Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୧୧ ଲକ୍ଷ ନୂଆ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ଦେଲେ ପିଏମ୍ ମୋଦି

Banajyotshna Ray
Browse all articles by Banajyotshna Ray
·1 year ago·2 min read
୧୧ ଲକ୍ଷ ନୂଆ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ଦେଲେ ପିଏମ୍ ମୋଦି
  • ସଶକ୍ତ ଓ ସ୍ବାବଲମ୍ବୀ ମାତୃଶକ୍ତି 
  • ୧୧ ଲକ୍ଷ ନୂଆ ‘ଲକ୍ଷପତି ଦିଦି’ଙ୍କୁ ପ୍ରମାଣପତ୍ର ଦେଲେ ପିଏମ୍ ମୋଦି
  • ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ୨,୫୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା 
  • ଉପକୃତ ହେବେ ଦେଶର ୨ ଲକ୍ଷ ୩୫ ହଜାର ଏସ୍ଏଚଜିର ୨୫ ଲକ୍ଷରୁ ଅଧିକ ସଦସ୍ୟା
  • ଆଗାମୀ ୩ ବର୍ଷରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ମୋଦି ସରକାରଙ୍କ ଲକ୍ଷ୍ୟ  

ଅର୍ଗସ ବ୍ୟୁରୋ:  ଲକ୍ଷପତି ଦିଦିଙ୍କୁ ସମ୍ମାନ । ସୁସ୍ଥ ସମାଜ ଗଠନ ପାଇଁ ସଶକ୍ତ ମୂଳଦୁଆ ପକାଇ ଉଦାହରଣ ସାଜିଥିବା ଓଡ଼ିଶାର 97 ହଜାର ଲକ୍ଷପତି ଦିଦିଙ୍କ ସମେତ ମୋଟ 11 ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ପାଇଁ 2 ହଜାର 5 ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୋଦି । ମହାରାଷ୍ଟ୍ର ଜଲଗାଁଓରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମାତୃଶକ୍ତିକୁ ସଶକ୍ତ ଓ ସ୍ବାଲବମ୍ବୀ କରିବାକୁ ଏହି ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଯୋଜନାରେ ଦେଶର 4 ଲକ୍ଷ 3 ହଜାର ଏସ୍ଏଚଜିର 48 ଲକ୍ଷ ସଦସ୍ୟା ଉପକୃତ ହେବେ । ଲକ୍ଷପତି ଦିଦି ଯୋଜନାରେ 2 ଲକ୍ଷ 35 ହଜାର ଏସ୍ଏଚଜିର  25 ଲକ୍ଷ 8 ହଜାର ସଦସ୍ୟାଙ୍କ ସହାୟତା ପାଇଁ  5 ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା କରିଛନ୍ତି ସରକାର । ଏନଡିଏ ସରକାରର ତୃତୀୟ ପାଳିରେ ଏହି 11 ଲକ୍ଷ ମହିଳା ଲକ୍ଷପତି ଦିଦି ହୋଇଛନ୍ତି । ଆଗାମୀ 3 ବର୍ଷରେ ଆଉ 3 କୋଟି ମାତୃଶକ୍ତିକୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେଶବ୍ୟାପୀ ମହିଳାଙ୍କୁ ସ୍ବାବଲମ୍ବୀ ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ମିଶନଶକ୍ତି ପକ୍ଷରୁ ସିଆରପି, ଏମବିକେ, ପଞ୍ଚାୟତ ଓ ବ୍ଲକ ଫେଡେରେସନର କର୍ମକର୍ତ୍ତା ତଥା ଲକ୍ଷପତି ଦିଦିଙ୍କୁ ନେଇ 2ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନିଶ୍ଚିନ୍ତକୋଇଲିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ଶାରଦା ପ୍ରସାଦ ପ୍ରଧାନ । ସେହିପରି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ସଭାଗୃହରେ ମିଶନ ଶକ୍ତି ସଂଯୋଜକଙ୍କ ନେତୃତ୍ବରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଘସିପୁରା ବ୍ଲକରେ 365 ଜଣ ମହିଳାଙ୍କୁ ଯୋଜନାରେ ସାମିଲ କରାଯାଇଛି । ବଲାଙ୍ଗିର ଜିଲ୍ଲା ପୁଇତଲା ବ୍ଲକରେ ଲକ୍ଷପତି ଦିଦି କାର୍ଯ୍ୟକ୍ରମର ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ଯୋଗଦେଇ ଲକ୍ଷପତି ଦିଦଙ୍କୁ ପୁରସ୍କୃତ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲକ୍ଷପତି ଦିଦିଙ୍କୁ ସମ୍ମାନିତ କରିଛନ୍ତି କ୍ୟାବିନେଟ ମନ୍ତ୍ରୀ ଡ଼ାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ।

ଜଲଗାଁଓରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 30 ହଜାର ସ୍ଥାନରୁ ମହିଳାମାନେ ଭର୍ଚୁଆଲ ମୋଡରେ ଯୋଡ଼ି ହୋଇଥିଲେ । ‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହେବା ପରଠାରୁ ଏଯାଏ ଦେଶରେ 1 କୋଟି ମହିଳା ‘ଲକ୍ଷପତି ଦିଦି’ ହୋଇସାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର: 

Sponsored
PM Modi gave certificates to 11 lakh new 'Lakhpati Didi' | Argus News