PM Modi On Garib Kalyan / ଗରିବ କଲ୍ୟାଣର ୧୨ ବର୍ଷର ଯାତ୍ରା ଉପରେ ଆଲୋକପାତ କଲେ ପିଏମ ମୋଦି,କହିଲେ ସମସ୍ତ ପରିବର୍ତ୍ତନର ମୂଳଦୁଆ ହେଉଛି 'ଗରିବ କଲ୍ୟାଣ'
·1 hour ago·2 min read

Key Points
ଗରିବ କଲ୍ୟାଣର ୧୨ ବର୍ଷର ଯାତ୍ରା ଉପରେ ଆଲୋକପାତ କଲେ ପିଏମ ମୋଦି
ଭାରତ ଅନେକ ପରିବର୍ତ୍ତନର ସାକ୍ଷୀ ରହିଛି
ସମସ୍ତ ପରିବର୍ତ୍ତନର ମୂଳଦୁଆ ହେଉଛି 'ଗରିବ କଲ୍ୟାଣ'
'ଅନ୍ତ୍ୟୋଦୟ' ହିଁ ସରକାରଙ୍କ ପ୍ରେରଣା: ପିଏମ ମୋଦି
ଦଶନ୍ଧି ଦଶନ୍ଧି ଧରି ପଛରେ ପଡ଼ିଯାଇଥିବା ଲୋକଙ୍କ ବିକାଶ ହିଁ ମୂଳ ମନ୍ତ୍ର

ଭୁବନେଶ୍ବର,୦୮/୦୬: ଗରିବ କଲ୍ୟାଣର ୧୨ ବର୍ଷର ଯାତ୍ରା ନେଇ ସୋସିଆଲ ମିଡିଆରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଭାରତ ଅନେକ ପରିବର୍ତ୍ତନର ସାକ୍ଷୀ ରହିଛି ଏବଂ ଏହି ସମସ୍ତ ପରିବର୍ତ୍ତନର ମୂଳଦୁଆ ହେଉଛି 'ଗରିବ କଲ୍ୟାଣ' ଓ ଅବହେଳିତ ଲୋକଙ୍କ ବିକାଶ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସରକାର ସର୍ବଦା 'ଅନ୍ତ୍ୟୋଦୟ' ଅର୍ଥାତ ସମାଜର ଶେଷ ସ୍ତରରେ ଥିବା ବ୍ୟକ୍ତିର ବିକାଶ ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି । ଦଶନ୍ଧି ଦଶନ୍ଧି ଧରି ପଛରେ ପଡ଼ିଯାଇଥିବା ଲୋକଙ୍କ ପାଖରେ ଯେପରି ବିକାଶର ସୁଫଳ ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବା ପାଇଁ ସରକାର ସଦାସର୍ବଦା ପ୍ରୟାସ କରିଆସିଛନ୍ତି।
ଜନ ଧନ ଆକାଉଣ୍ଟ, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର, ସ୍ୱଚ୍ଛ ଭାରତ, ପିଏମ୍ ଆବାସ ଯୋଜନା, ଜଳ ଜୀବନ ମିଶନ ଏବଂ ଆୟୁଷ୍ମାନ ଭାରତ ଭଳି ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ପଛରେ ଲୋକଙ୍କୁ ସମ୍ମାନ ଏବଂ ସୁଯୋଗ ପ୍ରଦାନ କରିବାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଗରିବ ଲୋକଙ୍କ ଜୀବନଶୈଳୀରେ ସୁଧାର ଆଣିବାରେ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଲେଖିଛନ୍ତି।
ପଢନ୍ତୁ ଏହି ଖବର: ବିଜେପି ପାଳିବ ମୋଦି ସରକାରଙ୍କ ୧୨ ବର୍ଷ ପୂର୍ତ୍ତି; ପ୍ରସ୍ତୁତ ହୋଇସାରିଛି ସମ୍ପୂର୍ଣ୍ଣ ଯୋଜନା
ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଏବଂ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସରକାରୀ ସହାୟତା ସିଧାସଳଖ ଏବଂ ସ୍ୱଚ୍ଛ ଭାବରେ ଲୋକଙ୍କ ପାଖରେ ପହଞ୍ଚିପାରୁଛି। ଏହି ସମସ୍ତ ପଦକ୍ଷେପ ଯୋଗୁଁ ଅର୍ଥ ହେରଫେର ହ୍ରାସ ପାଇଛି, କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଛି ଏବଂ ଶାସନ ବ୍ୟବସ୍ଥା ଉପରେ ଜନସାଧାରଣଙ୍କ ଆସ୍ଥା ମଧ୍ୟ ଦୃଢ଼ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗରିବ କଲ୍ୟାଣର ଏହି ଯାତ୍ରା ବର୍ତ୍ତମାନ ମାନବ ସଶକ୍ତିକରଣ ଏବଂ ଏକ 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ଦିଗରେ ଏକ ସାମୂହିକ ଆନ୍ଦୋଳନରେ ପରିଣତ ହୋଇଛି।
ଆସନ୍ତା ୧୦ ତାରିଖରେ ସବୁଠାରୁ ଅଧିକ ସମୟ ଧରି ନିରନ୍ତର ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି।
ମୋଦି ପ୍ରଧାନମନ୍ତ୍ରୀ ଭାବରେ ନିରବଚ୍ଛିନ୍ନ ଭାବରେ 4,399 ଦିନ କାର୍ଯ୍ୟକାଳ ପୂରଣ କରିବେ,ଜବାହରଲାଲ ନେହେରୁଙ୍କ 4,398 ଦିନର ରେକର୍ଡକୁ ପଛରେ ପକାଇବେ। ମୋଦି ଆନୁଷ୍ଠାନିକ ଭାବରେ ଭାରତର ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ହୋଇଯିବେ।
ମୋଦି ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ଲଗାତାର ଦୁଇଟି ପୂର୍ଣ୍ଣ ବହୁମତ କାର୍ଯ୍ୟକାଳ ପୂରଣ କରିଛନ୍ତି ଏବଂ ନେହେରୁଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ବର୍ତ୍ତମାନର ନେତା ଭାବରେ ଲଗାତାର ତିନୋଟି ଲୋକସଭା ନିର୍ବାଚନ ଜିତିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଭାରତରେ ଉଚ୍ଚଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ଯଥେଷ୍ଟ ପ୍ରସାର ଘଟିଛି। ୨୦୧୪ ରୁ ୨୦୨୬ ମଧ୍ୟରେ IIT ସଂଖ୍ୟା ୧୬ ରୁ ୨୩, IIM ସଂଖ୍ୟା ୧୩ ରୁ ୨୧ ଏବଂ AIIMS ପ୍ରତିଷ୍ଠାନ ସଂଖ୍ୟା ସାତ ରୁ ୨୩ କୁ ବୃଦ୍ଧି ପାଇଛି।

ଗତ 12 ବର୍ଷ ମଧ୍ୟରେ, ଭାରତ ଅନେକ ପରିବର୍ତ୍ତନର ସାକ୍ଷୀ ହୋଇଛି ଏବଂ ଏହି ପରିବର୍ତ୍ତନର ମୂଳରେ ରହିଛି ଗରିବ ଏବଂ ଅବହେଳିତଙ୍କ କଲ୍ୟାଣ। ଆମେ ସର୍ବଦା ଅନ୍ତ୍ୟୋଦୟ ଦ୍ୱାରା ପ୍ରେରଣା ପାଇଛୁ ଏବଂ ଆମର ପ୍ରୟାସ ସର୍ବଦା ଏହା ରହିଛି ଯେ ବିକାଶର ଲାଭ ସେହି ଲୋକମାନଙ୍କ ନିକଟରେ ପହଞ୍ଚୁ, ଯେଉଁମାନେ ଦଶନ୍ଧି ଦଶନ୍ଧି ଧରି ପଛରେ ରହି ଯାଇଥିଲେ ।…
— Narendra Modi Odia (@NaMoInOdia) June 8, 2026
ଆସନ୍ତା ୧୦ ତାରିଖରେ ସବୁଠାରୁ ଅଧିକ ସମୟ ଧରି ନିରନ୍ତର ଭାବରେ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି।
ମୋଦି ପ୍ରଧାନମନ୍ତ୍ରୀ ଭାବରେ ନିରବଚ୍ଛିନ୍ନ ଭାବରେ 4,399 ଦିନ କାର୍ଯ୍ୟକାଳ ପୂରଣ କରିବେ,ଜବାହରଲାଲ ନେହେରୁଙ୍କ 4,398 ଦିନର ରେକର୍ଡକୁ ପଛରେ ପକାଇବେ। ମୋଦି ଆନୁଷ୍ଠାନିକ ଭାବରେ ଭାରତର ଇତିହାସରେ ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ହୋଇଯିବେ।
ମୋଦି ପ୍ରଥମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏ ଲଗାତାର ଦୁଇଟି ପୂର୍ଣ୍ଣ ବହୁମତ କାର୍ଯ୍ୟକାଳ ପୂରଣ କରିଛନ୍ତି ଏବଂ ନେହେରୁଙ୍କ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ବର୍ତ୍ତମାନର ନେତା ଭାବରେ ଲଗାତାର ତିନୋଟି ଲୋକସଭା ନିର୍ବାଚନ ଜିତିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଭାରତରେ ଉଚ୍ଚଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନର ଯଥେଷ୍ଟ ପ୍ରସାର ଘଟିଛି। ୨୦୧୪ ରୁ ୨୦୨୬ ମଧ୍ୟରେ IIT ସଂଖ୍ୟା ୧୬ ରୁ ୨୩, IIM ସଂଖ୍ୟା ୧୩ ରୁ ୨୧ ଏବଂ AIIMS ପ୍ରତିଷ୍ଠାନ ସଂଖ୍ୟା ସାତ ରୁ ୨୩ କୁ ବୃଦ୍ଧି ପାଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories