାଧୁ ବିଦ୍ୟାସାଗର ତାଙ୍କ  ସାରା ଜୀବନ ଦାରିଦ୍ର୍ୟ ଦୂରୀକରଣ ସହିତ ସମାଜରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ଲାଗିଥିଲେ। ଏହା ମୋର ସୌଭାଗ୍ୟ ଯେ ମୁଁ ତାଙ୍କ ଆଶୀର୍ବାଦ ନିରନ୍ତର ପାଇଛି। ଗତ ବର୍ଷ ଛତିଶଗଡର ଚନ୍ଦ୍ରଗିରି ଜୈନ ମନ୍ଦିରରେ ତାଙ୍କ ସହ ମୋର ସାକ୍ଷାତ ଯାହା ମୋ ପାଇଁ ସ୍ମରଣୀୟ  ହୋଇ  ରହିବ  ବୋଲି ମୋଦି କହିଛନ୍ତି।  
ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
pm modi express feeling on the demise of jain monk acharya vidyasagar maharaj | Argus News